ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ...

ପଞ୍ଚ ଦିବସୀୟ ପ୍ରବୋଧନ ତାଲିମ ଉଦଯାପିତ...


କଣ୍ଟାବାଞ୍ଜି,୦୩/୦୨: ଓଡିଶା ପାଠ୍ୟକ୍ରମ ରୂପରେଖ ୨୦୨୫ ଓ ନୂତନ ପାଠ୍ୟ ପୁସ୍ତକ ସଞ୍ଚାଳନ ନିମନ୍ତେ ପଞ୍ଚ ଦିବସୀୟ ବ୍ଳକ ସ୍ତରୀୟ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଦିଗଦର୍ଶନ ଉପରେ ଆଧାରିତ ପ୍ରବୋଧନ ତାଲିମ କାର୍ଯ୍ୟକ୍ରମ ଆଜି ଉଦଯାପିତ ହୋଇଯାଇଛି।

        Ad..


ତାଲିମ କାର୍ଯ୍ୟକ୍ରମଟି ଜାନୁୟାରୀ ୨୭ ତାରିଖ ରେ କଣ୍ଟାବାଞ୍ଜି ବାଳକ ଉଚ୍ଚ ବିଦ୍ୟାଳୟ ଠାରେ ବ୍ଳକ ଶିକ୍ଷା ଅଧିକାରୀ ଗୌତମ ପଟେଲ ଓ ବ୍ଳକ ସଂଯୋଜକ ଜ୍ଞାନେନ୍ଦ୍ର ମଲ୍ଲିକ ଉପସ୍ଥିତ ରହି ମାବାଗଦେବୀଙ୍କ ଫଟୋଚିତ୍ରରେ ଧୂପଦୀପ ପ୍ରଦାନ କରି ଉଦଘାଟନ କରିଥିଲେ।

Ad..


ନୂତନ ଶିକ୍ଷାନୀତି ଅନୁସାରେ ଦକ୍ଷତା ଭିତ୍ତିକ ନୂତନ ପାଠ୍ୟ ପୁସ୍ତକ ପ୍ରସ୍ତୁତି ହୋଇ ସାରିଛି ଯାହାକି ଚଳିତ ଶିକ୍ଷା ବର୍ଷ ୨୦୨୬-୨୭ରେ ବିଦ୍ୟାଳୟ ମାନଙ୍କରେ ପ୍ରଚଳିତ ହେବ ତେଣୁ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଗ୍ରୀମ ତାଲିମ ପ୍ରଦାନ କରାଯାଇଥିଲା।

Ad..


ସାଧନକର୍ମୀ ଅଞ୍ଜନ କୁମାର ସାଏ,ସୁରେଶ କୁମାର ରାଉତ, ଅଞ୍ଜଳି ମାଝୀ ଓଡିଶା ପାଠ୍ୟକ୍ରମ ରୂପରେଖ ଉପରେ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶହେ ଜଣ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ।

ଉଦଯାପନୀ ଦିବସରେ ବ୍ଳକ ଶିକ୍ଷା ଅଧିକାରୀ ଗୌତମ ପଟେଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରୀନା ବେହେରା, ଶୁଭଶ୍ରୀ ଭୋଇ, ଅତିରିକ୍ତ ବ୍ଳକ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି ଅତିଥି ଭାବରେ ଉପସ୍ଥିତ ଥିଲେ।

ନୂତନ ପାଠ୍ୟ ପୁସ୍ତକ କିପରି ଛାତ୍ରଛାତ୍ରୀ ମାନଙ୍କ ପାଖରେ ପହଞ୍ଚିବ ଓ ଜାତୀୟ ଶିକ୍ଷା ନିତୀ ୨୦୨୦ର ଲକ୍ଷ୍ୟ ସାଧିତ ହୋଇପାରିବ ତାହା ଆମ ସମସ୍ତଙ୍କର ଗୁରୁ ଦାୟିତ୍ୱ ବୋଲି ଅତିଥି ମାନେ ମତ ଦେଇଥିଲେ।

ପରିଶେଷରେ ସାଧନକର୍ମୀମାନେ ଓ ତାଲିମଧାରୀ ନିଜ ନିଜର ଅନୁଭୂତି ବିଷୟରେ କହିଥିଲେ।ପରିଶେଷରେ ସମସ୍ତ ତାଲିମ ଗ୍ରହଣକାରୀମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା।



Edited by k.s thakur...

Post a Comment

Previous Post Next Post