କୋଏଲ ବୋଝେଇ ମାଲବାହୀ ଟ୍ରେନରେ ନିଆ, ଆୟତ୍ତ କଲେ ଅଗ୍ନିଶମ ବିଭାଗ...

କୋଏଲ ବୋଝେଇ ମାଲବାହୀ ଟ୍ରେନରେ ନିଆ, ଆୟତ୍ତ କଲେ ଅଗ୍ନିଶମ ବିଭାଗ...


କଣ୍ଟାବାଞ୍ଜି,୦୨/୦୨(ନି.ପ୍ର): ବଲାଙ୍ଗିର ଜିଲ୍ଲା ତୁରେକେଲା ରୋଡ ରେଲୱେ ଷ୍ଟେସନ ରେ କୋଏଲ ବୋଝେଇ ମାଲବାହୀ ଟ୍ରେନ ରେ ନିଆ, ଆୟତ୍ତ କଲା ଅଗ୍ନିଶମ ବିଭାଗ। 

Ad..


ସୂଚନା ଅନୁସାରେ ରାୟପୁର ରୁ ବିଶାଖାପାଟଣା କୁ ଯାଉଥିବା ଗୋଟିଏ କୋଏଲ ବୋଝେଇ ମାଲବାହୀ ଟ୍ରେନ ରେ ନିଆ ଲାଗିଥିବା ହରିଶଙ୍କର ରୋଡ ଷ୍ଟେସନ୍ ମାଷ୍ଟର ତୁରେକେଲା ରୋଡ ଷ୍ଟେସନ ମାଷ୍ଟର କୁ ସୂଚନା ଦେଇଥିଲେ। 

       Ad..


ସୂଚନା ପାଇ ତୁରେକେଲା ରୋଡ ଷ୍ଟେସନ ମାଷ୍ଟର କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗ କୁ ସୂଚନା ଦେଇଥିଲେ। ସୂଚନା ପାଇ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗ କର୍ମଚାରୀ ତୁରେକେଲା ରୋଡ ଷ୍ଟେସନ କୁ ପହଞ୍ଚି କୋଏଲ ବୋଝେଇ ମାଲବାହୀ ଟ୍ରେନ ରେ ଲାଗିଥିବା ନିଆ କୁ ଆୟତ୍ତ କରିଥିଲେ। 

Ad..


ଏହି କାର୍ଯ୍ୟରେ କଣ୍ଟାବାଞ୍ଜି ଅଗ୍ନିଶମ ବିଭାଗର ଷ୍ଟେସନ ଅଧିକାରୀ ଶକ୍ତି ପ୍ରସାଦ ନାୟକ, ହାବିଲଦାର କଲାକାହ୍ନୁ ମେହେର, ଫାୟାର ଫାଇଟର୍ ଏନ୍ କେ ରାଓ, ଟି ଧାମେଲ,କେ ଭୋଇ, ଆର୍ ଏନ୍ ନାଏକ ପ୍ରମୁଖ ଉପସ୍ଥିତ ଥିଲେ।



Edited by k.s thakur...

Post a Comment

Previous Post Next Post