ନବୀନ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା...

ନବୀନ କୁମାର ସାହୁଙ୍କୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା...


ମୁରିବାହାଲ,୦୧/୦୨ (ଶଙ୍କର ମାଝୀ):ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ(ବିଇଓ)ରେ କାର୍ଯ୍ୟରତ ଗୋଷ୍ଠୀ ସାଧନ କର୍ମୀ ନବୀନ କୁମାର ସାହୁ ଆଜି ଜାନୁୟାରୀ ୩୧ତାରିଖ ଦିନ ନିଜ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବାରୁ ତାଙ୍କୁ କାର୍ଯ୍ୟାଳୟରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା। 

Ad..


ଏହି ଅବସରରେ ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ପଢିହାରୀ ମୁଖ୍ୟ ଅତିଥି, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ କାନ୍ତାରାମ ଧରୁଆ ଓ ଜୁନିୟର ଆସିଷ୍ଟାଣ୍ଟ ବିଶ୍ଵନାଥ ମେହେର ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀ ସାହୁଙ୍କ ଅମାୟିକ ବ୍ୟବହାର ଓ ଗୁଣାବଳୀ ବର୍ଣ୍ଣନା କରି ତାଙ୍କ ଅବସର ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି କାମନା କରିଥିଲେ।

Ad..


ଗୋଷ୍ଠୀ ସାଧନ କର୍ମୀ ଶ୍ରୀ ସାହୁ ନିଜ ଦୀର୍ଘ ଚାକିରି ଜୀବନ ତଥା ଶିକ୍ଷା ଅଧିକାରୀ ଓ ସହକର୍ମୀଙ୍କ ସହଯୋଗ ସମ୍ପର୍କରେ ନିଜ ଅନୁଭୂତି ପ୍ରକାଶ କରି ଭାବୁକ ହୋଇଯାଇଥିଲେ। 

Ad..


ଏଥିରେ ବିଭିନ୍ନ ବ୍ଲକରୁ ଆସିଥିବା ଗୋଷ୍ଠୀ ସାଧନ କର୍ମୀ ପ୍ରଶାନ୍ତ କୁମାର ସାହୁ, ସଦାଶିବ ରଣା, ଲକ୍ଷ୍ମୀକାନ୍ତ ଷଡ଼ଙ୍ଗୀ, ଆଇଇଭି ଯୁଧିଷ୍ଠିର ପଧାନଙ୍କ ସହ ମୁରିବାହାଲ ବ୍ଲକ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବିଆରଟି ଜୟଗୋପାଳ ଷଡ଼ଙ୍ଗୀ ଧନ୍ୟବାଦ ଦେଇଥିଲେ।



Edited by k.s thakur...

Post a Comment

Previous Post Next Post