ବ୍ରାଉନ ସୁଗର ଜବତ; ୪ ଗିରଫ...
ଝାରସୁଗୁଡ଼ା,୦୧/୦୨(ନି.ପ୍ର): ଝାରସୁଗୁଡ଼ା ପୁଲିସକୁ ଏକ ବଡ ସଫଳତା ମିଳିଛି। ଅପରେସନ ନେତ୍ର ଦ୍ବାରା ପୁଲିସ ଟାଉନ ଥାନା ପୁଲିସ ବ୍ରାଉନ ସୁଗାର ବିକ୍ରି କରୁଥିବା ୪ଜଣଙ୍କୁ ଗିରଫ କରିଛି।
Ad..
ସେମାନଙ୍କ ନିକଟରୁ ୬.୩୬ ଗ୍ରାମର ବ୍ରାଉନ ସୁଗାର ଜବତ କରିଛି ପୁଲିସ।ଗିରଫ ୪ଜଣଙ୍କ ମଧ୍ୟରୁ ୨ଜଣ ବିହାର ରାଜ୍ୟର ଓ ଅନ୍ୟ ଦୁଇଜଣଙ୍କ ଘର ଝାରସୁଗୁଡା ଓ ବାଲେଶ୍ୱର ଅଞ୍ଚଳର ବୋଲି ଜଣା ପଡ଼ୁଛି।
Ad..
ପୁଲିସ ଦେଇଥିବା ସୂଚନା ଅନୁଯାୟୀ ବିହାରର ଭୋଜପୁର ଜିଲାର ଅନୁରାଗ ସିଂ ଓରଫ ମଞ୍ଜୟ(୩୫) ଓ ଅବିନାଶ କୁମାର ଓରଫ ଜିତୁ (୩୩) ବହୁ ଦିନରୁ ବିଜୁନଗର ଅଂଚଳରେ ରହି ବ୍ରାଉନ ସୁଗାର ବିକ୍ରି କରୁଥିଲେ।ଏଥିରେ ଝାରସୁଗୁଡ଼ା ପୁରୁଣାବସ୍ତିର ମଣ୍ଟୁ ଦାଶ(୩୧) ଓ ବାଲେଶ୍ୱର ଜିଲା ମହାରୁଦ୍ରପୁର ଗ୍ରାମର ଅନନ୍ତ ପଣ୍ଡା (୫୨) ସହଯୋଗ କରୁଥିବା ନେଇ ପୁଲିସ ଜାଣିବାକୁ ପାଇଥିଲା।
Ad..
ତେବେ ଗତ ଶୁକ୍ରବାର ଅଭିଯୁକ୍ତ ମାନେ ଝାରସୁଗୁଡା ସହରରେ ବ୍ରାଉନ ସୁଗର ବିକ୍ରି କରୁଥିବା ବେଳେ ପୁଲିସ ହାତରେ ଧରା ପଡ଼ିଥିଲେ। ଏହାସହ ଅଭିଯୁକ୍ତଙ୍କ ଠାରୁ ୬.୩୬ ଗ୍ରାମ ବ୍ରାଉନ ସୁଗର ଜବତ କରିଥିଲା। ଏନେଇ ପୁଲିସ ଏକ ମାମଲା ରୁଜୁ କରି ୪ଜଣ ଅଭିଯୁକ୍ତଙ୍କୁ ଅଦାଲତ ଚାଲାଣ କରିଛି।
Edited by k.s thakur...
Tags:
4 arrested
brown sugar
jharsuguda
latest news
latest update
odisha daily current affairs
odisha news
police
press conference
seized




