ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ...
ଭୁବନେଶ୍ୱର,୦୧/୦୨(ନି.ପ୍ର): ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଲେ କଳିକେଶ ସିଂହଦେଓ। ସାକ୍ଷାତ ପରେ ପ୍ରତିକ୍ରିୟା ଦେଇ କଳିକେଶ କହିଛନ୍ତି ଯେ, ନବୀନଙ୍କ ପରେ କୌଣସି ଲିଡରଶିପର ପ୍ରଶ୍ନ ଉଠୁନି।
Ad..
ଦ୍ୱିତୀୟ ନେତୃତ୍ୱର କୌଣସି ପ୍ରଶ୍ନ ଉଠୁନି ବୋଲି କହିଛନ୍ତି କଳିକେଶ। ନବୀନଙ୍କୁ ଭେଟିବାକୁ ସେ ସମୟ ମାଗିଥିଲେ। ତେଣୁ ସେ ଆଜି ନବୀନଙ୍କୁ ଭେଟିଛନ୍ତି। ନବୀନଙ୍କ ସହ ପୂରା ବିଜୁ ଜନତା ଦଳ ରହିଛି।
Ad..
ଦଳ ଯାହା ଦାୟିତ୍ୱ ଦେଇଛି ତାହାକୁ ସୂଚାର ରୂପେ ପାଳନ କରୁଛି ବୋଲି କହିଛନ୍ତି କଳିକେଶ। ବହୁତ ଦିନ ହେଲା ନବୀନ ବାବୁଙ୍କୁ ଭେଟି ନଥିଲି, ଆଜି ଭେଟିଲି। ବଲାଙ୍ଗୀର ଜିଲ୍ଲାରେ ସାଂଗଠନିକ ସ୍ଥିତି ଉପରେ ଆଲୋଚନା ହୋଇଛି।
Ad..
ବଲାଙ୍ଗୀର ଜିଲ୍ଲାର ଚାଷୀଙ୍କ ସମସ୍ୟା ବିଷୟରେ ଆଲୋଚନା କରାଯାଇଛି। କୌଣସି ପ୍ରକାର ନିର୍ଦ୍ଦିଷ୍ଟ ବିଷୟରେ ଆଲୋଚନା ହୋଇନାହିଁ ବୋଲି କହିଛନ୍ତି କଳିକେଶ। ରାଜ୍ୟରେ ଯେଉଁ ସ୍ଥିତି ରହିଛି ନବୀନ ପୁଣି ମୁଖ୍ୟମନ୍ତ୍ରୀ ହେଲେ ସୁଧୁରିବ ବୋଲି ସେ କହିଛନ୍ତି। ୨୪ ବର୍ଷ ଧରି ରାଜ୍ୟକୁ ଗୋଲ୍ଡେନ୍ ପିରିୟଡ୍ ଦେଇଛନ୍ତି ନବୀନ। ସେହିପରି ଦଳ ଯାହା ଦାୟିତ୍ୱ ଦେବ ତାହା ତୁଲାଇବି ବୋଲି କହିଛନ୍ତି କଳିକେଶ।
Edited by k.s thakur...
Tags:
Bhubaneswar
bjd
bolangir MLA
kalikesh Narayan Singh deo
latest news
latest update
meet
Naveen Patnaik
odisha daily current affairs
odisha news
opposition leader




