ବ୍ରାହ୍ମଣ ସମାଜ ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ...

ବ୍ରାହ୍ମଣ ସମାଜ ପଦ୍ମପୁର ଆନୁକୂଲ୍ୟରେ ସାମୁହିକ ବ୍ରତୋପନୟନ...


ପଦ୍ମପୁର,୨୨/୦୨(ବିଜୟ କୁମାର ସାହୁ): ବ୍ରାହ୍ମଣ ସମାଜ ପଦ୍ମପୁରର ଆୟୋଜନରେ ଆଜି ରବିବାର ଦିନ ସ୍ଥାନୀୟ ନେହେରୁଗଳି ସ୍ଥିତ ବ୍ରାହ୍ମଣ  ସମାଜ କଲ୍ୟାଣ ମଣ୍ଡପଠାରେ ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। 

Ad..


ଚଳିତ ବର୍ଷ ସମୁଦାୟ 3 ଜଣ ବଟୁ ଉପବୀତ ଧାରଣ ପୂର୍ବକ ବ୍ରତୋପନୟନ ସଂସ୍କାର ଲାଭ କରିବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି। ପଦ୍ମପୁର ବ୍ରାହ୍ମଣ ସମାଜ ଆନୁକୂଲ୍ୟରେ ଦୀର୍ଘ ଅର୍ଦ୍ଧ-ଶତାବ୍ଦୀରୁ ଉର୍ଦ୍ଧ୍ୱ ସମୟ ଧରି ସାମୁହିକ ବ୍ରତୋପନୟନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଆସୁଛି। 

ପ୍ରଥମେ ରଜାପଡା ହନୁମାନ ମନ୍ଦିର, ପଦ୍ମପୁର ବଡ଼ବନ୍ଧ ସ୍ଥିତ ବନଦୁର୍ଗା ମନ୍ଦିର ଓ ତତ୍ପରେ ସମାଜର ସ୍ଥାୟୀ ସଂସ୍କୃତି ଭବନ (କଲ୍ୟାଣ ମଣ୍ଡପ)ଠାରେ ନିୟମିତ ପ୍ରତିବର୍ଷ ଏହି କାର୍ଯ୍ୟକ୍ରମ ହୋଇ ଆସୁଛି। ଅତୀତରେ ପଦ୍ମପୁର ବ୍ରାହ୍ମଣ ସମାଜ ଦ୍ୱାରା ନୃସିଂହନାଥ ମନ୍ଦିର ତଥା କନସିଂହାଠାରେ ମଧ୍ୟ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। 

ଏ ଯାବତ ୧୫୦ ରୁ ଉର୍ଦ୍ଧ୍ୱ ସଂଖ୍ୟକ ବଟୁ ପଦ୍ମପୁର ବ୍ରାହ୍ମଣ ସମାଜ ମାଧ୍ୟମରେ ବ୍ରତୋପନୟନର ସୁଯୋଗ ଲାଭ କରିଛନ୍ତି। ସମାଜର ସଭାପତି ଶ୍ରୀ ଜୟନାରାୟଣ ତ୍ରିପାଠୀ, ସମ୍ପାଦକ ଶ୍ରୀ ସଦାନନ୍ଦ ପୁରୋହିତଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଆୟୋଜିତ ଏହି ପର୍ଶୁରାମ ପାଠୀ ତାଙ୍କ ପତ୍ନୀ ସୁଷମା ପାଠୀ ମୂଖ୍ୟ କର୍ତ୍ତା ରୂପେ ଦାୟିତ୍ୱ ନିର୍ବାହ କରିଥିଲେ।

କାର୍ଯ୍ୟକ୍ରମରେ ସର୍ବଶ୍ରୀ ଅତ୍ରାହି ଭଂଜନ ପାଣିଗ୍ରାହୀ ମୁଖ୍ୟ ପୂଜକ ଦାୟିତ୍ୱ ନିର୍ବାହ କରିଥିବା ବେଳେ ଶ୍ରୀ କୀର୍ତ୍ତି ମହାପାତ୍ର, ସନ୍ତୋଷ ମିଶ୍ର,ନୀଳ ମିଶ୍ର,ଗଣ ମହାପାତ୍ର ବିଷ୍ଣୁ ଦାଶ,ପୂଜା କର୍ମରେ ସହଯୋଗ କରିଥିଲେ। 

ଏହି କାର୍ଯ୍ୟକ୍ରମର ବିଭିନ୍ନ ଦାୟିତ୍ୱରେ ରହିଥିଲେ  ପାର୍ଥସାରଥୀ ମହାପାତ୍ର, ସୁଧାଂଶୁ, ଜୀତେନ୍ଦ୍ର ଦାଶ,ସମୀର ନାୟକ, ଚନ୍ଦ୍ରଶେଖର ପୁରୋହିତ, ତ୍ରିବିକ୍ରମ ପାଣିଗ୍ରାହୀ, ସତ୍ୟନାରାୟଣ ତ୍ରିପାଠୀ, ଅଶ୍ବିନୀ ପଣ୍ଡା, ବୀର କିଶୋର ପଣ୍ଡା,ସାନ୍ତାନୁ ପାଣିଗ୍ରାହୀ, ସୁରେଶ ମିଶ୍ର, ବଳଦେବ ପାଣିଗ୍ରାହୀ, ଭାସ୍କର ଦାଶ, ଆଦିତ୍ୟ ମିଶ୍ର, ରଘୁନାଥ ତ୍ରିପାଠୀ.. 

ଉମେଶ ଦାଶ, ଅନନ୍ତ ଦାଶ, ତୃପ୍ତିମୟୀ ଦାଶ, ଜ୍ୟୋତ୍ସ୍ନା କର,ପ୍ରକାଶ ଦାଶ,ରାମଚନ୍ଦ୍ର ନାୟକ,ଆକାଶ ପଣ୍ଡା ,ଅଶୋକ ମିଶ୍ର, ଦିବ୍ୟ କିଶୋର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।ପଦ୍ମପୁର ନଗରର ସମସ୍ତ ବ୍ରାହ୍ମଣ ପରିବାର ତଥା ବଟୁମାନଙ୍କ ବନ୍ଧୁ ବାନ୍ଧବ ପରିବାରର ପାଞ୍ଚଶତରୁ ଉର୍ଦ୍ଧ୍ୱ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରସାଦ ସେବନ ସହ ବଟୁମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post