ଜିଲ୍ଲା ରଜକ ସମାଜ ଆନୁକୁଲ୍ୟରେ ପରିବାର ସମ୍ମିଳନୀ...

ଜିଲ୍ଲା ରଜକ ସମାଜ ଆନୁକୁଲ୍ୟରେ ପରିବାର ସମ୍ମିଳନୀ...


ବରଗଡ଼,୨୨/୦୨(ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ରଜକ ସେବା ସମିତି ଆନୁକୁଲ୍ୟରେ ରଜକ ସମାଜ ର ଏକ ଦିବସୀୟ ପରିବାର ସମ୍ମିଳନୀ ୱାର୍ଡ ନ ୧୩ ରଙ୍ଗଘର ପଡ଼ା ଠାରେ ଅନୁଷ୍ଟିତ ହୋଇଯାଇଛି।

Ad..


ସମିତିର ଅଧ୍ୟକ୍ଷ ଅର୍ଜୁନ ସେଟ୍ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ବ୍ଲକ ରୁ ୫୦ ରୁ ଉର୍ଦ୍ଧ୍ବ ରଜକ ପରିବାର ଯୋଗ ଦେଇଥିଲେ । ସଭା ପ୍ରାରମ୍ଭ ରେ ନିତାଇ ଧୁବେଣୀ ଙ୍କ ପୂଜା ଅର୍ଚ୍ଚନା ପରେ ବରିଷ୍ଠ ସଦସ୍ୟ ମାନଙ୍କ ପଦଧଉତ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।

ଏହି ଅବସର ରେ ରଜକ ସମାଜ ର  ରହିଥିବା ବିଭିନ୍ନ ସାମାଜିକ ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇ ଆଗାମୀ ଦିନ ରେ ସେଗୁଡ଼ିକର ସମାଧାନ ପାଇଁ ସରକାର ଙ୍କ ଦୃଷ୍ଟି ଆକର୍ଷଣ ପାଇଁ ପଦକ୍ଷେପ ନେବାକୁ ନିଷ୍ପତ୍ତି ଗୃହୀତ ହୋଇଥିଲା।

ଉପ ସଭାପତି ଉଦ୍ଧବ ସେଟ୍ ,ଅରୁଣ ସେଟ୍,ହାଡୁ ସେଟ୍ ପ୍ରମୁଖ ଉପସ୍ଥିତ ରହି ଜିଲ୍ଲା ରେ ସମିତି ର ସାଂଗଠନିକ ସ୍ଥିତି ଉପସ୍ଥାପନ କରି ତୃଣ ମୂଳ ସ୍ତର ରୁ ସମସ୍ତେ ସଂଗଠିତ ହୋଇ ରହିବା ପାଇଁ ଆହ୍ବାନ ଦେଇଥିଲେ।ସମିତି ର ସମ୍ପାଦକ ଆନନ୍ଦ ସେଟ୍ ଧନ୍ୟବାଦ୍ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post