ବିଶ୍ୱହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ମାଧ୍ୟମରେ ବିଧି ପୂର୍ବକ ୨୫ ପରିବାରର ୭୦ ଲୋକ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ...
ସୁନ୍ଦରଗଡ଼,୨୩/୦୨(ନି.ପ୍ର): ସୁନ୍ଦରଗଡ଼ ଜିଲ୍ଲା ବାଲିଶଙ୍କରା ପ୍ରଖଣ୍ଡର କରୁଆବାହଲ ଗ୍ରାମରେ ବିଶ୍ୱହିନ୍ଦୁ ପରିଷଦ ଧର୍ମ ପ୍ରସାର ବିଭାଗ ମାଧ୍ୟମରେ ବିଧି ପୂର୍ବକ ୨୫ ପରିବାରର ୭୦ ଲୋକ ହିନ୍ଦୁ ଧର୍ମକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ପ୍ରଥମେ କଳସ ଯାତ୍ରା ସହିତ ଯଜ୍ଞ କାର୍ଯ୍ୟ ଆରମ୍ଭ ହୋଇଥିଲା।
Ad..
ଏହି ଯଜ୍ଞରେ ପୂଜକ ଶ୍ରୀ ଗୋକୁଳ ଚନ୍ଦ୍ର ଦାସ ଙ୍କ ପୌରୋହିତ୍ୟରେ ସମସ୍ତ ଙ୍କୁ ଶୁଦ୍ଧି କରାଯାଇଥିଲା।ପରିଶେଷରେ ମାନନୀୟ ଅତିଥି ମାନଙ୍କ ମାର୍ଗ ଦର୍ଶନ ହୋଇଥିଲା।ଅତିଥି ମାନଙ୍କ ମଧ୍ୟରେ ଛତିଶଗଡ ପ୍ରଦେଶ ଯୋଶପୁର ଜିଲ୍ଲା ର ରାଜା ପ୍ରବଳ ପ୍ରତାପ ସିଂ ଯୁଦେବ, ବିଶ୍ୱହିନ୍ଦୁ ପରିଷଦ ଓଡିଶା ପଶ୍ଚିମ ପ୍ରାନ୍ତର କାର୍ଯ୍ୟକାରି ସଭାପତି ଅଶୋକ ଗାନ୍ଧୀ, କ୍ଷେତ୍ରୀୟ ଧର୍ମ ପ୍ରସାର ପ୍ରମୁଖ ଅଚ୍ୟୁତାନନ୍ଦ କର, ପ୍ରାନ୍ତ ନିଧି ପ୍ରମୁଖ ଅନିଲ ସାନ୍ତୁକା...
ବନବାସୀ କଲ୍ୟାଣ ଆଶ୍ରମ ଜିଲ୍ଲା ସଭାପତି ପରମାନନ୍ଦ ବାଗ ମଞ୍ଚାସିନ ଥିଲେ।ଏହି କାର୍ଯ୍ୟକ୍ରମରେ ରାଜା ପ୍ରବଳ ପ୍ରତାପ ସିଂ ଯୁଦେବ ସମସ୍ତ ପରବର୍ତ୍ତିତ ବନ୍ଧୁ ମାନଙ୍କର ପାଦଧୌତ କରିଥିଲେ ଏବଂ ସମସ୍ତେ ଯଜ୍ଞ ରେ ଆହୁତି ପ୍ରଦାନ ପରେ ପୂର୍ଣ୍ଣାହୁତି ହୋଇଥିଲା।
Edited by k.s thakur...


