ବିଜେଡିରୁ ନିଲମ୍ବିତ ହେଲେ ଆଉ ଜଣେ ବରିଷ୍ଠ ନେତା ଶଶୀ ସାହୁ...
ଭୁବନେଶ୍ବର,୦୨/୦୨(ନି.ପ୍ର): ବିଜେଡିରୁ ନିଲମ୍ବିତ ହେଲେ ସିମୁଳିଆର ବରିଷ୍ଠ ନେତା ଶଶୀ ସାହୁ।ବିଶୃଙ୍ଖଳିକ କାର୍ଯ୍ୟ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ୨୦୨୪ ମସିହାରେ ଶଶୀ ସାହୁ ବିଜୁ ଜନତା ଦଳରେ ସାମିଲ ହୋଇଥିବା ବେଳେ ତାଙ୍କ ପତ୍ନୀ ସୁଭାଷିନୀ ସାହୁଙ୍କୁ ଟିକେଟ ମିଳିଥିଲା।
Ad..
ଯଦି ଦେଖାଯାଏ ଦୀର୍ଘଦିନ ହେଲା ବାଲେଶ୍ବର ବିଜେଡିରେ କନ୍ଦଳ ଲାଗି ରହିଛି । ଶଶୀ ସାହୁ ଏବଂ ଜ୍ୟୋତି ପ୍ରକାଶ ସାହୁଙ୍କ ମଧ୍ୟରେ କନ୍ଦଳ ଖବର ସାମ୍ନାକୁ ଆସିଥିଲା । ଏହି କାରଣରୁ ଜିଲା ସଭାପତି ଚୟନ ହୋଇପାରୁନଥିବା ଚର୍ଚ୍ଚା ହୋଇଥିଲା।
Ad..
କହିରଖୁଛୁ କି, ପୂର୍ବରୁ ସନାତନ ମହାକୁଡ଼ ଓ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ସସପେଣ୍ଡ କରିଥିଲା ବିଜେଡି। ଉଭୟଙ୍କୁ ଦଳ ବିରୋଧୀ କାର୍ଯ୍ୟ ପାଇଁ ସସପେଣ୍ଡ କରାଯାଇଥିବା ନେଇ ବିଜେଡି ସଭାପତି ନବୀନ ପଟ୍ଟନାୟକ କହିଥିଲେ।
Ad..
Edited by k.s thakur...




