କେନ୍ଦ୍ରୀୟ ବଜେଟ୍ ଦିଶାହୀନ, ଦୃଷ୍ଟିହୀନ, ନୀତିହୀନ: ଭକ୍ତ ଚରଣ ଦାସ...
ଭୁବନେଶ୍ଵର,୦୨/୦୨(ନି.ପ୍ର): ଅର୍ଥମନ୍ତ୍ରୀ ନିର୍ମଳା ସିତାରମଣ ଚଳିତ ଆର୍ଥିକ ବର୍ଷ ପାଇଁ ବଜେଟ ୨୦୨୬ ଉପସ୍ଥାପନ କରିଛନ୍ତି । ଏହି ୨୦୨୬-୨୭ ଆଗତ ବଜେଟକୁ ନେଇ ପିସିସି ସଭାପତି ଭକ୍ତ ଚରଣ ଦାସ କଂଗ୍ରେସ ଭବନ ଠାରେ ଏକ ପ୍ରେସ ବିବୃତିରେ ନିଜ ମତାମତ ଉପସ୍ଥାପନା କରିଛନ୍ତି।
Ad..
ସେ କହିଛନ୍ତି କେନ୍ଦ୍ରୀୟ ବଜେଟ୍ ଦିଶାହୀନ, ଦୃଷ୍ଟିହୀନ, ନୀତିହୀନ। ଯୁବକ, ଚାଷୀ, ଗରିବ, ମଧ୍ୟବିତ୍ତଙ୍କ ପାଇଁ ବଜେଟ୍ରେ କିଛି ନାହିଁ। ନୀତି ସଂପନ୍ନ ବଜେଟ୍ ହେବା କଥା କିନ୍ତୁ ହୋଇନି।ପୂର୍ଵ ବଜେଟ ଅନୁସାରେ ସରକାର ଏକଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିପାରି ନାହାନ୍ତି ।
Ad..
୨୦୨୪-୨୫ ପର୍ଯ୍ୟନ୍ତ ଦେଶ ଉପରେ ୧୯୦ ଲକ୍ଷ କୋଟି ହୋଇଯାଇଛି ଯାହା UPA ସମୟରେ ୫୫ ଲକ୍ଷ କୋଟି ଥିଲା । ଏଇ ୧୨ ବର୍ଷରେ ସରକାର ୧୩୫ ଲକ୍ଷ କୋଟି ଅଧିକ ଋଣ କରିସାରିଲେଣି । ଅଧିକନ୍ତୁ ୨୦୨୬-୨୭ ବେଳକୁ ପୁଣି ୧୭.୨ଲକ୍ଷ କୋଟି ଋଣ କରିବେ । ୧୨ ବର୍ଷରେ ଏମିତି କ’ଣ କଲେ ଋଣ ଭାର କାହିଁକି ବଢ଼ିଲା ବୋଲି ପ୍ରଶ୍ନ କରିଛି କଂଗ୍ରେସ । ପୁଞ୍ଜିପତିଙ୍କ ପାଇଁ ଏ ବଜେଟ୍ ।
Ad..
ସାଧାରଣ ଲୋକଙ୍କ ପାଇଁ ବଜେଟ୍ ନୁହେଁ । ପ୍ରଦେଶ କଂଗ୍ରେସ ଏହାକୁ ସମ୍ପୂର୍ଣ୍ଣ ନିନ୍ଦା କରୁଛି ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଦାସ।ସେହିପରି UPA ସମୟରେ ଥିବା ଘରୋଇ ସଂଚୟ ୭.୪% ଖସିଆସି ୫.୩% ହୋଇଯାଇଛି । ଶିକ୍ଷିତ ଯୁବକ ମାନଙ୍କ ବେକାରି ସମସ୍ୟା ଅତି ଉତ୍କଟ ।
ଶିକ୍ଷିତ ଗ୍ରାଜୁଏଟ ମାନଙ୍କ ବେକାରୀହାର ୨୬.୩% ପହଁଚିଛି । ଗତ ୧୨ ବର୍ଷ ହେଲା ଯୁବପିଢି ହତାଶ ହେଇଛନ୍ତି। ଏବେ ବି ବଜେଟରେ ଯୁବପିଢିଙ୍କ ପାଇଁ କିଛି ନାହିଁ। ନିଯୁକ୍ତି ପାଇଁ କିଛି ବ୍ୟବସ୍ଥା ହୋଇନି।ଉପାର୍ଜନ ଅସମତାରେ ଆମ ଦେଶ ବର୍ତମାନ ଶୀର୍ଷରେ ଅଛି ଏହାକୁ ରୋକିବା ପାଇଁ ସରକାରଙ୍କ କୋଣସି ଯୋଜନା ନାହିଁ ।
ଓଡିଶା କେନ୍ଦ୍ର ରାଜସ୍ବ ଆଦାୟର କୋଣସି ଭାଗ ପାଇବାର ବ୍ୟବସ୍ଥା ନାହିଁ।ସେ କହିଛନ୍ତି ବଜେଟରେ ଘୋଷଣା ହୋଇଥିବା କେନ୍ଦୁଝର, ପାରାଦ୍ୱୀପ ଆନ୍ତଃଜଳ ଗମନାଗମନ ଏକ ଧୂଆଁ ବାଣ ଛଡା କିଛି ନୁହଁ କାରଣ ବାଜପେୟୀଙ୍କ ସରକାର ମଧ୍ୟ ଏହି ମହତ୍ୱକାଂକ୍ଷୀ ଯୋଜନାର ଘୋଷଣା କରିଥିଲେ କିନ୍ତୁ ଆଜି ପର୍ଯ୍ୟନ୍ତ ଏହା ସ୍ବପ୍ନ ହୋଇ ରହିଯାଇଛି ।
ସରକାର ପ୍ରଥମେ ଭୀଷଣ ଭାବରେ ପ୍ରଦୂଷିତ ହେଉଥିବା ମହାନଦୀ ଓ ବୈତରଣୀ ନଦୀକୁ ରକ୍ଷା କରନ୍ତୁ । ଇଷ୍ଟ କୋଷ୍ଟ ଫ୍ରାଇଟ କରିଡର ତିଆରି ହେବାର ଯୋଜନା ଅଛି । ବହୁତ ସୁନ୍ଦର ପଦକ୍ଷେପ ତେବେ ସରକାର ସ୍ପଷ୍ଟ କରନ୍ତୁ ଏହା ତାଙ୍କ ବନ୍ଧୁ ଅମ୍ବାନୀ, ଅଦାନୀ, ଆଦି ଶିଳ୍ପପତିଙ୍କ ସ୍ୱାର୍ଥ ପାଇଁ ନୁହେଁ ତ? 7 ଗୋଟି ସ୍ପୀଡ଼ ରେଲ କରିଡର ଘୋଷଣା ହେଇଛି କିନ୍ତୁ ଏଥିରେ ଓଡିଶାର ନାମ ନଥିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ।
ଗଣମାଧ୍ୟମର ଏକ ପ୍ରଶ୍ନର ଉତ୍ତର ଦେଇ ଭକ୍ତ ଦାସ କହିଛନ୍ତି ଯେ, ଆମ ନେତା ମାନନୀୟ ରାହୁଲ ଗାନ୍ଧୀ ଏହି ବଜେଟ ଯୁବକ ମାନଙ୍କ ପାଇଁ ନିରୁତ୍ସାହିତ ବଜେଟ ବୋଲି ଘୋଷଣା କରି ସାରିଲେଣି । ଓଡ଼ିଶାରେ କୌଣସି ସରକାରୀ ଚାକିରୀ ପାଇଁ ପରୀକ୍ଷା ସରକାର କରି ପାରି ନାହାନ୍ତି ।
କଣ୍ଟ୍ରାକଚୁଆଲ ଭିତ୍ତିରେ ଚାକିରୀ ଦେଉଛନ୍ତି ଏଭଳି ସ୍ଥଳେ ଯୁବକ ମାନଙ୍କ ପାଇଁ ଏହି ବଜେଟ କେମିତି ଖୁସି ଆଣିବ କୁହନ୍ତୁ।ଓଡ଼ିଶାବାସୀଙ୍କ ପାଇଁ ବଜେଟ୍ ପ୍ରତାରଣା। ଓଡ଼ିଶା ଲୋକଙ୍କୁ ଧୋକା। ସରକାରଙ୍କୁ ଯାହା ଗ୍ରାଣ୍ଟ ଦେବା କଥା ସେଥିରେ ମଧ୍ୟ ପତନ ହୋଇଛି।
ମାଗଣା ବିଜୁଳି କଥା କହିଥିଲେ। ଅନ୍ତତଃ ସେନେଇ ବଜେଟରେ ବ୍ୟବସ୍ଥା ରହିବା କଥା। ଯାହା ହୋଇନି ବୋଲି ଭକ୍ତ ଚରଣ ଦାସ କହିଛନ୍ତି।ଭକ୍ତ ଦାସ ଆଉ ମଧ୍ୟ କହିଛନ୍ତି ପ୍ରଦେଶ କଂଗ୍ରେସ କମିଟି ଏହି ବଜେଟକୁ ନିନ୍ଦା କରୁଛି ଏବଂ ଓଡିଶା ପାଇଁ ଅଧିକରୁ ଅଧିକ ପାଣ୍ଠି ଯୋଗେଇବାକୁ ଦାବୀ କରୁଛି।
Edited by k.s thakur...




