ବଜେଟ ୨୦୨୬ କୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା...

ବଜେଟ ୨୦୨୬ କୁ ନେଇ ବୁଦ୍ଧିଜୀବୀଙ୍କ ପ୍ରତିକ୍ରିୟା...


କଣ୍ଟାବାଞ୍ଜି,୦୨/୦୨(ନି.ପ୍ର): ଅର୍ଥ ମନ୍ତ୍ରୀ ନିର୍ମଳା ସିଥାରମନ ଆଜି ନବମ ଥର ପାଇଁ ସାଂସଦରେ କେନ୍ଦ୍ରୀୟ ବଜେଟ ଉପସ୍ଥାପନ କରିଛନ୍ତି। 

Ad..


ଏଥିରେ ମୁଖ୍ୟତଃ ଆତ୍ମନିର୍ଭର ଭାରତ କୁ ଲକ୍ଷ୍ୟ ରଖି କ୍ଷୁଦ୍ର ଓ ଅଣୁ ଉଦ୍ୟୋଗ ପାଇଁ ୧୦୦୦୦କୋଟି ଟଙ୍କା ର କର୍ପସ ପାଣ୍ଠି ସହିତ ଅତିରିକ୍ତ ୨୦୦୦ କୋଟି ଟଙ୍କା ର ପାଣ୍ଠି ରଖିଛନ୍ତି, ଚନ୍ଦନ କାଠ, କାଜୁ ଓ ନଡ଼ିଆ ବ୍ୟବସାୟୀଙ୍କ ପାଇଁ ମଧ୍ୟ ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି।

        Ad..


ଯାହାକି ସ୍ବାଗତ ଯୋଗ୍ୟ କିନ୍ତୁ ମଧ୍ୟବିତ୍ତ ଓ ଚାକିରିଆ ଙ୍କୁ  ଆୟକର ସ୍ଲାବ ଓ ସ୍ତାଣ୍ଡାର୍ଡ ଡିଡକ୍ସନ  ଅପରିବର୍ତ୍ତିତ ରଖି ନିରାଶ କରିଛନ୍ତି।ଅନ୍ୟ ପକ୍ଷରେ ସର୍ବନିମ୍ନ ବିକଳ୍ପ କର ରେ ୧ ଶତକଡା କମ୍ କରି  ବ୍ୟବସାୟୀ ମାନଙ୍କୁ କର କୋହଳ କରିଛନ୍ତି,ସର୍ବୋପରି ଏହା ଏକ ଚିରାଚରିତ ବଜେଟ ପରି ମନେହେଉଛି।

Ad..



(ରାଜେନ୍ଦ୍ର କୁମାର ପୁରୋହିତ,ଅଧ୍ୟକ୍ଷ ମହିଳା ସ୍ନାତକ ମହାବିଦ୍ୟାଳୟ, କଣ୍ଟାବାଞ୍ଜି)



Edited by k.s thakur...

Post a Comment

Previous Post Next Post