ମହିଳା ସ୍ନାତକ ମହାବିଦ୍ୟାଳୟ ର ଛାତ୍ରୀଙ୍କ କୃତିତ୍ୱ...

ମହିଳା ସ୍ନାତକ ମହାବିଦ୍ୟାଳୟ ର ଛାତ୍ରୀଙ୍କ କୃତିତ୍ୱ...


କଣ୍ଟାବାଞ୍ଜି,୧୧/୦୨ : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀରର ଜାତୀୟ ସେବା ଶିବିର ଶାଖା ତରଫରୁ ଆୟୋଜିତ ତ୍ରିଦିବଶୀୟ ଜିଲ୍କା ସ୍ତରୀୟ ଯୁବ ନେତୃତ୍ୱ ପ୍ରଶିକ୍ଷଣ ଶିବିର ରେ ମହିଳା ସ୍ନାତକ ମହାବିଦ୍ୟାଳୟ ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରି ଦଳଗତ ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିକି ମହାବିଦ୍ୟାଳୟ ପାଇଁ କୁର୍ତ୍ତିତ୍ୱ ହାସଲ କରିଛନ୍ତି

              Ad..


ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ବଲାଙ୍ଗୀର ପରିସରରେ ଆୟୋଜିତ ହେଇଥିବା ଏହି ଜାତୀୟ ସେବା ଶିବିରରେ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ସମସ୍ତ ମହାବିଦ୍ୟାଳୟ ର ଜାତୀୟ ସେବା ଯୋଜନା ଶାଖା ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ।ଏହା ଫେବୃଆରୀ 8,9 ଓ 10 ତାରିଖ ରେ ତିନି ଦିନ ପାଇଁ ଆୟୋଜନ କରାଯାଇଥିଲା।

Ad..


ଏହା କୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ର ଜାତୀୟ ସେବା ଯୋଜନା ବୁ୍ରୌ ତରଫରୁ ସୁଚାରୁ ରୂପେ ଆୟୋଜନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଛାତ୍ର ଛାତ୍ରୀମାନଙ୍କ ପାଇଁ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ ମଧ୍ୟ ହୋଇଥିଲା।

ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଛାତ୍ରୀ ସୀତାୟା ବନଛୋର ଓ ନିରୁପମା ବୈକାର ଏହି ଶିବିରରେ ଅଂଶଗ୍ରହଣ କରିକି ନୃତ୍ୟ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ହାସଲ କରିଥିଲେ।ଏହି କୃତିତ୍ୱ ପାଇଁ ମହାବିଦ୍ୟାଳୟ ର ଅଧକ୍ଷ ଶ୍ରୀ ରାଜେନ୍ଦ୍ର ପୁରୋହିତ ଓ ଜାତୀୟ ସେବା ଯୋଜନାର ସଂଯୋଜକ ଅଧ୍ୟାପକ ଜିତେନ୍ଦ୍ର ସୁନା ଛାତ୍ରୀମାନଙ୍କୁ ଅଭିନନ୍ଦନ ଜଣେଇଛନ୍ତି।



Edited by k.s thakur...

Post a Comment

Previous Post Next Post