ସ୍ମାର୍ଟ୍ ନିବେଶକ ସଚେତନତା କାର୍ଯକ୍ରମ - ସମ୍ପାନ ଅନୁଷ୍ଠିତ...
କଣ୍ଟାବାଞ୍ଜି,୧୧/୦୨ : ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ଓ ନୂଆଦିଲ୍ଲୀ ସ୍ଥିତ " ଜ୍ଞାନ ବୁଦ୍ଧି ଫାଉଣ୍ଡେସନ " ମିଳିତ ଉଦ୍ୟମରେ , ଆଭାସି ମାଧ୍ୟମରେ ଏକ ସ୍ମାର୍ଟ ନିବେଷକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି।
Ad..
ଜ୍ଞାନ ବୁଦ୍ଧି ଫାଉଣ୍ଡେସନ ର ଶିକ୍ଷଣ ସହାୟିକା ଖୁସି ପିପାଲ ଓ ମହିଳା ମହାବିଦ୍ୟାଳୟ ର ନାଜନୀ ନ ପର୍ମାର ଙ୍କ ସଂଯୋଜନାରେ, ନୂଆଦିଲ୍ଲୀ ରୁ ସେୟାର ବଜାର ତାଲିମ ଦାତା ଆଲୋକ କୁମାର ଅଭାସି ମାଧ୍ୟମରେ ବିଭିନ୍ନ ପ୍ରକାର ର ସେକ୍ୟୁରିଟିଜ୍...
Ad..
ମୁଚୁଆଲ ଫଣ୍ଡ ଉପରେ ଆଲୋକ ପାତ କରିଥିଲେ ଓ କେଉଁ ପ୍ରକାରରେ ସଞ୍ଚୟ ପୁଞ୍ଜି କୁ ବିନିଯୋଗ କରିଲେ ଜଣେ ନିଜର ଭବିଷ୍ୟତ କୁ ଆର୍ଥିକ ସ୍ଵଚ୍ଛଳ କରିପାରିବେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ।
ସେହିପରି ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ କହିଥିଲେ ଯେ କୌଣସି କାମ ସେ ଯାହାହେଉ ପାଠ ,କି ପୁଞ୍ଜି ବିନିଯୋଗ , ଆରମ୍ଭ କରିବାକୁ କେବେ ବିଳମ୍ବ ନୁହେଁ, ଏଣୁ ଯେ କୌଣସି ବୟସ ର ବ୍ୟକ୍ତି ହୁଅନ୍ତୁ ସେ ତାଙ୍କର ବଳକା ଆୟକୁ ମୂତୁଆଲ ଫଣ୍ଡ କିମ୍ବା ଏସ ଆଇ ପି ରେ ଚତୁରତା ସହିତ ବିନିଯୋଗ କରନ୍ତୁ ଏବଂ ଭବିଷ୍ୟତ ର ଆର୍ଥିକ ସ୍ଥିତି କୁ ସୁରକ୍ଷିତ ରଖନ୍ତୁ। ଏଥିରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ,କର୍ମଚାରୀ ଓ ଛାତ୍ରୀ ଉପସ୍ଥିତ ଥିଲେ।
Edited by k.s thakur...
Tags:
kantabanji
latest news
latest update
odisha daily current affairs
odisha news
smart investor program
women's college



