୨୦ତମ ମା ବସ୍ତ୍ରେନ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଘାଟିତ...ପ୍ରଥମ ଦିନରେ ଘୁଷୁରାମୁଣ୍ଡା ବିଜୟୀ...

୨୦ତମ ମା ବସ୍ତ୍ରେନ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଘାଟିତ...ପ୍ରଥମ ଦିନରେ ଘୁଷୁରାମୁଣ୍ଡା ବିଜୟୀ...


ମୁରିବାହାଲ,୦୭/୦୨(ଶଙ୍କର ମାଝୀ): ମୁରିବାହାଲ ବ୍ଲକ ଗଁରେଇ ପଞ୍ଚାୟତ ର ଡୁଡୁକାପଡ଼ା ଖେଳ ପଡିଆରେ ମାଲପଡା ଗ୍ରାମବାସୀ ଙ୍କ ଆନୁକୂଲ୍ୟରେ ୨୦ତମ ମା ବସ୍ତ୍ରେନ ମାଉଲି ଫୁଟବଲ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। 

           Ad..


ମୁଖ୍ୟ ଅଥିତି ରୂପେ ଗଁରେଇ ଗ୍ରାମପଞ୍ଚାୟତ ସରପଞ୍ଚ ଙ୍କ ସ୍ୱାମୀ ଡୋଳାମାଣୀ ଛୁରା ଯୋଗଦେଇ ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଗଁରେଇ ଗ୍ରାମର ୱାର୍ଡମେମ୍ବର ନେପାଳ ସାହୁ ଏବଂ ମାଲପଡା ଗ୍ରାମର ୱାର୍ଡମେମ୍ବର  ଗୋପବନ୍ଧୁ ପୁଟେଲ ପ୍ରମୁଖ ମଞ୍ଚାସିନ ଥିଲେ। 

Ad..


୧୬ଦଳ ବିଶିଷ୍ଟ ଏହି ପ୍ରତିଯୋଗିତାରେ ପ୍ରଥମ ମ୍ୟାଚରେ ଘୁଷୁରାମୁଣ୍ଡା ଏବଂ ନାରେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଘୁଷୁରାମୁଣ୍ଡା ଟ୍ରାଇବ୍ରେକରେ ବିଜୟୀ ହୋଇଥିଲା।ବୁଲୁ ମାଝୀ ଖେଳପରିଚାଳନା କରିଥିବାବେଳେ, ସାନ ମାଝୀ,ଚୌଧର ଭୋଇ ଲାଇନ ମ୍ୟାନ କାର୍ଯ୍ୟ ତୁଲାଇଥିଲେ ଏବଂ ମାଲପଡା ଗ୍ରାମର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।



Report : Shankar majhi 

Edited by k.s thakur...

Post a Comment

Previous Post Next Post