ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ...

ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ...


ଭୁବନେଶ୍ବର,୦୭/୦୨(ନି.ପ୍ର): ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜୁ ଜନତା ଦଳ। ଓଡ଼ିଶାର ହକ ପାଇଁ ରାଜ୍ୟ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ତାହା ସାଧାରଣରେ ସଂଶୟ ସୃଷ୍ଟି କରିଛି। ସରକାର କେବଳ ବ୍ଲେମ ଗେମ ଖେଳୁଛନ୍ତି। ନିଜେ ଦ୍ବନ୍ଦ୍ବାତ୍ମକ ସ୍ଥିତିରେ ଅଛନ୍ତି ।

            Ad.. 


ଟ୍ରିପଲ ଇ଼ଜିନ ସରକାରରେ ସମାଧାନ ହୋଇଯିବ ବୋଲି ଆଶା କରାଯାଉଥିଲା । ହେଲେ ତାହା ଏବେ ନିରାଶାରେ ପରିଣତ ହେଲାଣି। ଏପ୍ରିଲ ୧୩ରେ ଟ୍ରିବ୍ୟୁନାଲ ଅବଧି ସରିବାକୁ ଯାଉଛି। ଏହାର ଅବଧି ଆଉ ୯ ମାସ ବୃଦ୍ଧି କରିବାକୁ ସରକାର ଚିଠି ଲେଖିବା ନେଇ ପ୍ରଶ୍ନ ଉଠାଇଛି ବିଜେଡି। 

Ad..


୯ ମାସ ବୃଦ୍ଧି କରିଦେଲେ ମହାନଦୀ ଜଳ ବିବାଦର କ'ଣ ସମାଧାନ ବାହାରିଯିବ ବୋଲି ଦଳ ପ୍ରଶ୍ନ କରିଛି।ପୂର୍ବ ସରକାର ଜଳ ବିବାଦର ସମାଧାନ ଲାଗି ସବୁ ଫୋରମକୁ ଯାଇଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଶୁଣିଲେ ନାହିଁ।କେନ୍ଦ୍ର ଜଳ ସଂପଦ ବିଭାଗ ଶୁଣିଲା ନାହିଁ।ଛତିଶଗଡ଼ ସରକାର ଶୁଣିଲା ନାହିଁ। ଫଳରେ ବିଜେଡି ସୁପ୍ରିମକୋର୍ଟ ଯାଇଥିଲା।

ଏବେ ରାଜ୍ୟ ସରକାର ଆପୋଷ ସମାଧାନ କଥା କହି ଅଧିକ ଗୋଳିଆ କରୁଛନ୍ତି।ଦେଶରେ କୌଣସି ସ୍ଥାନରେ ଆପୋଷ ବୁଝାମଣରେ ଜଳବିବାଦର ସମାଧାନ ହୋଇନାହିଁ। ଯଦି ଆପୋଷ ବୁଝାମଣା ହେବ ତାହାଲେ ଟ୍ରିବ୍ୟୁନାଲରୁ ଓହରି ଯିବ କି ରାଜ୍ୟ ସରକାର ? 

ଗତ ୩୦ ତାରିଖରେ ରାଜ୍ୟ ସରକାର ଛତିଶଗଡ଼ ସହ ଆଲୋଚନା ପାଇଁ କାହିଁକି ଗଲେ ନାହିଁ ? ଛତିଶଗଡ଼ ସରକାର ଆଲୋଚନାକୁ ଗ୍ରହଣ କରିବାକୁ ଚାହୁଁନାହାନ୍ତି କି ? ମୁଖ୍ୟମନ୍ତ୍ରୀ-ମୁଖ୍ୟମନ୍ତ୍ରୀ ଆଲୋଚନା ହେଲା ବୋଲି କହିଲେ ହେଲେ ଉଚ୍ଚସ୍ତରୀୟ ବୈଠକକୁ ଗଲେ ନାହିଁ। 

ସରକାରଙ୍କ ଉଦ୍ଦେଶ୍ୟ କଣ ? ସରକାର ଦଳୀୟ ସ୍ୱାର୍ଥ ପାଇଁ ରାଜ୍ୟବାସୀଙ୍କ ସ୍ୱାର୍ଥକୁ ବଳି ପକାଉଛନ୍ତି। ଏକା ଦଳର ସରକାର ଥିବାରୁ ଓଡ଼ିଶା ସରକାର ମୁଣ୍ଡ ନୁଆଁଇଛନ୍ତି ବୋଲି ବିଜେଡି ଅଭିଯୋଗ କରିଛି।



Edited by k.s thakur...

Post a Comment

Previous Post Next Post