ପଖନମୁଣ୍ଡାରେ ପାଣି ପଞ୍ଚାୟତ ପକ୍ଷ ପାଳିତ...

ପଖନମୁଣ୍ଡାରେ ପାଣି ପଞ୍ଚାୟତ ପକ୍ଷ ପାଳିତ...


କଣ୍ଟାବାଞ୍ଜି,୦୨/୦୧: ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ନବବର୍ଷ ଓ ପୌଷ ପୂର୍ଣ୍ଣିମା ଅବସରରେ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଥିଲା। 

       Ad..


ପ୍ରଧାନ ଶିକ୍ଷକ ହରି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମାନ୍ଦଲା କ୍ଳଷ୍ଟରର ସିଆରସିସି ଧନସିଂ ମାଝୀ, ଶିକ୍ଷକ ମନୋଜ ତାଣ୍ଡୀ, ଅଲେଖ ବନଗୋଲା ଅତିଥି ଭାବରେ ଯୋଗ ଦେଇଥିଲେ।ଭବାନୀ ମାଝୀ ସ୍ୱାଗତ ସଙ୍ଗୀତ ଗାଇଥିଲେ ଓ ଛାତ୍ରୀବୃନ୍ଦ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।

ପ୍ରକୃତି ବନ୍ଧୁ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ନବ ବର୍ଷର ଅଭିନନ୍ଦନ ଜଣାଇଥିଲେ।ଆମ ସଂସ୍କୃତି ଓ ପର୍ବ ପର୍ବପର୍ବାଣି ହଜିହଜି ଯାଉଥିବାବେଳେ ପଶ୍ଚିମ ଓଡ଼ିଶାର ଗଣପର୍ବ ପୁଷପୁନୀ ଉପରେ ଆଲୋକପାତ କରିଥିଲେ।

ତାପରେ ପାଣି ପଞ୍ଚାୟତ ପକ୍ଷ ପାଳନର ଗୁରୁତ୍ୱ ଓ ଉଦ୍ଦେଶ୍ୟ ଉପରେ ବକ୍ତବ୍ୟ ରଖିଥିଲେ।ପାଣି ପଞ୍ଚାୟତ ପକ୍ଷ ଉପରେ ଆଧାରିତ କୁଇଜ,ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା କରି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।




Edited by k.s thakur...

Post a Comment

Previous Post Next Post