ପଶ୍ଚିମ ଓଡିଶାରେ ୫୦ ରୁ ଉର୍ଦ୍ଧ କଂସ ମହାରାଜଙ୍କ ରାଜୁତି ଚାଲେ...

ପଶ୍ଚିମ ଓଡିଶାରେ ୫୦ ରୁ ଉର୍ଦ୍ଧ କଂସ ମହାରାଜଙ୍କ ରାଜୁତି ଚାଲେ...


ବରଗଡ଼,୦୨/୦୧(ବିଜୟ କୁମାର ସାହୁ): ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ପ୍ରାୟ ୫୦ ରୁ ଉର୍ଦ୍ଧ କଂସ ମହାରାଜଙ୍କ ରାଜୁତି ଚାଲେ। ପଶ୍ଚିମ ଓଡ଼ିଶାର ପ୍ରାୟ ୨୫୦ ରୁ ଉର୍ଦ୍ଧ ଯାତ୍ରା  ବା ପର୍ବ ବରଗଡ଼ ଧନୁଯାତ୍ରା କୁ ଅନୁକରଣ ସଦୃଶ୍ୟ ବିଭିନ୍ନ ମହୋତ୍ସବ ରେ ଦରବାର ଲାଗୁଥିବା ବେଳେ ପଶ୍ଚିମାଞ୍ଚଳର ପ୍ରାୟ ୨୫୦ ମଞ୍ଚ ଯାତ୍ରା ପର୍ବ ରୁ ପ୍ରାୟ ୧୦୦ କେବଳ ଧନୁଯାତ୍ରା ଅନୁଷ୍ଠିତ ହେଇଥାଏ।

    Ad..


ବରଗଡ଼ ଜିଲ୍ଲାର ବରଗଡ଼ ଧନୁଯାତ୍ରା ସମେତ ପଦ୍ମପୁର, ଗାଇସିଲେଟ, ଭେଡେନ,ଭଟଲି, ପାଇକମାଳ ର ପ୍ରାୟ ୭ ସ୍ଥାନ ରେ ଓ ବରଗଡ଼, ସମ୍ବଲପୁର, ବଲାଙ୍ଗୀର,ନୁଆପଡା, ବୈଦ, ସୋନପୁର, ଝାରସୁଗୁଡ଼ା ପ୍ରଭୃତି ଜିଲ୍ଲା ର ବିଭିନ୍ନ ଅଂଚଳ ରେ ପ୍ରାୟ ୧୦୦ ପାଖାପାଖି ସ୍ଥାନ ରେ ଧନୁଯାତ୍ରା ମାନ ଅନୁଷ୍ଠିତ ହେଉଛି।

ପଶ୍ଚିମ ଓଡ଼ିଶାର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଧନୁଯାତ୍ରା ଯାତ୍ରା ପର୍ବ ମାନଙ୍କ ରେ ପ୍ରାୟ ୫୦ ଜଣରୁ ଉର୍ଦ୍ଧ ଜଣ କଳାକାର କେବଳ କଂସ ଭୂମିକାରେ ଅଭିନୟ କରୁଥିବା ବେଳେ ଅନ୍ୟ ରାଜା, ଅସୁର ଭୂମିକାରେ ପ୍ରାୟ ୧୦୦ ରୁ ଉର୍ଦ୍ଧ କଳାକାର ଅଭିନୟ କରିପାରିବାର ଯୋଗ୍ୟତା ରହିଛି। 

ପଶ୍ଚିମ ଓଡ଼ିଶାର ବିଭିନ୍ନ ମଞ୍ଚ ରେ କଂସ, ରାବଣ,ମୁରାସୁର,ମୂଷିକଦତ୍ଯ, ମହିଷାସୁର, ସମେତ ବିଭିନ୍ନ ମଞ୍ଚ ରେ ଅଭିନୟ କରୁଥିବା କଳାକାର ମାନଙ୍କ ଯଥାସମ୍ଭବ ଅନୁସନ୍ଧାନ କରାଯାଇ ସୁଶୀଲ ମେହେର, ଭୁବନେଶ୍ୱର ପ୍ରଧାନ, ହୃଷୀକେଶ ଭୋଇ, ଜଗଦାନନ୍ଦ ମିଶ୍ର, କଲା କାହ୍ନୁ ଚୈହାନ,ବିଜୟ ଦେବତା, ଗୋପାଳ ପଣ୍ଡା,ରବିନ୍ଦ୍ର ସାହୁ... 

ଗୋପବନ୍ଧୁ ସାହୁ, ଆର୍ତ୍ତତ୍ରାଣ ସୁନାନି, ଦିଲ୍ଲିପ ମେହେର, ରମେଶ ମେହେର, ସୁମନ୍ତ ମେହେର, ଗୋପାଳ ଦାସ, ସୁଶାନ୍ତ ମେହେର, ପ୍ରଫୁଲ୍ଲ ମେହେର,ଝସକେତନ ପଧାନ,ଅନିଲ ନାଏକ, ଦେବେନ୍ଦ୍ର କନ୍ଧେର,ଦେବରାଜ ଛତ୍ରିଆ, ଶଙ୍କର ସୁନା,ସୁଭମ ଘିବେଲା,ମାନସ ମହାପାତ୍ର, ଜଗବନ୍ଧୁ ମହାଲିଙ୍ଗ, ମଧୁସୂଦନ ପାଣିଗ୍ରାହୀ,ଭାଗବତିଆ ମେହେର..

ଦିଲ୍ଲିପ ବାଗ, ଝସକେତନ ମେହେର, ନିରଞ୍ଜନ ରଥ ସମେତ ଆହୁରି ଅନେକ ଯୁବ ଓ ବରିଷ୍ଠ କଳାକାର ମାନେ ବିଭିନ୍ନ ଅସୁର, ରାଜା, ମହାରାଜା ଭୂମିକା ରେ ଅବତିର୍ଣ ହେଉଛନ୍ତି ଯାହାକି ପଶ୍ଚିମ ଓଡ଼ିଶାର କଂସ କଳାକାର ଙ୍କ ଏକ ଗଡ଼ ପାଲଟିଛି ଏଭଳି କେବଳ ଧନୁଯାତ୍ରା କଥା ନୁହେଁ ବିଭିନ୍ନ ପୂଜା ପାର୍ବଣ ସମୟରେ ଅନୁଷ୍ଠିତ ହେଉଥିବା ମହୋତ୍ସବ, ଯାତ୍ରା,ପର୍ବ ମାନଙ୍କ ରେ ମଧ୍ୟ ଅନେକ ଶହ ଶହ କଳାକାର କଳା ପ୍ରଦର୍ଶନ କରୁଛନ୍ତି। ଏଭଲି ଏକ କଳାକାର ଙ୍କ ସମାଗମ ର ପଶ୍ଚିମ ଓଡ଼ିଶା ରେ ହଜାର ହଜାର ସଂଖ୍ୟାରେ କଳାକାର ରହିଛନ୍ତି।




Report : Bijay ku sahu

Edited by k.s thakur...

Post a Comment

Previous Post Next Post