ନୂଆ ଉନ୍ନୟନ କମିଶନର ଭାବେ ଦାୟିତ୍ବ ନେଲେ ଦେଓରଞ୍ଜନ ସିଂ...
ଭୁବନେଶ୍ଵର,୦୨/୦୧ : ଦାୟିତ୍ବ ନେଲେ ନୂଆ ଉନ୍ନୟନ କମିଶନର ଦେଓରଞ୍ଜନ ସିଂ। ଗତକାଲି ବରିଷ୍ଠ ଆଇଏଏସ ସ୍ତରରେ ଅଦଳବଦଳ ପରେ ଆଜି ବିଧିବଦ୍ଧ ବାବେ ଦାୟିତ୍ବ ନେଇଛନ୍ତି ଦେଓରଞ୍ଜନ।ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ପରେ ଦେଓରଞ୍ଜନ ଏହି ଆସନ ଅଳଙ୍କୃତ କରିଛନ୍ତି।
Ad..
ଉନ୍ନୟନ କମିଶନର ଥିବା ଅନୁ ଗର୍ଗଙ୍କ ମୁଖ୍ୟ ଶାସନ ସଚିବ ପଦ ମିଳିବା ପରେ ଏହି ଆସନ ଖାଲି ପଡ଼ିଥିଲା । ଗତକାଲି ରାଜ୍ୟ ସରକାର ଆଇଏଏସ୍ ସ୍ତରରେ ଅଦଳ ବଦଳ କରିଥିଲେ।
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ସଚିବ ଥିବା ଦେଓରଞ୍ଜନ କୁମାର ସିଂହଙ୍କୁ ନୂତନ ଉନ୍ନୟନ ଆୟୁକ୍ତଭାବେ ଦାୟିତ୍ୱ ମିଳିଥିଲା।ଏହା ସହିତ ଯୋଜନା ଏବଂ ସଂଯୋଜନା ବିଭାଗ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି।
Edited by k.s thakur...
Tags:
Bhubaneswar
deoranjan singh
latest news
latest update
new development commissioner
odisha daily current affairs
odisha news


