ବରଗଡ଼ ଧନୁଯାତ୍ରା ; ମଥୁରା ନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଏହି ସରକାର କୌଣସି ଧମକ୍କୁ ଡରେ ନାହିଁ...
ବରଗଡ଼/ମଥୁରାନଗରୀ,୦୩/୦୧ : କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି।
Ad..
ମାତ୍ର ଏହି ସରକାର କୌଣସି ଧମକ୍କୁ ଡରେ ନାହିଁ ଏବଂ ଆସନ୍ତା ମାର୍ଚ୍ଚ ମାସ ଶେଷ ସୁଦ୍ଧା ସମସ୍ତ ଚାଷୀଙ୍କ କଷ୍ଟୋପାର୍ଜିତ ଧାନ କିଣିବା ପାଇଁ ବଦ୍ଧ ପରିକର ବୋଲି ଶୁକ୍ରବାର ଧନୁଯାତ୍ରା ମହୋତ୍ସବର ଦଶମ ଦିବସରେ କଂସ ଦରବାରରେ ରାଜ ଅତିଥିଭାବେ ଯୋଗଦେଇ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ କହିଛନ୍ତି।
Ad..
ଉପ ମୁଖ୍ୟମନ୍ତ୍ରୀଙ୍କ ଏହି କଥାରେ ଉତଫୁଲ୍ଲିତ ହୋଇ କଂସ ମହାରାଜ ତାଙ୍କୁ ସମ୍ମାନିତ କରିଥିଲେ। ସେହିପରି ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାଏକ ଅନ୍ୟତମ ଅତିଥିଭାବେ ଯୋଗଦେଇ ରା୍ଯଯରେ ଚାଲିଥିବା ବିକାଶଧାରା ଉପରେ ଆଲୋକପାତ କରିଥିଲେ।
ଆଜିଦିନ ଭଳି ମଥୁରାଧିପତି କଂସ ମହାରାଜ ରାଜମହଲରୁ ଦିଗବିଜୟରେ ବାହାରିଥିଲେ। ଅପରପକ୍ଷେ ମଥୁରାକୁ ଆସିଥିବା ବେନିଭାଇ କୃଷ୍ଣ, ବଲରାମଙ୍କ ସହିତ ସୁଦାମା, ମାଳିଙ୍କ ସାକ୍ଷାତ ହୋଇଥିଲା। ସେହିପରି କାଳୀ ମନ୍ଦିରରେ କୁବଜା ଉଦ୍ଧାର ଦୃ୍ଯଯାଭିନୟ ଚିତ୍ତାକର୍ଷକ ହୋଇଥିଲା। ରାଜ ଦରବାର ଏବଂ ରଙ୍ଗମହଲରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
Edited by k.s thakur...
Tags:
Bargarh
bargarh news
deputy cm k.v singh deo
dhanujatra
latest news
latest update
odisha daily current affairs
odisha news



