ଦେଶର ପ୍ରଥମ ଶିକ୍ଷିକା ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ...

ଦେଶର ପ୍ରଥମ ଶିକ୍ଷିକା ସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ...


କଣ୍ଟାବାଞ୍ଜି,୦୩/୦୧: ତୁରେକେଲା ବ୍ଳକ ଅନ୍ତର୍ଗତ ପଖନମୁଣ୍ଡା ନୂତନ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମାତାସାବିତ୍ରୀ ବାଇ ଫୁଲେଙ୍କ ଜୟନ୍ତୀ ପାଳିତ ହୋଇଯାଇଥିଲା। 

      Ad..


ପ୍ରଧାନ ଶିକ୍ଷକ ହରି ଶଙ୍କର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ,ମନୋଜ ତାଣ୍ଡୀ, ଅଲେଖ ବନଗୋଲା ଓ ସମାଜସେବୀ ବିରଞ୍ଚି ଖର୍ସେଲ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।

Ad..


ଭବାନୀ ମାଝୀ ସ୍ୱାଗତ ସଙ୍ଗୀତ ଗାଇଥିଲେ ।ଛାତ୍ରଛାତ୍ରୀ ସାବିତ୍ରୀବାଇଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ  ଓ ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ଶିକ୍ଷକ ମନୋଜ ତାଣ୍ଡୀ ଛାତ୍ରଛାତ୍ରୀ ମାନଙ୍କୁ ଫୁଲେବାଇଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ।ପ୍ରକୃତିବନ୍ଧୁ ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ସଭା ପରିଚାଳନା କରିଥିଲେ।



Edited by k.s thakur...

Post a Comment

Previous Post Next Post