ନିଜ କୁକୁଡ଼ା ଫାର୍ମ କୁ ନିଜେ ନିଆଁ ଲଗାଇ ଜେଲ୍ ଗଲେ ୨ଜଣ ଦୁର୍ବୁତ୍ତ ଠକ!

ନିଜ କୁକୁଡ଼ା ଫାର୍ମ କୁ ନିଜେ ନିଆଁ ଲଗାଇ ଜେଲ୍ ଗଲେ ୨ଜଣ ଦୁର୍ବୁତ୍ତ ଠକ!


ମୁରିବାହାଲ:୨୮/୦୧(ଶଙ୍କର ମାଝୀ) : ବଳାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଯିଏ ଅଭିଯୋଗକାରି ହିଁ ଅଭିଯୁକ୍ତ  ନିଜ କୁକୁଡା ଫାର୍ମରେ ନିଜେ ନିଆଁ ଲଗାଇ ୨ଜଣ ଦୁର୍ବୁତ୍ତ ଠକ ଜେଳ ଯାଇଥିବା ବେଲେ ସେମାନଙ୍କ ଠାରୁ ୨ଲକ୍ଷ ୬୩ହଜାର ଟଙ୍କା ଜବତ କରିଛନ୍ତି ମୁରିବାହାଲ ପୋଲିସ। 

Ad..


କମ୍ପାନୀର ମୋଟା ଅଙ୍କର ଟଙ୍କା ହଡପ ଚକ୍ରାନ୍ତ କରାଯାଇ ଫେଲ ମାରିଥିବା ବେଳେ।ଜେଲ ଯାଇଥିବା ଦୁଇଜଣ ଦୁର୍ବୁତ୍ତ ଠକ ହେଲେ ବଳାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ଚଣାବାହାଲ ପଞ୍ଚାୟତ ଅନ୍ତର ଗତ ବାଗବାହାଲି ଗ୍ରାମର ଭୋଜରାଜ ମହାକୁର(୩୬)...

       Ad..


ବେଳପଡା ଥାନା ଖଲିଆପାଲି ଗ୍ରାମର ସୁବଳ ରଣା(୩୦) ଢେଙ୍କାନାଳ ଜିଲ୍ଲାର ରେଙ୍ଗୁଟିଆ ଗ୍ରାମର ଏକ କମ୍ପାନୀ ର ମ୍ୟାନେଜର ଲିଙ୍ଗରାଜ ମଲ୍ଲିକ(୨୮)ଙ୍କ ଏତଲା ଆଧାରରେ ଅଭିଯୁକ୍ତ ଭୋଜରାମ କଟକ ର ପ୍ରିମିୟମ ଚିସ୍କ ଫିଡସ ପ୍ରାଇଭେଟ୍ କମ୍ପାନୀରୁ କୁକୁଡା ୪୦ଦିନର  ବଡ଼ ହେଲେ କମ୍ପାନୀକୁ ଯୋଗାଇବା ପାଇଁ ଚୁକ୍ତି କରିଥିଲେ।

Ad..


ଏଥିପାଇଁ କମ୍ପାନୀ କିଛି ଆର୍ଥିକ ରାଶି ପ୍ରଦାନ କରୁଥିଲା। କିନ୍ତୁ କୁକୁଡା ଗୁଡିକ ବଡ ହେଲା ପରେ ଭୋଜରାଜ ଚୂକ୍ତି ଖିଲାପ କରି ନିଜ ସହଯୋଗୀ ସୁବଳ ସହିତ ମିଶି ୨୨ଶହ କୁକୁଡା କୁ ବାହାରେ ବିକ୍ରି କରିଦେଇ କିଛି କୁକୁଡା ସହ କୁକୁଡା ଫାର୍ମରେ ନିଜେ ନିଜ ଫାର୍ମ ରେ ନିଆଁ ଲଗାଇ ପୋଡି ଦେବା ସହ ଦୁର୍ବୃତ୍ତମାନେ ପୋଡ଼ି ଦେଇଥିବା ସ୍ତ୍ରୀକୁ ପଠାଇ ଥାନା ରେ ଅଭିଯୋଗ କରିଥିଲେ। 

କିନ୍ତୁ କମ୍ପାନୀ ଭୋଜରାଜଙ୍କ କଥା ଓ କାମ ଉପରେ ସନ୍ଦେହ ସୃଷ୍ଟି କରିବା ସହ ଥାନା ରେ ଏତଲା ଦେଇଥିଲା। ପୁଲିସ କେ/ନ୧୬/୨୬,u/s-୧୬(୨)/୩୧୮(୪)/୨୯୬/୩୫୧(୨)/୩୨୬(g)/୩(୫)ବି ଏନ୍ ଏସ ,ମାମଲା ରୁଜୁ କରି ଏସଆଇ ଦନାର୍ଦ୍ଦନ ଓରାମ ଘଟଣା ତଦନ୍ତ ଜାରି ରଖିଥିଲେ।

ତଦନ୍ତ ରେ କମ୍ପାନୀର ମୋଟା ଅଙ୍କର ଟଙ୍କା ହଡପ ପାଇଁ ଉଭୟ ଅଭିଯୁକ୍ତ ଏକ ନିଆଁରେ ନିଜ ଫାର୍ମ ପୋଡ଼ି ଭଲି କାଣ୍ଡ ଷଡଯନ୍ତ୍ର ସ୍ଵୀକାର କରିଥିଲେ। ପୁଲିସ ଉଭୟଙ୍କ ପାଖରୁ ପାଖରୁ ନଗଦ ୨ଲକ୍ଷ ୬୩ହଜାର  ଟଙ୍କା ଜବତ କରି ଉଭୟଙ୍କୁ ଦୁଇ ଜଣ ଙ୍କୁ ଗିରଫ କରି କୋଟ ଚାଲାଣ କରିଥିବା ବେଳେ ଜାମିନ ଆବେଦନ ଖାରଜ ହେବାରୁ ଉଭୟଙ୍କୁ ଜେଲ ହାଜତକୁ ପଠାଇ ଦିଆଗଲା ବୋଲି ଥାନା ଆଇଆଇସି ବୁଲୁ ମୁଣ୍ଡା ପ୍ରକାଶ କରିଛନ୍ତି।



Report : shankar majhi

Edited by k.s thakur...

Post a Comment

Previous Post Next Post