ବିଷ୍ଣୁ ବାଗ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ :ଧରପଗଡ ଦଳ ଚମ୍ପିୟାନ...
ମୁରିବାହାଲ,୨୮/୦୧(ଶଙ୍କର ମାଝୀ): ବଳାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଳକ ହଳଦୀ ହାଇସ୍କୁଲ ଖେଳ ପଡିଆରେ ଗ୍ରାମର ଗୋଳଡେନ କ୍ରିକେଟ କ୍ଳବ୍ ପକ୍ଷରୁ ଚାଲିଥିବା ବିଷ୍ଣୁ ବାଗ ସ୍ମାରକୀ କ୍ରିକେଟ ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି।
Ad..
ଉଦଯାପନୀ ଫାଇନାଲ ଖେଳ ରେ ଧରପଗଡ ଓ ସତିଘାଟ ଦଳ ମଧ୍ୟରେ ଅନୁଷ୍ଠିତ ହୋଇଥିବା ବେଳେ ଧରପଗଡ ଦଳ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି।ଧରପଗଡ ଦଳ ପ୍ରଥମେ ବ୍ୟାଟିଂ କରି ୧୨ଓଭରରେ ୧୯୪ ରନର ବିଶାଳ ସ୍କୋର କରିଥିବା ବେଳେ ସତିଘାଟ ଦଳ ସମସ୍ତ ୱିକେଟ ହରାଇ ମାତ୍ର ୧୧୬ରନ କରି ପରାସ୍ତ ହୋଇଥିଲେ।
Ad..
ଉଦଯାପନୀ ଉତ୍ସବରେ ପୂର୍ବତନ ବ୍ଲାକ କମାଣ୍ଡୋ ଗିରିରାଜ ସିଂ ମାଝୀ ମୂଖ୍ୟ ଅତିଥି, ପୂର୍ବତନ ବ୍ଲକ ଅଧ୍ୟକ୍ଷା ହଂସୁରାଜ ଜୈନ, ସାଂସଦ ପ୍ରତିନିଧି ଶ୍ରୀବତ୍ସ ବେହେରା, ସମ୍ମାନୀତ ଅତିଥି ରୂପେ ଯୋଗଦେଇଥିଲେ।
Ad..
ଚମ୍ପିୟାନ ଦଳକୁ ଟ୍ରଫି ସହ ନଗଦ ୩୦ହଜାର ଟଙ୍କା ଓ ରନର୍ସ ଅଫ ଦଳକୁ ଟ୍ରଫି ସହ ନଗଦ ୧୮ହଜାର ଟଙ୍କା ପୁରସ୍କାର ପ୍ରଦାନ କରାଯାଇଥିଲା। ମ୍ୟାଚ ପରିଚାଳନା ତେଜରାଜ ସରାଫ ଓ ଅମିତ ରଣା ତଥା ଧାରା ବିବରଣୀ ପିଣ୍ଟୁ ମହାନ୍ତି ଓ ଦିନବନ୍ଧୁ ଟାକ୍ରି କରିଥିଲେ।
ପ୍ରତିଯୋଗିତା ର ଶ୍ରେଷ୍ଠ ଖେଲାଲିମାନଙ୍କୁ ପୁରସ୍କୃତ କରାଯାଇଥିଲାଓ ଆୟୋଜକ ଗୋଲଡେନ କ୍ରିକେଟ କ୍ଳବ୍ ସଭାପତି ତେଜରାମ ଭୋଇ, ସମ୍ପାଦକ ପପୁ ବାଗ, କୋଷାଧ୍ୟକ୍ଷ ସୁରଜ ଖମାରି, ରଜନୀ ଭୋଇ,ଶମ୍ବୁ ବାଗ, କାହ୍ନା ପଶାୟତ, ଅଶୋକ ଭୋଇ, ନବୀନ ପୁଟେଳ, ଚିତ୍ରସେନ ହାତୀ, ରିଙ୍କୁ ପଶାୟତ, ବିଶାଳ ପୂଝାରି, ଧନର୍ସିଂ ଦଣ୍ଡସେନା, ଅଙ୍କିତ ମହାକୁର, ଯଶୋବନ୍ତ ଭୋଇ,ଓ ଦେବବ୍ରତ ହାତୀ, ସମ୍ପୁର୍ଣ୍ଣ ସହଯୋଗ କରିଥିଲେ।
Report : Bijay ku sahu
Edited by k.s thakur...




