ଦିର୍ଘ ବର୍ଷ ଧରି ବନ୍ଦ ପଡିଛି ବରଗଡ଼ କୃଷକ ବଜାରର ଦୋକାନ ଗୃହ...
ବରଗଡ଼,୦୬/୦୧(ବିଜୟ କୁମାର ସାହୁ): କୃଷି ଓ କୃଷକ ଙ୍କ ପାଇଁ ଉଦ୍ଦିଷ୍ଟ ବରଗଡ଼ ର କୃଷକ ବଜାରରେ କୃଷିଭିତ୍ତିକ ପରିବା ପତ୍ର ବିକ୍ରି ହେଉଥିଲେ ବି କୃଷକ ବଜାରର ଦୋକାନ ଗୃହ ବନ୍ଦ ପଡିଛି।
Ad..
ନାମକୁ ମାତ୍ର କିଛି ଦୋକାନ ଗୃହ ବଣ୍ଟନ ହୋଇଅନ୍ଯ ସବୁ ବନ୍ଦ ପଡିଛି। ଏହି କୃଷି ବଜାର ର କୃଷକ ମାନଙ୍କ ପାଇଁ ଉଦ୍ଦିଷ୍ଟ ଦୋକାନ ଗୃହ ଆବଣ୍ଟନ ହୋଇପାରୁ ନ ଥିବା ଓ କୃଷ କ ଙ୍କ ଦୋକାନ ପାଇଁ ଅନେକ ଆଇନ କାନୁନ୍ ଲାଗୁ ହେଉଥିବାରୁ ଅଧିକାଂଶ କୃଷକ ଦୋକାନ ଗୃହ ପାଇବାକୁ ବଞ୍ଚିତ ହୋଇଥିଲେ ପରବର୍ତ୍ତୀ ସମୟରେ କେତେକ କୃଷକ ଙ୍କୁ ଦୋକାନ ଗୃହ ମିଳିଥିବା ଜଣାପଡିଛି ଅନ୍ୟ କେତେକ ଦୋକାନ ଆବଣ୍ଟନ ହୋଇନପାରି ରହିଯାଇଛି।
Ad..
ଯେଉଁ ଉଦ୍ଦେଶ୍ୟରେ ଦୋକାନ ଗୃହ ନିର୍ମାଣ କରାଯାଇଛି ତାର କିଛି ଯଥାର୍ଥତା ରହୁନାହିଁ ବୋଲି ଆଲୋଚନା ହେଉଛି। ବରଗଡ଼ ରେଲ ଷ୍ଟେସନ ରାସ୍ତା କଡ଼ରେ ତିଆରି ହୋଇଥିବା ଏହି କୃଷକ ବଜାରର ଦୋକାନ ଗୃହ ଗୁଡିକ ବାକି ପଡିଥିବା ଓ ଖୋଲା ଯାଉନଥିବାରୁ ରୁ ସାଧାରଣ ଲୋକ ଙ୍କୁ ଯୋଗାଇଦେବା ପାଇଁ ଦାବି ହେଉଛି।
Report : Bijay ku sahu
Edited by k.s thakur...



