ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ...

ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ପାଳନ...


ନୂଆପଡ଼ା,୦୬/୦୧(ବ୍ରଜ ମହାନ୍ତି ):ନୂଆପଡା ଜିଲ୍ଲା ଦୋହେଲପଡା ସ୍ଥିତ ପଲ୍ଲୀ ପ୍ରଗତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୯ ତମ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ମଙ୍ଗଳବାର ଦିନ ପାଳିତ ହୋଇଯାଇଛି।

       Ad..


ଏହି ଉତ୍ସବରେ ନୂଆପଡା ଜିଲ୍ଲାପାଳ ଶ୍ରୀ ମଧୁ ସୂଦନ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରି ଛାତ୍ର ଛାତ୍ରୀ ମାନେ ପାଠ ପଢାରେ ଧ୍ୟାନ ଦେଇ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ । 

        Ad..


ମୁଖ୍ୟବକ୍ତା ଭାବରେ ଡି. ଏ. ଭି. ମହାବିଦ୍ୟାଳୟ ଟିଟିଲାଗଡର ପ୍ରାକ୍ତନ ଅଧ୍ୟକ୍ଷ ଡ଼ ଶିବ ପ୍ରସାଦ ବେହେରା ଯୋଗଦେଇ ଜୀବନରେ ଶିକ୍ଷାର ଆବଶ୍ୟକତା ଓ ଗୁରୁତ୍ଵକୁ ଆଲୋଚନା କରି ଅଧ୍ୟୟନ ସହିତ କଠିନ ପରିଶ୍ରମହିଁ ସଫଳତା ପ୍ରଦାନ କରିଥାଏ ବୋଲି ମତ ଉପସ୍ଥାପନା କରିଥିଲେ। 

ଏଣୁ ପ୍ରତେକ ଛାତ୍ର ଛାତ୍ରୀ ଏକ ନିର୍ଦ୍ଧିଷ୍ଟ ଲକ୍ଷ୍ୟରଖି ଅଧ୍ୟୟନ କରିବାର ଆବଶ୍ୟକତା ରହିଛି ବୋଲି କହିଥିଲେ।ସଭାରେ ଅଧ୍ୟକ୍ଷ ଶ୍ରୀ ରୁଦ୍ର ମାଧବ ବାରିକ ସଭାପତିତ୍ଵ କରିଥିବା ବେଳେ ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ କେଶବ ବେହେରା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ।

ଅଧ୍ୟାପକ ଅସିତ କୁମାର ସୁପକାର ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ, ଅଧ୍ୟାପକ ବିରଞ୍ଚି ନାରାୟଣ ବେହେରା ବିବରଣୀ ପଠନ ଓ ଅଧ୍ୟାପକ ଅମୂଲ୍ୟ କୁମାର ପାଲ ଧନ୍ୟବାଦ ଅର୍ପଣ କରିଥିଲେ । ଅଧ୍ୟାପକ ଘନ ସୁନ୍ଦର ପୁଞ୍ଜି ଓ ରାଜେନ୍ଦ୍ର ବେହେରା ସଂସ୍କୃତିକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ଚଳିତ ଶିକ୍ଷା ବର୍ଷରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ସଂସ୍କୃତିକ ଓ ଶୈକ୍ଷିକ ପ୍ରତିଯୋଗୀତା ମାନଙ୍କର କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଗଲା ପରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିବିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମର ପରିବେଷଣ କରାଯାଇଥିଲା।ଶ୍ରୀମତୀ ମେନକା ବେହେରା, ସଂଗ୍ରାମ କେଶରୀ ଦଣ୍ଡସେନା, ଦୀପକ ବିଶୋୟୀ, ତ୍ରିବେଣୀ ସୁନାନି, କାଶିରାମ ବଛା, ମୋତିରାମ ଦଣ୍ଡସେନା, ଲୋକନାଥ ପଟେଲ ଓ ନୀଳାଞ୍ଜଳି ବେହେରା ସମସ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।




Report : Braja mohanty

Edited by k.s thakur...

Post a Comment

Previous Post Next Post