କଣ୍ଟାବାଞ୍ଜି ରେ ଶଙ୍ଖ ଫୁକା ହୁଲାହୁଲି ପ୍ରତିଯୋଗିତା...

କଣ୍ଟାବାଞ୍ଜି ରେ ଶଙ୍ଖ ଫୁକା ହୁଲାହୁଲି ପ୍ରତିଯୋଗିତା...


କଣ୍ଟାବାଞ୍ଜି,୦୬/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହରର ଜଗନ୍ନାଥ ମନ୍ଦିର ପରିସରରେ କଣ୍ଟାବାଞ୍ଜି ମାଟିର ମହୋତ୍ସବ ଉପଲକ୍ଷେ କଣ୍ଟାବାଞ୍ଜି ପ୍ରଗତି ଓ ଅଲେଖ ମହିମା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ଶଙ୍ଖ ପୁକା ହୁଲାହୁଲି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଅଛି।

ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କଣ୍ଟାବାଞ୍ଜି ତହସିଲଦାର ବିଶ୍ବନାଥ ଖାଳଖୋ, ସମ୍ମାନୀତ ଅତିଥି ଭାବେ ଲେଖକ ସଂଜୟ କୁମାର ମିଶ୍ର, ମାଟିର ମହୋତ୍ସବ କମିଟି ସଭାପତି ବ୍ରଜ ଶ୍ୟାମ ଗୁରୁ,ଉପ ସଭାପତି କୈଲାଶ ଦୀପ, ସହ ସମ୍ପାଦକ ରାଜେନ୍ଦ୍ର ବେହେରା,ପ୍ରକାଶ ପ୍ରଧାନ, ବିମଳ ହାତୀ, ସଦସ୍ୟ ଜଗନ୍ନାଥ ପାଣିଗ୍ରାହୀ, ସତ୍ୟନାରାୟଣ ଅଗ୍ରୱାଲ, ଯୋଗ ଦେଇଥିଲେ। 

ମହିଳା ଯୁବତୀ ମାନଙ୍କ ମଧ୍ୟରେ ରେ ଶଙ୍ଖ ପୁକା ହୁଲାହୁଲି ପ୍ରତିଯୋଗିତା ହୋଇଥିବା ବେଳେ ଏହି ପ୍ରତିଯୋଗିତାର ବିଜେତାଙ୍କୁ ଆସନ୍ତା ଜାନୁୟାରୀ ୯.୧୦.୧୧ ତିନି ଧରି ଆୟୋଜିତ ହେଉଥିବା ମାଟିର ମହୋତ୍ସବ ମଞ୍ଚ ରେ ପୁରସ୍କୃତ କରାଯିବ ବୋଲି ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ କୁ ମାଟିର ମହୋତ୍ସବ କମିଟି ସହ ସମ୍ପାଦକ ଦିନେଶ ମାହାନନ୍ଦ ପରିଚାଳନା କରିଥିଲେ।

Post a Comment

Previous Post Next Post