ଲିଟିଲ୍ ମିସ ଇଣ୍ଟରନେସନାଲ ଟାଇଟଲ ବିଜେତା ଇଫ୍ରାତ୍, ନିଜ ଜନ୍ମମାଟି ଓ ବିଦ୍ୟାଳୟ ରେ ଭବ୍ୟ ସ୍ଵାଗତ...
ବଙ୍ଗୋମୁଣ୍ଡା,୦୭/୦୧ :ବଲାଙ୍ଗୀର ଜିଲ୍ଲା ଲୋଇସିଂହା ସହର ସ୍ଥିତ ଜଡାମୁଣ୍ଡା ବାସିନ୍ଦା ଇଫ୍ରାତ୍ ଜୋଏଲ୍ ଲିଟିଲ୍ ମିସ ଗ୍ଲୋବାଲ ଇଣ୍ଟରନେସନାଲ ୨୦୨୫ ଟାଇଟଲ ବିଜେତା ହୋଇଛନ୍ତି।
Ad..
ଏହି ଅବସରରେ ଜନ୍ମମାଟି ଲୋଇସିଂହା/ଜଡ଼ାମୁଣ୍ଡା ଓ ଝାରମୁଣ୍ଡା ବେଥାନୀ କନଭେଣ୍ଟ ସ୍କୁଲ ରେ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ମିଳିଛି।ସୂଚନା ଅନୁଯାୟୀ , ୨୦୨୫ ଡିସେମ୍ବର ଶେଷ ସପ୍ତାହରେ ମହାରାଷ୍ଟ୍ରର ସାଙ୍ଗଲି ସହରରେ ଗ୍ଲୋବାଲ ମଡେଲ ଇଣ୍ଡିଆ ତରଫରୁ ଲିଟିଲ୍ ମିସ ଇଣ୍ଡିଆ ଜାତୀୟ ମଡେଲିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Ad..
ଇଫ୍ରାତ୍ ଜୋଏଲ (୯) ଅଂଶ ଗ୍ରହଣ କରିଥିଲେ।ଏଥିରେ ଆୟୋଜକ ଭାରତ ସହିତ ଅଷ୍ଟ୍ରେଲିଆ , ଆମେରିକା, ୟୁକ୍ରେନ, ମାଲେସିଆ , ଶ୍ରୀଲଙ୍କା ଓ ଆଲବେରିଆ ଭଳି ବିଭିନ୍ନ ଦେଶରୁ ୧୨ ଜଣ ପ୍ରତିଯୋଗୀ ରହିଥିଲେ। ଇଫ୍ରାତ୍ ଚମତ୍କାର ପ୍ରଦର୍ଶନ କରି ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ଥିଲେ।
ଏହି ଅବସରରେ ତାଙ୍କୁ ସମ୍ମାନ ଜନକ ଲିଟିଲ୍ ମିସ ଗ୍ଲୋବାଲ ଇଣ୍ଟରନେସନାଲ୍ ଟାଇଟଲ ମିଳୁଥିଲା । ଯାହାକି ସାରା ଭାରତ ଦେଶ ପାଇଁ ଗୌରବ ଆଣିଥିଲା। ଏନେଇ ଇଫ୍ରାତ୍ ଓ ତାଙ୍କ ଅବିଭାବକ ଲୋଇସିଂହା ରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସାଗତ ସମ୍ବର୍ଦ୍ଧନା ମିଳିଥିଲା।
ଏହାସହ ଗତକାଲି ଇଫ୍ରାତ୍ ଅଧ୍ୟୟନ କରୁଥିବା ଝାରମୁଣ୍ଡା ବେଥାନୀ କନ୍ ଭେଣ୍ଟ ସ୍କୁଲ ପକ୍ଷରୁ ସ୍ଥାନୀୟ ବସ ଷ୍ଟାଣ୍ଡ ରୁ ଏକ ଶୋଭାଯାତ୍ରାରେ ସ୍କୁଲ ପରିସର କୁ ପାଛୋଟି ନେଇଛନ୍ତି । ସ୍କୁଲ ଅଧ୍ୟକ୍ଷା ସିଷ୍ଟର ମଞ୍ଜୁଳା ଙ୍କ ସଭାପତିତ୍ବରେ ଏକ ସମ୍ବର୍ଦ୍ଧନା ସଭା ଆୟୋଜନ ହୋଇଛି।
ଶିକ୍ଷକ/ ଶିକ୍ଷୟତ୍ରୀ ଓ ଛାତ୍ର ଛାତ୍ରୀ ଙ୍କ ଗହଣରେ ପୁଷ୍ପଗୁଚ୍ଛ, ଉପ ଢୌକନ ଓ ମେମେଣ୍ଟୋ ପ୍ରଦାନ କରି ସମ୍ବର୍ଦ୍ଧିତ ହୋଇଥିଲେ। ଏହି ଅବସରରେ ଇଫ୍ରାତ୍ ଟାଇଟଲ ବିଜେତା ସମୟ ର ମଡେଲିଂ କରି ସମସ୍ତ ଙ୍କୁ ଉତ୍ସାହିତ କରିଥିଲେ। ଇଫ୍ରାତ୍ ଙ୍କ ଏହି ସଫଳତା ପାଇଁ ନିଜ ଜନ୍ମ ମାଟି ଜଡ଼ାମୁଣ୍ଡା, ନିଜ ସହର ଲୋଇସିଂହା ଓ ନିଜ ବିଦ୍ୟାଳୟ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଛନ୍ତି।
Edited by k.s thakur...



