ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ - କପିଲାଭଟା କୁ ହରାଇ ମନିଗାଁ ବିଜୟୀ...

ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟର ଚତୁର୍ଥ ଦିବସ - କପିଲାଭଟା କୁ ହରାଇ ମନିଗାଁ ବିଜୟୀ...


ବଙ୍ଗୋମୁଣ୍ଡା,୦୭/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଅନ୍ତର୍ଗତ କପିଲାଭଟା ଓ ତାଳଭଟା ଗ୍ରାମର ମିଳିତ ଆନୁକୂଲ୍ୟରେ ରେ ଚାଲିଥିବା ତୃତୀୟ ତମ ରତ୍ନାକର ବାଗ ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆଜି ଚତୁର୍ଥ ଦିବସ ରେ ପହଞ୍ଚିଛି।

      Ad..


ଆୟୋଜକ କମିଟିର ସଭାପତି ହୁଲେଶ୍ୱର ହଂସ ଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ କପିଲାଭଟା ଗ୍ରାମ ପଞ୍ଚାୟତ ହାଇସ୍କୁଲ ର ପ୍ରଧାନ ଶିକ୍ଷକ ଅରୁଣ କୁମାର ବାରିକ,ସମ୍ମାନୀୟ ଅତିଥି ଭାବରେ ପୂର୍ବତନ କପିଲାଭଟା ସରପଞ୍ଚ ନେତ୍ରାନନ୍ଦ ସଗରିଆ, ପୂର୍ବତନ ଚୁଲିଫୁଙ୍କା ସମିତି ସଭ୍ୟ ଅନିଲ ମାଝୀ...

Ad..


ବଲାଙ୍ଗୀର ଜିଲ୍ଲା କୃଷକ ସାଥି ସଂଘ ସଭାପତି ସୌଦାଗର ସାହୁ,ସହକାରୀ ଶିକ୍ଷକ ଶିବରାମ ସ୍ୱାଇଁ, କିରଣ କୁମାର ପ୍ରଧାନ, ବରୁଣ କୁମାର ବାରିକ, ଯୋଗିଚନ୍ଦ୍ର ବିଶି,ଅବସରପ୍ରାପ୍ତ ଶିକ୍ଷକ ନୀଳମଣି ବିଶି, କିରାଣୀ ବୃନ୍ଦାବନ ବେହେରା,ସ୍ୱେଚ୍ଛାସେବୀ ମହିପାଳ ଷଣ୍ଢ,ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ ଦୀପକ କୁମାର ବେହେରା,ସମାଜସେବୀ ଝସକେତନ ଭୋଇ,ପାଣି ପଞ୍ଚାୟତ ସଭାପତି ଅଶୋକ ଛୁରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଖେଳାଲି ମାନଙ୍କୁ ଉତ୍ସାହିତ କରିଥିଲେ।

ଚତୁର୍ଥ ଦିବସ ମ୍ୟାଚରେ କପିଲାଭଟା  ଓ ମନିଗାଁ ଦଳ ମଧ୍ୟରେ ଖେଳ ହୋଇଥିଲା । ଏଥିରେ କପିଲାଭଟା କୁ ୧-୦ ଗୋଲ ରେ ପରାସ୍ତ କରି ମନିଗାଁ ଦଳ ବିଜୟୀ ହୋଇଥିଲା । ରେଫରୀ ନିତେଶ ମାଝୀ ଖେଳ ପରିଚାଳନା କରିଥିବା ବେଳେ ଲାଇନ ରେ ବୈଷ୍ଣବ ତାଣ୍ଡି ଓ ନବୀନ ସରାଫ ସହଯୋଗ କରିଥିଲେ।

ପରମାନନ୍ଦ ଛତ୍ରିଆ  ଧାରା ବିବରଣୀ ପ୍ରଦାନ କରିଥିଲେ ।ଆୟୋଜକ କମିଟି ର ସଂଯୋଜକ ରାହୁଲ ବାଗ,ଉପସଭାପତି ତ୍ରିବିକ୍ରମ ବେହେରା, ସମ୍ପାଦକ ଆଶିଷ ବେହେରା, ସହ ସମ୍ପାଦକ ଗିରିଶ ଅଦା, କୋଷାଧ୍ୟକ୍ଷ ପ୍ରିୟରଞ୍ଜନ ହଂସ, ଉପଦେଷ୍ଟା ଅଶୋକ କୁମାର ବିଶି,ସଦସ୍ୟ ଜିତେନ୍ଦ୍ର ହଂସ,, ଅଭିଷେକ ହଂସ, ନିତ୍ୟା ହଂସ,ବିକାଶ ହଂସ,ତରଣୀ ପୁଞ୍ଜି, ସନ୍ତୋଷ ହଂସ ସହ ବହୁ ସଦସ୍ୟ ମାନେ ସହଯୋଗ କରିଥିଲେ । ୯ ତାରିଖ ରେ ଫାଇନାଲ୍ ମ୍ୟାଚ ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।



Edited by k.s thakur...

Post a Comment

Previous Post Next Post