ଅଞ୍ଚଳ ମହାବିଦ୍ୟାଳୟରେ ‘ଜାତୀୟ ଶିକ୍ଷା ନୀତି-୨୦୨୦’ ଉପରେ ବିଶିଷ୍ଟ ବକ୍ତୃତା ଅନୁଷ୍ଠିତ...
ପଦ୍ମପୁର,୦୬/୦୧(ବିଜୟ କୁମାର ସାହୁ): ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସ୍ନାତକୋତ୍ତର ଶିକ୍ଷା ବିଭାଗ ଏବଂ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠ(IQAC)ର ମିଳିତ ଆନୁକୂଲ୍ୟରେ "ଉଚ୍ଚଶିକ୍ଷାରେ ଶିକ୍ଷାଦାନଗତ ନବସୃଜନ ଏବଂ ପାଠ୍ୟକ୍ରମ ସଂସ୍କାର: ଜାତୀୟ ଶିକ୍ଷା ନୀତି-୨୦୨୦ର ଦୃଷ୍ଟିକୋଣ" ଶୀର୍ଷକ ଏକ ସମ୍ମାନଜନକ ବକ୍ତୃତା କାର୍ଯ୍ୟକ୍ରମ ମଙ୍ଗଳବାର ଦିନ ନୂତନ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି।
Ad..
ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ୱର ଦାଶଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ନିଜର ସ୍ୱାଗତ ଅଭିଭାଷଣ ରଖି ଶିକ୍ଷା କ୍ଷେତ୍ରରେ ପରିବର୍ତ୍ତନର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ।
Ad..
ଏହାପରେ ଡ. ଭେଙ୍କଟେଶ୍ୱର ମେହେର କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ ଏବଂ ଶିକ୍ଷା ବିଭାଗର ବିଭାଗ ମୁଖ୍ୟ ଡ. ତୁଷାରକାନ୍ତ ସାହୁ ଅତିଥି ପରିଚୟ ପ୍ରଦାନ କରିବା ସହ ପ୍ରସଙ୍ଗର ପ୍ରାସଙ୍ଗିକତା ବିଷୟରେ ସୂଚନା ଦେଇଥିଲେ ।
ଏହି ଅବସରରେ ମୁଖ୍ୟ ରିସୋର୍ଶ ପର୍ଶନ ଭାବେ ନର୍ଥ ଇଷ୍ଟର୍ନ ହିଲ୍ ବିଶ୍ୱବିଦ୍ୟାଳୟ,ଶିଲଂ,ମେଘାଳୟ ଶିକ୍ଷା ବିଭାଗର ସହଯୋଗୀ ପ୍ରଫେସର ଡ. ରମେଶ କୁମାର ପରୁଆ ଯୋଗଦେଇ ଜାତୀୟ ଶିକ୍ଷା ନୀତି-୨୦୨୦ ଅନ୍ତର୍ଗତ ଉଚ୍ଚଶିକ୍ଷାରେ କିଭଳି ନୂତନ ଜ୍ଞାନକୌଶଳ ଓ ପାଠ୍ୟକ୍ରମରେ ସଂସ୍କାର ଅଣାଯାଇ ବିଦ୍ୟାର୍ଥୀମାନଙ୍କୁ ବିଶ୍ୱସ୍ତରୀୟ ପ୍ରତିଯୋଗିତା ପାଇଁ ପ୍ରସ୍ତୁତ କରାଯାଇପାରିବ, ସେ ବିଷୟରେ ଏକ ପ୍ରଭାବଶାଳୀ ଉପସ୍ଥାପନା ରଖିଥିଲେ।
କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ପ୍ରଭାତ କୁମାର ମହାପାତ୍ର, ଅଧ୍ୟାପକ ଶ୍ରୀକାନ୍ତ ସାହୁ ଓ ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ମେହେର ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ବକ୍ତୃତା ପରେ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଉପସ୍ଥିତ ଛାତ୍ରଛାତ୍ରୀ ଓ ଅଧ୍ୟାପକମାନେ ନିଜର ସନ୍ଦେହ ଦୂର କରିଥିଲେ।ଶେଷ ପର୍ଯ୍ୟାୟରେ ଆଭ୍ୟନ୍ତରୀଣ ଗୁଣବତ୍ତା ନିଶ୍ଚିତତା ପ୍ରକୋଷ୍ଠର ସଂଯୋଜକ ଅଧ୍ୟାପକ ନବକୃଷ୍ଣ ମିଶ୍ର ଶିକ୍ଷାର ଗୁଣବତ୍ତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରି ନିଜର ବକ୍ତବ୍ୟ ରଖିଥିଲେ ଏବଂ ପରିଶେଷରେ ଡ. ସସ୍ମିତା ମେହେର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମରେ କଲେଜର ଶତାଧିକ ଛାତ୍ରଛାତ୍ରୀ ଓ କର୍ମଚାରୀ ଉପସ୍ଥିତ ରହି ଏହାକୁ ସଫଳ କରିଥିଲେ।
Report : Bijay ku sahu
Edited by k.s thakur...



