ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ତିଖାଲି ଡେମ ପରିଦର୍ଶନ...
କଣ୍ଟାବାଞ୍ଜି,୦୬/୦୧: ବ୍ଳକ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ ତୁରେକେଲା ତରଫରୁ ବ୍ଳକ ଅନ୍ତର୍ଗତ ବିଦ୍ୟାଳୟରେ ଅଧ୍ୟୟନରତ ସମସ୍ତ ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ମାନେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ।
Ad..
ଛାତ୍ରଛାତ୍ରୀମାନେ ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରୁ ବାହାରି ମହଖଣ୍ଡ ଦୁର୍ଗା ମନ୍ଦିର, ତିଖାଲି ଡେମ, ପାର୍କ ପରିଦର୍ଶନ କରିଥିଲେ।ଏହି ଅବସରରେ କଣ୍ଟାବାଞ୍ଜିର ଅଗ୍ରଣୀ ଅନୁଷ୍ଠାନ ନିର୍ଝରିଣୀ ତରଫରୁ ନିଆରା ସମ୍ପର୍କ ପିଲାଙ୍କ ମୁହଁରେ ହସ କାର୍ଯ୍ୟକ୍ରମ କରା ଯାଇଥିଲା।
Ad..
ଅନୁଷ୍ଠାନର ସମ୍ପାଦକ ତଥା ଶିଶୁ ସାହିତ୍ୟିକ ବିରଞ୍ଚି ନାରାୟଣ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବେଲୁନଫୁଙ୍କା,ବାଟି ଚାମଚ,ବଲଫିଙ୍ଗା,ନୃତ୍ୟ ପ୍ରତିଯୋଗିତା କରାଯାଇ ପୁରସ୍କୃତ କରାଯାଇଥିଲା।
ଆୟୋଜିତ ସଭାରେ ଫକୀର ଚରଣ ବିଶି,ଅତିରିକ୍ତ ଶିକ୍ଷା ଅଧିକାରୀ,ବିଆରପି ସୁନୀଲ ସାହୁ,ଜ୍ୟୋତି ବିକାଶ ବାରିକ,ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ମୋହନ ମାଝୀ, ଅନୁପ ଦାସ,ଗଜୟ ଦାଶ,ଗଜିନ୍ଦ୍ର ହରିଜନ,ଗୁରୁ ପ୍ରସାଦ ଛତ୍ରିଆ, ରମେଶ ସୁନା, ଟିକେଶ୍ୱର ବେହେରା...
ପ୍ରବୀଣ ନାୟକ,ବୃନ୍ଦାବନ ଭୋଇ,ରୋହିତ ବାରିକ ଉପସ୍ଥିତ ଥିଲେ।ନିର୍ଝରିଣୀର ଉପ ସଭାପତି ସୂର୍ଯ୍ୟକାନ୍ତ ରଣା ପ୍ରତିଯୋଗିତା ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମରେ ଷାଠିଏରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ।
Edited by k.s thakur...
Tags:
kantabanji
latest news
latest update
odisha daily current affairs
odisha news
program
School students



