ବିଶ୍ୱ ଓଡ଼ିଆ ପରିବାରର ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫’ର ବାର୍ତ୍ତା କ୍ୟାବିନେଟ୍ରେ ପ୍ରତିଫଳିତ...
ଭୁବନେଶ୍ୱର,୧୧/୦୧ : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଓଡ଼ିଆ ଖାଦ୍ୟ ପ୍ରଚାର ପ୍ରସାର ପାଇଁ ପୁଞ୍ଜି ବ୍ୟବସ୍ଥା କରାଯାଇଥିବାରୁ ବିଶ୍ୱ ଓଡ଼ିଆ ପରିବାର ତରଫରୁ ଏହାର ପ୍ରସଂଶା କରାଯିବା ସହିତ ସରକାରଙ୍କୁ ସାଧୁବାଦ ଅର୍ପଣ କରାଯାଇଛି।
Ad..
ଏହା ‘ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫’ର ବାର୍ତ୍ତାର ପ୍ରତିଫଳନ ଅଟେ । ସୂଚନାଯୋଗ୍ୟ ଯେ, ଗତକାଲି କ୍ୟାବିନେଟ୍ର ଏହି ବୈଠକରେ ନିଷ୍ପତ୍ତି ନିଆଯାଇଛି ଯେ, ପର୍ଯ୍ୟଟନ ବିଭାଗ ଦ୍ୱାରା ଓଡ଼ିଶା ମଧ୍ୟରେ ଅନୁସୂଚିତ ପର୍ଯ୍ୟଟନ ସ୍ଥଳି ସହ ମୁମ୍ବାଇ, ଦିଲ୍ଲୀ, ବେଙ୍ଗାଲୁରୁ...
Ad..
ଚେନ୍ନାଇ ଓ କୋଲକାତା ଆଦି ମେଟ୍ରୋ ସହର ସହ ଆଗ୍ରା, ବାରଣାସୀ, ଗୋଆ, କୋଚି ଓ ଜୟପୁରରେ ପ୍ରାମାଣିକ ଓଡ଼ିଆ ଖାଦ୍ୟର ପ୍ରଚାର ପାଇଁ ଏକ ସମର୍ପିତ ପୁଞ୍ଜି ନିବେଶ ଓ କାର୍ଯ୍ୟକ୍ଷମ ଖର୍ଚ୍ଚ ସହାୟତା ଢାଂଚା ପ୍ରଚଳନ ଏକ ଯୁଗାନ୍ତକାରୀ ପଦକ୍ଷେପ ଅଟେ ଯାହା ଓଡ଼ିଆଙ୍କର ଆର୍ଥିକ, ସାଂସ୍କୃତିକ ଓ ଅସ୍ମିତାକୁ ସଂବୃଦ୍ଧ କରିବ ବୋଲି ବିଶ୍ୱ ଓଡ଼ିଆ ପରିବାର ପ୍ରକାଶ କରିଛି ।
Ad..
ସୂଚନାଯୋଗ୍ୟ ଯେ, ଗତ ଏକ ବର୍ଷ ହେଲା ବିଶ୍ୱ ଓଡ଼ିଆ ପରିବାର ଶ୍ରୀ ସଜ୍ଜନ ଶର୍ମାଙ୍କ ନେତୃତ୍ୱରେ ଓଡ଼ିଶାର ସଂସ୍କୃତି, ଭାଷା, ସ୍ୱାଭିମାନ ଓ ଅସ୍ମିତା ପାଇଁ କାର୍ଯ୍ୟ କରୁଛି।
ସେହିପରି ପ୍ରବାସୀ ଭାରତୀୟ ଦିବସରେ ଓଡ଼ିଆ ପିଠାମିଠା ବଣ୍ଟନ ଏବଂ ଗତ ଡିସେମ୍ବର ୨୩ ରୁ ୨୯ ମଧ୍ୟରେ 'ଓଡ଼ିଶା ଖାଦ୍ୟ ମହୋତ୍ସବ-୨୦୨୫'ର ସଫଳ ରୂପାୟନ କରିଛି । ତେଣୁ ଓଡ଼ିଶା ସରକାର ବିଶ୍ୱ ଓଡ଼ିଆ ପରିବାରର ‘ଓଡିଶା ଖାଦ୍ୟ ମହୋତ୍ସବର-୨୦୨୫’ର ବାର୍ତ୍ତାକୁ ମହତ୍ୱ ଦେଇ ଏଭଳି ନିଷ୍ପତ୍ତି ନେବା ପ୍ରସଂଶନୀୟ ଅଟେ।
Edited by k.s thakur...
Tags:
Bhubaneswar
biswas odia parivaar
latest news
latest update
odisha daily current affairs
odisha news




