ଅଞ୍ଚଳ ମହାବିଦ୍ୟାଳୟରେ ଫୋଲ୍ଡସ୍କୋପ୍‌ର ଉପଯୋଗିତା ଉପରେ ସ୍ଵତନ୍ତ୍ର ବକ୍ତୃତା ଅନୁଷ୍ଠିତ...

ଅଞ୍ଚଳ ମହାବିଦ୍ୟାଳୟରେ ଫୋଲ୍ଡସ୍କୋପ୍‌ର ଉପଯୋଗିତା ଉପରେ ସ୍ଵତନ୍ତ୍ର ବକ୍ତୃତା ଅନୁଷ୍ଠିତ...


ବରଗଡ଼,୧୧/୦୧(ବିଜୟ କୁମାର ସାହୁ): ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ସ୍ନାତକୋତ୍ତର ପ୍ରାଣୀବିଜ୍ଞାନ ଓ ଉଦ୍ଭିଦ ବିଜ୍ଞାନ ବିଭାଗ ଏବଂ ଆଇ.କ୍ୟୁ.ଏ.ସି.ର ମିଳିତ ଆନୁକୂଲ୍ୟରେ ‘ଜୀବବିଜ୍ଞାନ କ୍ଷେତ୍ରରେ ଫୋଲ୍ଡସ୍କୋପ୍‌ର ପ୍ରୟୋଗ’ ଶୀର୍ଷକ ଏକ ସମ୍ମାନଜନକ ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

Ad..


ଏହି ସଭାରେ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଖଗେଶ୍ବର ଦାଶ ସଭାପତିତ୍ୱ କରି ସ୍ୱାଗତ ଭାଷଣ ପ୍ରଦାନ କରିବା ସହ ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ବିକାଶ କ୍ଷେତ୍ରରେ ଏଭଳି ଆଧୁନିକ ଉଦ୍ଭାବନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ନିଜ ଅଭିଭାଷଣରେ ମତବ୍ୟକ୍ତ କରିଥିଲେ।

       Ad..


ବକ୍ତା ଭାବେ ଅରୁଣାଚଳ ପ୍ରଦେଶ ରାଜୀବ ଗାନ୍ଧୀ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଇଟାନଗର ସରକାରୀ ମହାବିଦ୍ୟାଳୟର ପ୍ରାଣୀବିଜ୍ଞାନ ବିଭାଗ ସହଯୋଗୀ ପ୍ରାଧ୍ୟାପକ ଡକ୍ଟର ପ୍ରଶାନ୍ତ ନନ୍ଦ ଯୋଗଦେଇ ନିଜର ସାରଗର୍ଭକ ବକ୍ତୃତା ପ୍ରଦାନ କରିଥିଲେ। 

Ad..


ସେ କମ୍ ଖର୍ଚ୍ଚରେ କାଗଜ ନିର୍ମିତ ଅଣୁବୀକ୍ଷଣ ଯନ୍ତ୍ର ବା ‘ଫୋଲ୍ଡସ୍କୋପ୍’ ମାଧ୍ୟମରେ କିପରି ସୂକ୍ଷ୍ମ ଜୀବଜଗତକୁ ସହଜରେ ପରୀକ୍ଷା କରାଯାଇପାରିବ ଏବଂ ଏହା ଜୀବବିଜ୍ଞାନ ଗବେଷଣାରେ କିପରି ଏକ ନୂତନ ଦିଗନ୍ତ ସୃଷ୍ଟି କରିଛି, ସେ ସମ୍ପର୍କରେ ପ୍ରାଞ୍ଜଳ ଭାବେ ବୁଝାଇଥିଲେ।

କାର୍ଯ୍ୟକ୍ରମ ପ୍ରାରମ୍ଭରେ ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଶ୍ରୀମତୀ ମୋନାଲିସା ସ୍ୱାଇଁ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ଅଧ୍ୟାପକ ଡକ୍ଟର ସୁବୋଧ କୁମାର ତ୍ରିପାଠୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମଞ୍ଚାସୀନ ଅତିଥି ଭାବେ ଆଇ.କ୍ୟୁ.ଏ.ସି. ସଂଯୋଜକ ଅଧ୍ୟାପକ ନବକୃଷ୍ଣ ମିଶ୍ର ଉପସ୍ଥିତ ଥିଲେ । 

ଏହି ଅବସରରେ ଅତିଥିମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ସମ୍ମିଳନୀରେ ପ୍ରାଧ୍ୟାପିକା ତାପିନୀ ପଣ୍ଡା, ପ୍ରାଧ୍ୟାପକ ତାରା ପ୍ରସାଦ ଶତପଥୀ, ପ୍ରଭାତ କୁମାର ମହାପାତ୍ର, ପ୍ରମୋଦ ତ୍ରିପାଠୀ, ସୁଦୀପ୍ତ ଦାଶ, ଘନଶ୍ୟାମ ପ୍ରଧାନ ,ରବୀନ୍ଦ୍ର ନାଏକ ସମେତ ସମସ୍ତ କର୍ମଚାରୀ ଓ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ। ଶେଷରେ ଉଦ୍ଭିଦ ବିଜ୍ଞାନ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା କଳ୍ପନା ପାଢ଼ୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।



Report : Bijay ku sahu

Edited by k.s thakur...

Post a Comment

Previous Post Next Post