ଭାରତୀୟ ସଭ୍ୟତାର ଅଦମ୍ୟ ସାହସକୁ ପ୍ରଦର୍ଶନ କରୁଛି ‘ସୋମନାଥ ସ୍ୱାଭିମାନ ପର୍ବ’: ମନମୋହନ ସାମଲ...
ଭୁବନେଶ୍ଵର,୧୧/୦୧ : ଭାରତର ଆସ୍ଥା, ବିଶ୍ୱାସ ଓ ସଭ୍ୟତାର ପ୍ରତୀକ ହେଉଛି ଗୁଜୁରାଟର ସୋମନାଥ ମନ୍ଦିର । ଏହି ପର୍ବ ଭାରତୀୟ ସଭ୍ୟତାର ଅଦମ୍ୟ ସାହସ ଓ ନିରନ୍ତରତାକୁ ପ୍ରଦର୍ଶନ କରୁଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ସୋମନାଥ ପୀଠରୁ ଏହି ପର୍ବର ଶୁଭାରମ୍ଭ କରିଛନ୍ତି।
Ad..
ଏହି ପରିପ୍ରେକ୍ଷୀରେ ସୋମନାଥ ମନ୍ଦିର ଅଖଣ୍ଡତାକୁ ନମନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଓଡ଼ିଶାର ସମସ୍ତ ଶୈବପୀଠରେ ‘ସୋମନାଥ ସ୍ୱାଭିମାନ ପର୍ବ’ ପାଳନ କରାଯାଉଛି । ଆଜି ଦେଶର ସମସ୍ତ ଶିବ ମନ୍ଦିରରେ ପ୍ରଦୀପ ପ୍ରଜ୍ୱଳନ ସହ ଓଁକାର ମନ୍ତ୍ର ଜପ କରାଯାଇଛି ।
Ad..
ଏହି ପରିପ୍ରେକ୍ଷୀରେ ଆଜି ଭୁବନେଶ୍ୱରଠାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପାଖରେ ୧୦୦୦ ଦୀପ ପ୍ରଜ୍ଜଳନ କରାଯାଇ ପୂଜାର୍ଚ୍ଚନା କରାଯାଇଛି ବୋଲି ରାଜ୍ୟ ସଭାପତି ମନମୋହନ ସାମଲ କହିଛନ୍ତି ।
Ad..
ଏହି ମନ୍ଦିର ଉପରେ ଜାନୁଆରୀ ୧୦୨୬ ମସିହାରେ ଗଜନୀର ସୁଲତାନ ମହମ୍ମୁଦ ପ୍ରଥମ ଆକ୍ରମଣ କରିଥିଲେ। ଭାରତର ଧର୍ମ ସଂସ୍କୃତି ଓ ପରମ୍ପରାକୁ ନଷ୍ଟ କରିବା ପାଇଁ ଅପଚେଷ୍ଟା କରି ମନ୍ଦିରକୁ ଧ୍ୱଂସ କରିଦେଇଥିଲେ । ଜାନୁଆରୀ ୮, ୯ ଏବଂ ୧୦ ତିନି ଦିନ ଧରି ଏହି ଆକ୍ରମଣ ଚାଲିଥିଲା।
ଏହି ଘଟଣାକୁ ୧୦୦୦ ବର୍ଷ ପୂରଣ ହୋଇଛି । ଉକ୍ତ ହୃଦୟ ବିଦାରକ ଘଟଣାକୁ ମନେପକାଇବା ସହିତ ସୋମନାଥ ମନ୍ଦିର ଏହି ୧୦୦୦ ବର୍ଷର ସହନଶୀଳତା, ପୁନରୁଦ୍ଧାର ଏବଂ ନିରନ୍ତରତାକୁ ରେଖାଙ୍କିତ କରିବା ପାଇଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀଙ୍କ ଆହ୍ୱାନରେ ଚଳିତ ବର୍ଷକୁ ସୋମନାଥ ସ୍ୱାଭିମାନ ପର୍ବ ରୂପେ ପାଳନ କରାଯାଉଛି ।
ରାଜ୍ୟ ସଭାପତି ସାମଲ କହିଛନ୍ତି ଯେ, ୧୦୦୦ ବର୍ଷ ଧରି ବହୁ ଉତ୍ଥାନ-ପତନ ସତ୍ୱେ ମଧ୍ୟ ଆଜି ଏହି ମନ୍ଦିର ନିଜର ଗୌରବ ମହିମା ମଣ୍ଡିତ କରି ଛିଡା ହୋଇରହିଛି। ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଗୃହମନ୍ତ୍ରୀ ଥିଲାବେଳେ ସୋମନାଥ ମନ୍ଦିରର ପୁନଃନିର୍ମାଣ ଆରମ୍ଭ କରିଥିଲେ।
୧୧ ମଇ ୧୯୫୧ ରେ ତତ୍କାଳୀନ ରାଷ୍ଟ୍ରପତି ଡ. ରାଜେନ୍ଦ୍ର ପ୍ରସାଦଙ୍କ ଉପସ୍ଥିତିରେ ପୁନଃନିର୍ମିତ ସୋମନାଥ ମନ୍ଦିରକୁ ଶ୍ରଦ୍ଧାଳୁମାନଙ୍କ ପାଇଁ ଖୋଲାଯାଇଥିଲା।୧୦୦୦ ବର୍ଷ ସଂଘର୍ଷ ଯାତ୍ରାରେ ଯେଉଁମାନେ ବଳିଦାନ ଦେଲେ ସେମାନଙ୍କୁ ମନେପକାଇବା ପାଇଁ ଆଜି ଏହି ସ୍ୱାଭିମାନର ପର୍ବ ପାଳନ କରାଯାଉଛି ।
ଭାରତ ବର୍ଷର ସାଂସ୍କୃତିକ ଓ ଆଧ୍ୟାତ୍ମିକ ଐତିହ୍ୟକୁ ସଂରକ୍ଷିତ କରିବା ଏବଂ ସମୃଦ୍ଧ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରତିବଦ୍ଧତାକୁ ସ୍ପଷ୍ଟ ଦର୍ଶାଉଛି। ସୋମନାଥ ମନ୍ଦିରର ଅଖଣ୍ଡତା ପାଇଁ ସଭିଏଁ ପ୍ରାର୍ଥନା କରିବା ସହ ସଂକଳ୍ପ ନେବାକୁ ଏହି ଅବସରରେ ରାଜ୍ୟ ସଭାପତି ସାମଲ ଆହ୍ୱାନ ଦେଇଥିଲେ।
Edited by k.s thakur...

.jpeg)


