ରଥଯାତ୍ରା ପାଇଁ ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଲା ପ୍ରଥମ ରଥକାଠ...
ଦଶପଲ୍ଲା,୨୦/୦୧ : ଚଳିତ ବର୍ଷ ବିଶ୍ଵପ୍ରସିଦ୍ଧ ରଥଯାତ୍ରା ପାଇଁ ମହାବୀର କ୍ଷେତ୍ର ଦଶପଲ୍ଲାରୁ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ତିନୋଟି ଟ୍ରକ୍ ରେ ବାହାରିଲା ରଥ କାଠ। ଗତ ଡ଼ିସେମ୍ବର ୩୦ ତାରିଖ ଦିନ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୪ଜଣିଆ ଟିମ୍ ଶ୍ରୀମନ୍ଦିରରୁ ଆଜ୍ଞାମାଳ ଧରି ମା ବଡ଼ରାଉଳଙ୍କ ପୀଠରେ ପୂଜାର୍ଚ୍ଚନା କରି ଫେରିଥିଲେ।
Ad..
ଏହାପରେ ରଥକାଠ ଚିହ୍ନଟ କରି ୧୨ ଓ ୨୦ ଫୁଟିଆ ଅସନ ଓ ଧଉଡା କାଠକୁ ପୁରୀ ପଠା ଯାଇଛି।ଚଳିତବର୍ଷ ୮୬୫ ଖଣ୍ଡ କାଠର ଆବଶ୍ୟକତା ଥିବାବେଳେ ଶ୍ରୀମନ୍ଦିର ପ୍ରଶାସନ ପାଖେ ଗତ ବର୍ଷର ୪୭ ଖଣ୍ଡ କାଠ ବଳକା ରହିଛି। ଚଳିତ ବର୍ଷ ଅବଶିଷ୍ଟ ୮୧୮ ଖଣ୍ଡ କାଠର ଆବଶ୍ୟକତା ରହିଛି।
Ad..
ତେଣୁ ଦଶପଲ୍ଲା ବନାଞ୍ଚଳରର ଟାକେରା ଏବଂ ପୋଖରୀଗୋଛା ସେକ୍ସନରୁ ଧଉରା କାଠ ୧୨ଫୁଟିଆ ଏବଂ ୨୦ଫୁଟିଆ ୪୩ଖଣ୍ଡ ଓ ଅସନ କାଠ ୧୨ଫୁଟିଆ ଏବଂ ୨୦ଫୁଟିଆ ୪୦ଖଣ୍ଡ କାଠ ସଂଗ୍ରହ କରି ଭବ୍ୟ ଏବଂ ଦିବ୍ୟ ପରିବେଶ ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଦଶପଲ୍ଲାର ଆରାଧ୍ୟ ମହାବୀରଙ୍କ ମନ୍ଦିର ଠାରେ ଭବ୍ୟ ପୂଜାର୍ଚ୍ଚନା ପରେ ପୁରୀ ପଠା ଯାଇଛି।
Ad..
ଦଶପଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାସଙ୍କ ତତ୍ୱାବଧାନରେ ପୂଜାକାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ ଏସିଏଫ ଏବଂ ସମସ୍ତ ବନ କର୍ମଚାରୀ ଉପସ୍ଥିତ ଥିଲେ। ୩ଟି ଟ୍ରକ ରଥକାଠ ଶ୍ରୀକ୍ଷେତ୍ର ପୁରୀ ଅଭିମୁଖେ ପଠା ଯାଇଛି।
ସେପଟେ ଆଗାମୀ ଶ୍ରୀପଞ୍ଚମୀ ଦିନ ରଥଖଳାରେ ୩ଟି ୧୨ଫୁଟିଆ ଧଉରା କାଠ ପୂଜା ହେବାର ବିଧି ରହିଛି ଏବଂ ଅକ୍ଷୟ ତୃତୀୟା ଠାରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ। ଆଉ ବଳକା କାଠ ପର୍ଯ୍ୟାୟ କ୍ରମେ ପଠାଯିବ ବୋଲି ବନାଞ୍ଚଳ ଅଧିକାରୀ ଶ୍ରୀ ଦାସ କହିଛନ୍ତି।
Edited by k.s thakur...
Tags:
daspalla
latest news
latest update
odisha daily current affairs
odisha news
puri
Rath Yatra
wood




