ତୁରେକେଲା ବ୍ଳକ ସ୍ତରୀୟ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ...

ତୁରେକେଲା ବ୍ଳକ ସ୍ତରୀୟ ବନ୍ଦେ ମାତରମ କାର୍ଯ୍ୟକ୍ରମ ଅନୁଷ୍ଠିତ...


କଣ୍ଟାବାଞ୍ଜି,୨୦/୦୧ : ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ଓଡିଶା ସରକାରଙ୍କ ପକ୍ଷରୁ ତୁରେକେଲା ଗୋଷ୍ଠୀ ଉନ୍ନୟନ କାର୍ଯ୍ୟାଳୟ ପରିସରରେ ବ୍ଳକ ସ୍ତରୀୟ ବନ୍ଦେ ମାତରମ ରାଷ୍ଟ୍ରୀୟ ଗୀତର ୧୫୦ତମ ବର୍ଷ ପୂର୍ତ୍ତି ଅବସରରେ ମହା ଆଡମ୍ବରରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

        Ad..


ପଞ୍ଚାୟତ ସମିତି ତୁରେକେଲା ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଗଜାନନ ନାଏକ, ଜିପିଡିଓ ସଭାପତିତ୍ୱ କରିଥିଲେ।କଣ୍ଟାବାଞ୍ଜି ବିଧାୟକ ପ୍ରତିନିଧି ମୁକେଶ ବାଗ,ମୁଖ୍ୟ ଅତିଥି, ଗୋଷ୍ଠୀ ଶିକ୍ଷା ଅଧିକାରୀ ଗୌତମ ପଟେଲ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଫକୀର ଚରଣ ବିଶି...

       Ad..


ଜଗବନ୍ଧୁ ମାଝୀ, ସରପଞ୍ଚ ଜଳନ୍ଧର ମହାକୁଡ଼, ସମିତି ସଭ୍ୟ ପ୍ରମୋଦ ମହାପାତ୍ର, ସଞ୍ଜୀବ ସାହୁ, ନୀଳମାଧବ ସାହୁ,ରବି ନାରାୟଣ ତ୍ରିପାଠୀ,ନବ ମଲ୍ଲିକସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ।ଶିକ୍ଷକ ବିରଞ୍ଚି ନାରାୟଣ ଦାଶ ମଞ୍ଚ ପରିଚାଳନା କରିଥିଲେ।

Ad..


ପ୍ରଥମେ ମା ସରସ୍ବତୀଙ୍କ ଫଟୋ ଚିତ୍ରରେ ଅତିଥି ମାନେ ଧୂପଦୀପ ପ୍ରଦାନ କରିଥିଲେ।ଅତିଥି ମାନଙ୍କ ପରିଚୟ ସହିତ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ଶିକ୍ଷକ ରାହୁଲ ପ୍ରଧାନ, ତୁଷାର କାନ୍ତ ବଡଜେନାଙ୍କ ତତ୍ତ୍ୱାବଧାନରେ ତୁରେକେଲା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରୀ ମାମୁନୀ ସାହୁ,ସଞ୍ଜନା ଝାଙ୍କର,ଦିବ୍ୟା ତାଣ୍ଡୀ,ଚାନ୍ଦିନୀ ଜାନୀ,ଧରିତ୍ରୀ ମାଝୀ ବନ୍ଦେ ମାତରମ ଗୀତକୁ ଗାଇଥିଲେ।ଉପସ୍ଥିତ ସମସ୍ତେ ସମୂହ ଗାନରେ ଅଂଶ ଗ୍ରହଣ କରିଥିଲେ।

ପୂର୍ବରୁ କରାଯାଇଥିବା କ୍ଳଷ୍ଟର ସ୍ତରୀୟ ସଙ୍ଗୀତ ଓ ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ଓ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା।ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସିଆରସିସି ପ୍ରେମରାଜ ପାଣିଗ୍ରାହୀ, ଧନସିଂ ମାଝୀ, ଗଜୟ କୁମାର ଦାଶ,ଅନୁପ କୁମାର ଦାସ, କୃତିବାସ ବରିହା,ଗଜିନ୍ଦ୍ର ହରିଜନ,ମୋହନ ବରିହା, ଶାନ୍ତନୁ ବେଉରା,ସୁରଜ ପାତ୍ର,ସୁମିତ ଚଣ୍ଡୀ,ଆକାଶ ସେଲମା,ରୋହିତ ମଲ୍ଲିକ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଗାଇଡ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ।



Edited by k.s thakur...

Post a Comment

Previous Post Next Post