ବିଏସଏଫ ଯବାନ ଭୂମିସୁତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା...

ବିଏସଏଫ ଯବାନ ଭୂମିସୁତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା...


କଣ୍ଟାବାଞ୍ଜି,୨୦/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ସହର ନୂଆପଡା ବାସିନ୍ଧା ଭୂମିସୁତା ବେହେରା ୨୦୨୪ ମସିହାରେ ବିଏସଏଫ ପରୀକ୍ଷାରେ ଦେଇଥିଲେ ଏବଂ ସେଥିରେ ସେ କୃତିତ୍ୱ ହାସଲ କରିଥିଲେ।

Ad..


ଏହାପରେ ଦିର୍ଘ ୧ ବର୍ଷ ଧରି ମଧ୍ୟପ୍ରଦେଶ ରାଜ୍ୟର ବିଏସଏଫ ତାଲିମ କେନ୍ଦ୍ରରେ ତାଲିମ ନେଇ ସାରିବା ପରେ ପଞ୍ଜାବ ରାଜ୍ୟ ବାଟାଲିଏନ ଭାବେ ସେ କାର୍ଯ୍ୟରତ ଅଛନ୍ତି। କାର୍ଯ୍ୟକ୍ଷେତ୍ରରୁ ପ୍ରଥମ ଥର ସୋମବାର ଭୂମି ସୁତା ତାଙ୍କ ଜନ୍ମ ମାଟି କଣ୍ଟାବାଞ୍ଜି ସହର କୁ ଫେରିଥିଲେ।

       Ad..


ଟ୍ରେନ ଯୋଗେ ସେ କଣ୍ଟାବାଞ୍ଜି ରେଲୱେ ଷ୍ଟେସନ ପହଞ୍ଚିବା ପରେ ଷ୍ଟେସନ ରୁ ଦୁଳଦୁଲି ବଜାର ତାଲେ ତାଲେ ନାଚଗୀତ ରେ ତାଙ୍କ ସ୍ବାଗତ କରି ଏକ ଖୋଲା ଜିପ‌ରେ ଶୋଭାଯାତ୍ରା ମାଧ୍ୟମରେ ରେ ତାଙ୍କ ଘର ନିଆଯାଇଥିଲା। 

Ad..


ସମ୍ବିଧାନ ଛକ ନିକଟକୁ ଶୋଭାଯାତ୍ରା ପହଞ୍ଚିବା ପରେ ଆମ୍ବେଦକର ଜୟନ୍ତୀ ମହୋତ୍ସବ କମିଟି ପକ୍ଷରୁ ସଭାପତି ଅନିଲ୍ ବିଭାର ଓ ସମ୍ପାଦକ ରୋହନ ମହତ ଙ୍କ ନେତୃତ୍ବରେ ଭୂମି ସୁତା ବେହେରାଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। 

ଏହି ସମୟରେ ଜିତେନ୍ଦ୍ର ଖୁରା, ମୋହନ ସୁନା, ଅଶୋକ କୁମାର,ବ୍ରହ୍ମ ସିଂ ମହାନନ୍ଦ, କଣ୍ଟାବାଞ୍ଜି ସ୍ବେଚ୍ଛାସେବୀ ସଂଗଠନ ସଭାପତି ଶାନ୍ତନୁ ବିଭାର ସହ ବିଭିନ୍ନ ସଂଗଠନ ପକ୍ଷରୁ ସହର ବିଭିନ୍ନ ସ୍ଥାନରେ ସମ୍ବର୍ଦ୍ଧନା ଦିଆଯାଇଛି।



Edited by k.s thakur...

Post a Comment

Previous Post Next Post