ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା ; ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ...

ସୁନ୍ଦରଗଡ଼ ଗୋଷ୍ଠୀ ସଂଘର୍ଷ ଘଟଣା ; ୨୪ ଘଣ୍ଟା ପାଇଁ ଇଣ୍ଟରନେଟ ବନ୍ଦ...


ସୁନ୍ଦରଗଡ଼,୧୫/୦୧ : ଗୋହତ୍ୟାକୁ ନେଇ ବିବାଦ ପରେ ସୁନ୍ଦରଗଡ଼ ଜିଲ୍ଲାରେ ହିଂସା ଦେଖାଦେଇଛି । ଟାଉନ ଥାନା ଅନ୍ତର୍ଗତ ରିଜେଣ୍ଟ ବଜାର ନିକଟରେ ଗୋଷ୍ଠୀ ସଂଘର୍ଷ ପରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।

     Ad..


ଏଥିରେ ଅନେକ ଯୁବକ ଏବଂ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ତେଣୁ ଘଟଣା ସ୍ଥଳରେ BNS ୧୬୩ ଲାଗୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Ad..


ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରେ ପରସ୍ପରକୁ ଟେକାପଥର ମାଡ଼ କରିବା ପରେ ସୁନ୍ଦରଗଡ଼ରେ ଆଜି ସଂଧ୍ୟା ୬ଟା ରୁ ୨୪ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି । ପରିସ୍ଥିତି ଉପରେ ତୀକ୍ଷଣ ନଜର ରଖାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।

Ad..


ଇଣ୍ଟରନେଟ୍ ବାବଦରେ ଜିଲ୍ଲାପାଳ, ଏସ୍‌ପି ବିଚାରବିମର୍ଶ କରୁଛନ୍ତି । ଶାନ୍ତିଶୃଙ୍ଖଳା ରଖିବାକୁ ପଶ୍ଚିମାଞ୍ଚଳ ଡିଆଇଜି ବ୍ରିଜେଶ ରାୟ ଅପିଲ୍ କରିଛନ୍ତି ଏବଂ ଶାନ୍ତି କମିଟି ବୈଠକ ଡାକି ସମାଧାନ କରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସ୍ଥିତିକୁ ଆୟତ୍ତ କରିବା ୧୦ ପ୍ଲାଟୁନ ପୁଲିସ ବଳ ବ୍ୟବସ୍ଥା କରାଯାଇଥିବା ରାୟ କହିଛନ୍ତି ।



Edited by k.s thakur...

Post a Comment

Previous Post Next Post