ପାତଳପଡ଼ା ଗ୍ରାମୀଣ କ୍ରିକେଟ କପ ଉଦଘାଟିତ ; ଗୋହିରା ପଦର କୁ ହରାଇ ନଙ୍ଗଲାଜୁରୀ ଦଳ ବିଜୟୀ...
ବଙ୍ଗୋମୁଣ୍ଡା,୧୫/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଚୁଲିଫୁଙ୍କା ପଞ୍ଚାୟତ ପାତଲପଡ଼ା ଗାଁରେ ପ୍ରଥମେ ଅଧିଷ୍ଠାତ୍ରୀ ଦେବୀ ଙ୍କୁ ପୂଜାର୍ଚ୍ଚନା ପରେ ମଶାଲ ଶୋଭାଯାତ୍ରା ବାହାରିଥିଲା।
Ad..
ଗାଁ ପଡିଆରେ ଆରମ୍ଭ ହୋଇଥିବା ଉଦଘାଟନି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ପୁର୍ବତନ ବ୍ଲକ ଅଧ୍ୟକ୍ଷ ଗୁରୁଚରଣ ବେହେରା ଯୋଗ ଦେଇ ଉଦଘାଟନ କରିବା ସହ ଖେଳାଳି ମାନଙ୍କୁ ଉତ୍ସାହିତ କରିଥିଲେ।
Ad..
ସମ୍ମାନୀୟ ଅତିଥି ଭାବେ ଯୁବ ସମାଜସେବୀ ସୁଶାନ୍ତ ବେହେରା,କଳିଙ୍ଗ ଟିଭି ର କଣ୍ଟାବାଞ୍ଜି ପ୍ରତିନିଧି ଦୀପକ କୁମାର ଦାସ ଯାଦବ, ନ୍ୟୁଜ ୧୮ ବଲାଙ୍ଗୀର ରୁରାଲ ପ୍ରତିନିଧି ସୁରଦାସ ବାଗ,ଅର୍ଗସ ନ୍ୟୁଜ କଣ୍ଟାବାଞ୍ଜି ପ୍ରତିନିଧି ହୁଲେଶ୍ୱର ହଂସ, ନ୍ୟୁଜ ସେଭେଁନ କଣ୍ଟାବାଞ୍ଜି ପ୍ରତିନିଧି ଅଶୋକ ନାରାୟଣ ଭୋଇ..
Ad..
ଯୁବନେତା ପ୍ରଭୁଲାଲ ବେହେରା, ପୂର୍ବତନ ୱାର୍ଡ ମେମ୍ବର ଭରତ ନାଗ ପ୍ରମୁଖଅତିଥି ଭାବେ ଯୋଗ ଦେଇଥିଲେ।ଏହି ଅଞ୍ଚଳ ଆଖ ପାଖ ଗାଁର ୧୬ ଟି ଦଳ ଟୁର୍ଣ୍ଣାମେଣ୍ଟ ରେ ଭାଗ ନେଉଥିବା ବେଳ ଆସନ୍ତା ୧୯ ତାରିଖ ଫାଇନାଲ ମ୍ୟାଚ ସହ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ମିଳିଛି।
ଏହି ଟୁର୍ଣ୍ଣାମେଣ୍ଟ ର ପ୍ରଥମ ମ୍ୟାଚ ରେ ଗୋହିରାପଦର ଦଳ ବ୍ୟାଟିଂ କରି ୮ ଓଭର ରେ ୨ ଉଇକେଟ ହରାଇ ୧୩୨ ରନ ସଂଗ୍ରହ କରିଥିବା ବେଳେ ଜବାବ ରେ ନଙ୍ଗଲାଜୁରୀ ଦଳ ବ୍ୟାଟିଂ କରି ୭ ଓଭର ରେ ୩ ଉଇକେଟ ହରାଇ ୧୩୩ ରନ ସଂଗ୍ରହ କରି ବିଜୟୀ ହୋଇଥିଲା।ଡ଼ମନା ହଂସ ଓ ମଣି ବଚ୍ଛା ଖେଳ ପରିଚାଲନା କରିଥିଲେ।
ଆୟୋଜକ କମିଟି ର ସଭାପତି ମୋହନ ଲାଲ ନାଗ, ଉପ ସଭାପତି ବିନୋଦ ନାଗ, ସମ୍ପାଦକ ଡ଼ମନା ହଂସ, ସହ ସମ୍ପାଦକ ଅଚ୍ୟୁତ ବଚ୍ଛା, କୋଷାଧ୍ୟକ୍ଷ ଗଗନ ହଂସ, ସଦସ୍ୟ ତରୁଣ ଟାହାଣୀ,ମଧୁ ଜାନୀ, ଚମ୍ପେ ଜାନୀ,କରନ ଭୋଇ, ସିଦ୍ଧାନ୍ତ ଭୋଇ, ମିନି ବଚ୍ଛା, ବିଜୁ ଭୋଇ, କୌତୁକ ଜାନୀ,ଦେବରାଜ ଜାନୀ ପ୍ରମୁଖ ଙ୍କ ସହ ଆୟୋଜକ କମିଟି ର ସମସ୍ତ ସଦସ୍ୟ ମାନେ ସହଯୋଗ କରିଥିଲେ।
Edited by k.s thakur...
Tags:
bangomunda
cricket tournament
latest news
latest update
odisha daily current affairs
odisha news




