ତେଲିପଦର ଗାଁରେ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ...
ବଙ୍ଗୋମୁଣ୍ଡା,୧୫/୦୧ : ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଖଇରା ପଞ୍ଚାୟତ ତେଲିପଦର ଗାଁରେ ଅସହାୟ ବୃଦ୍ଧ ବୃଦ୍ଧା ମାନଙ୍କୁ ଭାରତୀୟ ହ୍ୟୁମାନ ରାଇଟ କାଉନସିଲ ପକ୍ଷରୁ କମ୍ବଳ ବଣ୍ଟନ କରାଯିବା ସହ ଓ ଜନ ସଚେତନତା କାର୍ଯ୍ୟକ୍ରମ ରାଜ୍ୟ ସଭାପତି ମହମ୍ମଦ ମୁସ୍ତଫା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା।
Ad..
ପୂରା ଭାରତବର୍ଷରେ ଏହିପରି ଜନହିତକର କାର୍ଯ୍ୟ କରି ଆସୁଛି ଏବଂ ଏହିପରି ଆଗକୁ ମଧ୍ୟ କରିଚାଲିଥିବା ବୋଲି ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଏହି କାର୍ଯ୍ୟକ୍ରମ ର୍ବ ଅନ୍ୟ ମାନଙ୍କ ମଧ୍ୟରେ ସାଧାରଣ ସମ୍ପାଦକ ମହେନ୍ଦ୍ର କୁମାର ଆଚାରୀ...
Ad..
ବଙ୍ଗୋମୁଣ୍ଡା ବ୍ଲକ ସଭାପତି ଦିବାକର ପୁଟେଲ,ସମ୍ପାଦକ ମଣ୍ଟୁ ସରାଫ,ଉପ ସଭାପତି ଚନ୍ଦ୍ରଶେଖର ବାଗ,ବରିଷ୍ଠ ସଦସ୍ୟ କୃଷ୍ଣ ବାଗ,ମୁରିବାହାଲ ବ୍ଲକ ସଭାପତି ନରେନ୍ଦ୍ର ଆଚାରୀ,ସମ୍ପାଦକ ପ୍ରକାଶ ବଘାର,ସମାଜସେବୀ ଦୀପକସାହୁ ଏବଂ ଯାଦବ କଲତା ଯୋଗ ଦେଇଥିଲେ।
Ad..
ଏହି ପରିଷଦର ପ୍ରତିଷ୍ଠାତା ଡ.ପୂର୍ଣ୍ଣଚନ୍ଦ୍ରସାହୁ ଙ୍କ ନିର୍ଦ୍ଦେଶ ରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିବା ନେଇ ଦେଖିବାକୁ ମିଳିଛି । ଏଥିରେ ଗାଁର ବହୁ ଶୀତ ରୁ ସାମାନ୍ୟ ଆଶ୍ୱସ୍ତି ମିଳି ପାରିବ ବୋଲି ବୃଦ୍ଧ ବୃଦ୍ଧା ମାନଙ୍କ ମହଲ ରେ ଖୁସି ର ଲହରୀ ଖେଳିଯାଇଛି । ଏହି କାର୍ଯ୍ୟ କୁ ଦେଖି ବିଭିନ୍ନ ମହଲ ରେ ପ୍ରସଂଶା କରାଯାଉଥିବା ନେଇ ଦେଖିବାକୁ ମିଳିଛି।
Edited by k.s thakur...




