ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମକର ମିଳନ ଓ ଅଲୋଚନା ଚକ୍ର...

ବିଶ୍ୱ ଓଡ଼ିଆ ପରିବାର ପକ୍ଷରୁ ମକର ମିଳନ ଓ ଅଲୋଚନା ଚକ୍ର...


ଭୁବନେଶ୍ୱର,୧୫/୦୧(ନି.ପ୍ର):ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଆଜି ‘ବିଶ୍ୱ ଓଡି଼ଆ ପରିବାର’ ପକ୍ଷରୁ ଭୁବନେଶ୍ୱର ହୋଟେଲ ପ୍ରେସିଡେନ୍ସିଠାରେ ‘ମକର ମିଳନ’ ଓ ଆଲୋଚନା ଚକ୍ର ହୋଇଯାଇଛି। 

        Ad..


ଅନୁଷ୍ଠାନର ସଭାପତି ଶ୍ରୀ ସଜ୍ଜନ ଶର୍ମାଙ୍କ ଅଧ୍ୟକ୍ଷତାରେ ‘ଓଡ଼ିଶା ଖାଦ୍ୟର ଭଣ୍ଡାର, ସମ୍ଭାବନା ଅପାର’ ଶୀର୍ଷକ ଆଲୋଚନା ଚକ୍ରରେ ବହୁ ବିଶିଷ୍ଟ ବ୍ୟକ୍ତି ଭାଗ ନେଥିଲେ। ବକ୍ତାମାନେ ଓଡି଼ଆ ବ୍ୟଞ୍ଜନ କେବଳ କ୍ଷୁଧା ନିବାରଣ ପାଇଁ ନୁହେଁ ବରଂ ଏହା ଓଡ଼ିଆ ସଂସ୍କୃତି, ସ୍ୱାଭିମାନ ଓ ଅସ୍ମିତାର ପ୍ରତୀକ ବୋଲି ବର୍ଣ୍ଣନା କରିଥିଲେ। 

        Ad..


ପୁନଶ୍ଚ ଓଡ଼ିଆ ଖାଦ୍ୟା ବହୁବିଧ ସମ୍ଭାନାର ସମ୍ଭାର ଅଟେ। ଏହା ମଣିଷକୁ ଏକ ସୁସ୍ଥ, ସରଳ ଓ ସାବଳୀଳ ଜୀବନଯାପନର ଏକମାତ୍ର ପରିପନ୍ଥୀ ବୋଲି ବିଚାର କରାଯାଏ। କଥାରେ ଅଛି ‘ଯେମିତି ଅନ୍ନ ସେମିତି ମନ, ଯେମିତି ପାଣି ସେମିତି ବାଣୀ’।

Ad..


ଖାଦ୍ୟ କେବଳ ମଣିଷକୁ ଶାରୀରିକ ସୁସ୍ଥତା ଯୋଗାଇ ନଥାଏ, ଏହା ମାନସିକ ବିକାଶରେ ମଧ୍ୟ ସାହାଯ୍ୟ କରିଥାଏ। ପୃଥିବୀର କୋଣ ଅନୁକୋଣରେ ବିଭିନ୍ନ ପ୍ରକାରର ଖାଦ୍ୟର ତୁଳନା କରାଯାଇ ନପାରେ। ବିଭିନ୍ନ ସ୍ୱାଦଯୁକ୍ତ ଖାଦ୍ୟ, ଐତିହ୍ୟ ଓ ପରମ୍ପରାକୁ ବଜାୟ ରଖିଥାଏ। 

ଏହି ଖାଦ୍ୟ ପରମ୍ପରା ମଧ୍ୟ ଓଡ଼ିଶାର ଅର୍ଥନୀତିକୁ ତଥା ଓଡ଼ିଆଙ୍କୁ ସ୍ୱାବଲମ୍ବୀ କରିବାରେ ଏକ ବଳିଷ୍ଠ ମାଧ୍ୟମ ବୋଲି ବକ୍ତାମାନେ ମତପ୍ରକାଶ କରିଥିଲେ। ଏହି ଆଲୋଚନା ଚକ୍ରରେ ଉତ୍କଳ ସଂସ୍କୃତି ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ୱାଇଁ ଏବଂ ପ୍ରାକ୍ତନ କୁଳପତି ପ୍ରଫୁଲ୍ଲ କୁମାର ମିଶ୍ର, ସି ଆଇ ଆଇର ଓଡ଼ିଶାର ଅଧ୍ୟକ୍ଷ ତଥା ବିଶିଷ୍ଟ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ରାଜୀବ ଶେଖର ସାହୁ...

ବରିଷ୍ଠ ପ୍ରଶାସନିକ ଅଧିକାରୀ ସମ୍ବିତ ତ୍ରିପାଠୀ,  ବିଶିଷ୍ଟ ସ୍ନାୟୁ ଡାକ୍ତର ପ୍ରତାପ ପାଣି, ଖାଦ୍ୟ ସଂସ୍କୃତି ବିଶେଷଞ୍ଜ ତଥା ଲେଖକ ଅସିତ ମହାନ୍ତି, ମେଟ୍ରୋ ଗ୍ରୁପର ଅଧ୍ୟକ୍ଷ ପିୟୁଷ ମହାନ୍ତି, ଡାକ୍ତର ବସନ୍ତ କର, ଡାକ୍ତର ଗିରିଶ ସ୍ୱାଇଁ, ପ୍ରସିଦ୍ଧ ଚିତ୍ର ଶିଳ୍ପୀ ରବି ରଥ,ଡାକ୍ତର ସୁସ୍ମିତା ପ୍ରିୟଦର୍ଶିନୀ ହୋତା, ପରମାନନ୍ଦ ପଟେଲ, ଖାଦ୍ୟ ନିରୀକ୍ଷକ ସତ୍ୟଜିତ ପଟେଲ, ପବିତ୍ର ସାମଲ... 

ପ୍ରଫେସର ଆଶିଷ ସ୍ୱାଇଁ ଭକ୍ତ ତ୍ରିପାଠୀନିଜ ନିଜର ମତ ପ୍ରକାଶ କରିଥିଲେ।ଶ୍ରମିକ ନେତା ସର୍ବଶ୍ରୀ କୃଷ୍ଣଚନ୍ଦ୍ର ମିଶ୍ର, କୁଳମଣି ରାଉତ, ଡଃ ପ୍ରତାପ ପାଣି, ଡଃ ରାକେଶ ପାଢ଼ୀ, ହାଡ଼ିବନ୍ଧୁ ପାଣିଗ୍ରାହୀ, ସାଧୁଚରଣ ବେହେରା, ପବିତ୍ର ସାମଲ, ଭବାନୀ ପ୍ରସାଦ ମିଶ୍ର, ଦେବ ନାରାୟଣ ନାୟକ, ପଦ୍ମଲୋଚନ ଦାସ, ଅକ୍ଷୟ ବଳିଆର ସିଂହ... 

ପ୍ରଭୁଦତ୍ତ ସାମଲ, ସୁରେଶ କୁମାର ସାହୁ ଆଦି ସଂଗ୍ରାମ ନାୟକ, ତ୍ରିଗୁଣ ଦଶମହାପାତ୍ର ଓ ସୁଶ୍ରୀ ଗୀତା ବେହେରା, ତୁଳସୀ ବିଷୋୟୀ, କନକଲତା ଭଞ୍ଜ, ଅପର୍ଣ୍ଣା ନାୟକ, ସୁପ୍ରିୟା ଶତପଥି, ଶର୍ମିଷ୍ଠା ମହାନ୍ତି ଆଦି ଉପସ୍ଥିତ ଥିଲେ। ବିଶିଷ୍ଟ କବୟତ୍ରୀ ଡଃ ପ୍ରୀତିପ୍ରତିଭା ଭୋଳ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ।



Edited by k.s thakur...

Post a Comment

Previous Post Next Post