କଣ୍ଟାବାଞ୍ଜି ବିଭିନ୍ନ ସମସ୍ୟାକୁ ନେଇ ନାଗରିକ କମିଟିର ଚତୁର୍ଥ ବୈଠକ ଅନୁଷ୍ଠିତ...

କଣ୍ଟାବାଞ୍ଜି ବିଭିନ୍ନ ସମସ୍ୟାକୁ ନେଇ ନାଗରିକ କମିଟିର ଚତୁର୍ଥ ବୈଠକ ଅନୁଷ୍ଠିତ...


କଣ୍ଟାବାଞ୍ଜି,୧୫/୦୧(ନି.ପ୍ର):  ଆଜି ବୁଧବାର ଦିନ କଣ୍ଟାବାଞ୍ଜି ହରିଭବନ୍ ଠାରେ କଣ୍ଟାବାଞ୍ଜି ନାଗରିକ କମିଟିର ୪ଥ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ କଣ୍ଟାବାଞ୍ଜି ର ସମସ୍ୟା ଗୁଡ଼ିକ ଉପରେ ଆଲୋଚନା କରାଯାଇଥିଲା। 

Ad..


ବହୁତ୍ ଦିନରୁ ସହର ଭିତରେ ଥିବା ଅନେକ ବାୟୋ ଶୌଚାଳୟ ଅନେକ ଜାଗାରେ ବନି କି ରେଡି ଅଛି ତାକୁ ଚାଲୁ କରିବା କୁ ନେଇ କି କଣ୍ଟାବାଞ୍ଜି ଏନ୍ଏସିରେ ଜଣେଇବା ଓ ଗ୍ରାମାଞ୍ଚଲରୁ ପ୍ରତି ଦିନ ସହର କୁ ଆସୁଥିବା ମହିଳା ମାନଙ୍କୁ ଶୌଚ ପାଇଁ ଅନେକ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼େ।

Ad..


ଏହା ସହିତ ସହରରୁ ସ୍ମସାଣି,ସ୍ମସାଣି ଠାରୁ ଶ୍ୟାମ ମନ୍ଦିର ପ୍ରଯନ୍ତ ଓ ଆଶ୍ରମ ପଡ଼ା ରୁ ନିଉ ବାସ ଷ୍ଟାଣ୍ଡ ପର୍ଯ୍ୟନ୍ତ ରାସ୍ତା କଢର  ବିଦ୍ୟୁତ୍ ଖୁଣ୍ଟ ଲାଇଟ୍ ଜଳୁ ନାହିଁ।ତାକୁ ନେଇ କି ଆଲୋଚନା ମିଟିଙ୍ଗରେ କରାଯାଇଥିଲା।ଗୁରବାର ଦିନ କଣ୍ଟାବାଞ୍ଜି ନାଗରିକ କମିଟି ପକ୍ଷରୁ ଏନ୍ଏସି କୁ ଗୋଟିଏ ଲିଖିତ ଅଭିଯୋଗ ଦିଆଯିବ ବୋଲି ନିଷ୍ପତି ନିଆ ଯାଇଥିଲା।

Ad..


ଆଜିର ବୈଠକରେ ନୁର୍ତନ୍ ଆଇନ୍ ପରାମର୍ଶ ଦାତା ଭାବେ ଆଇନଯିବି ରାଜେସ ଶର୍ମା କୁ ଚୟନ କରାଗଲା ଓ ତା ସହ ସହ କୋଷାଧ୍ୟକ୍ଷ ୩ୟ ପଦ ପାଇ ପ୍ରମୋଦ କୁମାର ବେହେରା କୁ ସମସ୍ତଙ୍କର ସହମତି ରେ ରଖାଗଲା।

ଏହି ମିଟିଙ୍ଗରେ ସଭାପତି ଅରୁନ କୁମାର ତାଣ୍ଡି, ଉପ ସଭାପତି ରାଜୁ ଛତ୍ରିଆ,ସହ ସଂପାଦକ ଜିତୁ ସୁନା, ସହ କୋଷାଧ୍ୟକ୍ଷ ୨ ନମ୍ବର ନିଲେଶ୍ ଛତ୍ରିଆ ଆଇନଯିବି ବିଭୁତି ଭୂଷଣ ଗୁରୁ, ମିଡ଼ିଆ ପ୍ରଭାରୀ କୋଶଳ ଠାକୁର,ଏଡ୍ ଭାଇଜର ଲୋକେଶ ଭୋଇ , ଟେମୁ ନାୟକ,ବିଶାଳ ତାଣ୍ଡି,ସଦସ୍ୟ ସୁଶିଲ କୁମାର ବେହେରା , ବିଶ୍ୱନାଥ ପୁଟେଲ, ଜିତୁ ତାଣ୍ଡି ପ୍ରମୁଖ ଉପସ୍ଥିତି ଥିଲେ।



Edited by k.s thakur...

Post a Comment

Previous Post Next Post