ମହାବିଦ୍ୟାଳୟ ସ୍ତରୀୟ ବାଣିଜ୍ୟ ପ୍ରଦଶ୍ରଣି ମେଳାରେ କଣ୍ଟାବାଞ୍ଜି ଅଞ୍ଚଳର ଛାତ୍ର ଛାତ୍ରୀ ଙ୍କ କୃତିତ୍ୱ...
କଣ୍ଟାବାଞ୍ଜି,୧୪/୦୧: ପିଏମ୍ ଉଷା ପ୍ରାୟୋଜିତ ଓ ରାଜେନ୍ଦ୍ର ବିଶ୍ଵ ବିଦ୍ୟାଳୟ ବାଣିଜ୍ୟ ବିଭାଗ ଦ୍ଵାରା ଆୟୋଜିତ ବାଣିଜ୍ୟ ମେଳା ପ୍ରଦଶ୍ରନି ରେ କଣ୍ଟାବାଞ୍ଜି ର ବିଭିନ୍ନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ କୃତି ହୋଇ କଣ୍ଟାବାଞ୍ଜି ର ଗୌରବ ବୃଦ୍ଧି କରିଛନ୍ତି।
Ad..
ସୂଚନା ଅନୁଯାୟୀ ବିଶ୍ଵବିଦ୍ୟାଳୟ ଅଧିନସ୍ଥ ୧୪ ଟି ବାଣିଜ୍ୟ ପାଠ୍ୟକ୍ରମ ଥିବା ମହାବିଦ୍ୟାଳୟରୁ ୨୬ ଟି ପ୍ରୋଜେକ୍ଟ ମଧ୍ୟରୁ କଣ୍ଟାବାଞ୍ଜି ଭୋକେସନାଲ ମହାବିଦ୍ୟାଳୟର ଛାତ୍ରୀ କେ ଦିବ୍ୟାଶିନି ଓ ନାଗମଣୀ ଙ୍କ ଉପସ୍ଥାପିତ ପ୍ରୋଜେକ୍ଟ ପ୍ରଥମ ପୁରସ୍କାର ରେ ପୁରସ୍କୃତ ହୋଇଥିବା ବେଳେ...
Ad..
ମହିଳା ସ୍ନାତକ ମହାବିଦ୍ୟାଳୟ କଣ୍ଟାବାଞ୍ଜି ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ତଥା ମାର୍ଗ ଦର୍ଶକ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ମହାବିଦ୍ୟାଳୟ ର ଛାତ୍ରୀ ଶାହିନ୍ ବେଗାମ୍ ଓ ରୋହିଣୀ ନିଆଳ ଙ୍କ ପ୍ରୋଜେକ୍ଟ ବିଶେଷ ଉଦ୍ଭାବନ ଧାରଣା ବର୍ଗରେ ଶ୍ରେଷ୍ଠ ସ୍ଥାନ ଅଧିକାର ପାଇ ପୁରସ୍କୃତ ହୋଇଥିଲା।
Ad..
ସେହିପରି ସାଂସ୍କୃତିକ କାର୍ଯ୍ୟକ୍ରମରେ କେ ଭି ମହାବିଦ୍ୟାଳୟର ଛାତ୍ରୀ ମାୟାବିନି ଶଗ୍ରିଆ ଓ ସ୍ନେହା ଖର୍ସେଲ ଦ୍ୱିତୀୟ ସ୍ଥାନ ଅଧିକାର କରି କଣ୍ଟାବାଞ୍ଜି ସହର କୁ ଗୌରବାନ୍ଵିତ କରିଥିଲେ।ଏହି କୃତିତ୍ୱ ପାଇଁ ପ୍ରତିଯୋଗୀ ମାନଙ୍କୁ କେଭି ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ମନୋଜ ପଟ୍ଟନାୟକ ଓ ମହିଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ରାଜେନ୍ଦ୍ର କୁମାର ପୁରୋହିତ ଅଭିନନ୍ଦନ ଜଣାଇଛନ୍ତି।
Edited by k.s thakur...
Tags:
bolangir daily current affairs
kantabanji
latest news
latest update
odisha daily current affairs
odisha news
women's college




