ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତ ବାର୍ଷିକୀ କମିଟି ପକ୍ଷରୁ ସଙ୍ଗୀତ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ...
ଯୁଯୁମୁରା,୧୮/୦୧(ବିଜୟ କୁମାର ସାହୁ): ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତ ବାର୍ଷିକୀ ସମାରୋହ ପାଳନ ଅବସରରେ ଦ୍ଵିତୀୟ ଦିବସରେ ବହ୍ନିକନ୍ୟା ପାର୍ବତୀ ଗିରିଙ୍କ ଜନ୍ମ ଶତ ବାର୍ଷିକୀ କମିଟି ପକ୍ଷରୁ ସଙ୍ଗୀତ, ପ୍ରବନ୍ଧ ଓ ବକୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।
Ad..
କମିଟିର କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପଣ୍ଡାଙ୍କ ସଭାପତିତ୍ବରେ ଆୟୋଜିତ ପ୍ରତିଯୋଗିତାର ଉଦଘାଟନୀ ସମାରୋହରେ ସନ୍ତୋଷ ଚାରିଟେବୁଲ ଟ୍ରଷ୍ଟର ସନ୍ତୋଷ ଦାଶ ମୁଖ୍ୟ ଅତିଥି, ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା ମୁଖ୍ୟ ବକ୍ତା, ଗରଗଡବାହାଲ ସ୍ଥିତ ଆନନ୍ଦ ମାର୍ଗ ଆଶ୍ରମର ଆଚାର୍ଯ୍ୟ ରୁଦ୍ର ଦେବାନନ୍ଦ, ଶ୍ରୀକାନ୍ତ ପ୍ରଧାନ ସ୍ମୃତି ସଂସଦର ଉପଦେଷ୍ଟା ସୁରେଶ୍ୱର ପ୍ରଧାନ, ଗାୟତ୍ରୀ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
Ad..
ପ୍ରାରମ୍ଭରେ ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । କମିଟି ସମ୍ପାଦକ କୁଳଧର ପ୍ରଧାନ ପ୍ରତିଯୋଗିତାର ଲକ୍ଷ୍ୟ ଓ ଉଦେଶ୍ୟ ଜ୍ଞାପନ କରିଥିଲେ। ଅଧ୍ୟାପକ ଶାନ୍ତନୁ ପ୍ରଧାନ ଓ ଶିକ୍ଷୟିତ୍ରୀ ଦୀପିକା ପ୍ରଧାନ ପରିଚାଳନା କରିଥିଲେ। ଅଧ୍ୟାପକ ଡ଼ ଗୋବିନ୍ଦ ମହାରଣା ଧନ୍ୟବାଦ ଦେଇଥିଲେ।
Ad..
ସଙ୍ଗୀତ ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପାର୍ବତୀ ଗିରି ଡିଗ୍ରି ମହାବିଦ୍ୟାଳୟର ଶ୍ରୁତି ବାଗ, ମନୋଜ ଭୋଇ ଓ ରୋଷ୍ନି ସାମଲ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ। କନିଷ୍ଠ ବର୍ଗରେ ଆଇଟିଆଇ ରାସନପୁରର ବବଲୁ ସାହୁ, ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବବି ବାଦୀ ଓ ରଞ୍ଜୁ ବସା ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଥିଲେ।
ଉପ କନିଷ୍ଠ ବର୍ଗରେ ଯୁଯୁମୁରା ଓଡ଼ିଶା ଆଦର୍ଶ ବିଦ୍ୟାଳୟର ରାମ ସାଗର କିସାନ, ଯୁଯୁମୁରା ବାଳିକା ଉଚ୍ଚ ବିଦ୍ୟାଳୟର ମାମୁନି ମୁଣ୍ଡା, ମହୁଲପାଲି କସ୍ତୁରବା ଗାନ୍ଧି ମାତୃ ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରିୟାଂଶୁ ଭୋଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ।
ବକୃତା ପ୍ରତିଯୋଗିତାର ବରିଷ୍ଠ ବର୍ଗରେ ପାର୍ବତୀ ଗିରି ଡିଗ୍ରି ମହାବିଦ୍ୟାଳୟର ରାଜେଶ୍ୱରୀ ପ୍ରଧାନ, ମୀନା ବିଂଝାଲ ଓ ବବିତା ବାଗ, କନିଷ୍ଠ ବର୍ଗରେ ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ରୀମା ହାତୀ, ଯୁଯୁମୁରା ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅର୍ଜୁନ ସାହୁ ଓ ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୂର୍ଣ୍ଣିମା ସେଠ , ଉପ କନିଷ୍ଠ ବର୍ଗରେ ଯୁଯୁମୁରା ସରକାରୀ ଉଚ୍ଚ ବିଦ୍ୟାଳୟର କୁମୁଦିନୀ ବିଶ୍ଵାଳ, ମହୁଲପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ପ୍ରୀୟାଂଶୁ ନାଥ ଓ ଯୁଯୁମୁରା ହାଇସ୍କୁଲର ଶୁଭ୍ରଜିତ ଭୋଇ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିଲେ।
ସେହିପରି ପ୍ରବନ୍ଧ ଲିଖନରେ ପାର୍ବତୀ ଗିରି ଡିଗ୍ରି ମହାବିଦ୍ୟାଳୟର ଲିପି ପ୍ରଧାନ, ଜୟନ୍ତୀ କିଲେଇ ଓ ଭୀମ ସିଂ, କନିଷ୍ଠ ବର୍ଗରେ ପାର୍ବତୀ ଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଖୁସି ବିଶ୍ବାଳ ଓ ପୂଜାଶ୍ରୀ ନାଏକ, ଯୁଯୁମୁରା ବୀର ସୁରେନ୍ଦ୍ର ସାଏ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମୋନାଲିସା ମୁଣ୍ଡା, ଉପ କନିଷ୍ଠ ବର୍ଗରେ ଯୁଯୁମୁରା ଉଚ୍ଚ ବିଦ୍ୟାଳୟର ଅର୍ଣ୍ଣ ଅଭିପସା ପ୍ରଧାନ, ମହୁଲପାଲି କସ୍ତୁରବା ଗାନ୍ଧି ମାତୃ ନିକେତନ ସରକାରୀ ଉଚ୍ଚ ବିଦ୍ୟାଳୟର ହିତେଶ ପ୍ରଧାନ ଓ ମହୁଲପାଲି ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଅପର୍ଣ୍ଣା ପ୍ରଧାନ ଯଥାକ୍ରମେ ପ୍ରଥମ ଦ୍ଵିତୀୟ ଓ ତୃତୀୟ ହୋଇଥିଲେ।
ପୁରସ୍କାର ବିତରଣ କାର୍ଯ୍ୟକ୍ରମରେ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କୃତ କରିଥିଲେ । ପୁରସ୍କାର ବିତରଣ କାର୍ଯ୍ୟକ୍ରମକୁ ଶିକ୍ଷୟିତ୍ରୀ ଦୀପିକା ପ୍ରଧାନ ପରିଚାଳନା କରିଥିଲେ। ଶିକ୍ଷାବିତ୍ ରାଜେନ୍ଦ୍ର ପଣ୍ଡା, ଅଧ୍ୟାପକ ସତ୍ୟ ନାରାୟଣ ଠାକୁର, ଦୀପିକା ପ୍ରଧାନ, ମାନସ ପ୍ରଧାନ, ଅବସରପ୍ରାପ୍ତ ଶିକ୍ଷକ ଚିନ୍ତାମଣି ଭୋଇ, ଡ ଗୋବିନ୍ଦ ମହାରଣା ବିଚାରକ ଭାବେ ଯୋଗ ଦେଇ ମୂଲ୍ୟାଙ୍କନ କରିଥିଲେ।
Report : Bijay ku sahu
Edited by k.s thakur...




