ପପଙ୍ଗା କେନାଲ କଲୋନୀ ଠାରେ ରାଜ୍ୟ ସ୍ତରୀୟ ମହାସଭାର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...

ପପଙ୍ଗା କେନାଲ କଲୋନୀ ଠାରେ ରାଜ୍ୟ ସ୍ତରୀୟ ମହାସଭାର ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ...


ବରଗଡ଼,୧୮/୦୧(ବିଜୟ କୁମାର ସାହୁ): ଆଜି ରବିବାର ଦିନ ସକାଳ ୧୦ ଟା ସମୟରେ ବରଗଡ ଜିଲ୍ଲା ଭେଡେନ ବ୍ଲକ ଗୁନିଆପାଲି କେନ୍ଦ୍ର ଅଧୀନ ପପଙ୍ଗା କେନାଲ କଲୋନୀ ଠାରେ ରାଜ୍ୟ ସ୍ତରୀୟ ମହାସଭାର ଆୟୋଜନ...

      Ad..


ଆସନ୍ତା ମାର୍ଚ୍ଚ ୧୫ ଓ ୧୬ତାରିଖ ରବିବାର ଓ ସୋମବାର ଦୁଇ ଦିନଧରି ବରଗଡ ଜିଲ୍ଲାର ପପଙ୍ଗା ଠାରେ ହେବାକୁ ଥିବାରୁ ତାର ଏକ ପ୍ରସ୍ତୁତି ବୈଠକ ବରଗଡ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଗଣେଶ ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।

        Ad..


ଡୁମାଲ ପରିଷଦ ଓଡିଶାର ରାଜ୍ୟ ସଭାପତି ଶ୍ରୀଯୁକ୍ତ ଦୟାସାଗର ମେଣ୍ଡଳୀ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ।ଏହି ରାଜ୍ୟ ସ୍ତରୀୟ ମହାସଭା ସଫଳ ଭାବେ ଆୟୋଜନ କରିବା ପାଇଁ ଡୁମାଲ ଜାତିଭାଇମାନଂକୁ ନେଇ ୩୦ ଜଣିଆ କମିଟି ଗଠନ କରାଗଲା।

Ad..


ତତସଂଗେ ସଂଗେ ମହାସଭା ପାଈଁ ଆବଶ୍ୟକ କମିଟି ଗଠନ ଓ ବିଭାଗ ବଣ୍ଟନ କରାଗଲା।ଯୁବ ଓ ମହିଳାମାନଙ୍କର ସକ୍ରିୟ ଅଂଶଗ୍ରହଣ ପାଇଁ ବିଶେଷ ଗୁରୁତ୍ୱ ଦିଆଯାଇ ଯୁବ କମିଟି ଏବଂ ମହିଳା କମିଟି ଗଠନ କରାଗଲା।

ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଡୁମାଲ ଜାତିର ବ୍ୟକ୍ତି ବିଶେଷ ମାନଂକୁ ମହାସଭାରେ ସମ୍ମାନିତ କରିବା ପାଇଁ ସମ୍ମତି ପ୍ରକାଶ ପାଇଥିଲା।

ଏହି ବୈଠକରେ ବରଗଡ ଜିଲ୍ଲାର ସମସ୍ତ କେନ୍ଦ୍ରର ସଭାପତି, ସମ୍ପାଦକ, ରାଜ୍ୟ ପରିଷଦ ସଭ୍ୟ,ଗୁନିଆପାଲି କେନ୍ଦ୍ରର ଯୁବ ସଦସ୍ୟ ଓ ମାଁ ମାହେଶ୍ୱରୀ ସେନାର ସଦସ୍ୟମାନେ ଉପସ୍ଥିତ ରହି ନିଜ ନିଜର ମତାମତ ରଖିଥିଲେ।ସଭା ଶେଷରେ ଜିଲ୍ଲା ସମ୍ପାଦକ ଶ୍ରୀଯୁକ୍ତ ସୁବାସ ଥାଟି ଧନ୍ୟବାଦ ଅର୍ପଣ କରିଥିଲେ।




Report : Bijay ku sahu

Edited by k.s thakur...

Post a Comment

Previous Post Next Post