ପାର୍ବତୀ ଗିରି ଙ୍କ ଜାନୁଆରୀ ୧୯ ରେ ଶତବାର୍ଷିକୀ ପାଳନ ହେଉଛି ହେଲେ ଜନ୍ମମାଟି ସମଲେଇପଦର ଆଜି ବି ଅବହେଳିତ...
ବରଗଡ଼,୧୮/୦୧ (ବିଜୟ କୁମାର ସାହୁ): ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ୍ ର ଗାଁ ସମଲେଇପଦର। ଏହି ଗାଁ ରେ ଜନ୍ମଗ୍ରହଣ କରିଥିଲେ ଅଗ୍ନି କନ୍ୟା ପାର୍ବତୀ ଗିରି । ଛୋଟ ସମୟରୁ ସମାଜସେବା କ୍ଷେତ୍ରରେ ଆଗଭର।
Ad..
ସ୍ବାଧୀନତା ସଂଗ୍ରାମ ରେ ଝାସ ଦେଇ କାରାଗାର ବରଣ କରିଛନ୍ତି। ଦୁର୍ଭିକ୍ଷ ସମୟରେ ଛୋଟ ଛୋଟ ଅସହାୟ ଓ ଅନାଥ ଶିଶୁ ମାନଙ୍କୁ ନେଇ ସେବା କରିଛନ୍ତି। ବୃଦ୍ଧା ବୃଦ୍ଧ ମାନଙ୍କ ପାଇଁ ସେବାଶ୍ରମ କରିଛନ୍ତି। ସେ ସମୟରେ ଆରମ୍ଭ କରିଥିବା ପାଇକମାଳ ର କସ୍ତୁରବା ଗାନ୍ଧୀ ମାତୃ ନିକେତନ, ସମ୍ବଲପୁର ଯୁଯୁମୁରା ଠାରେ ସେବାଶ୍ରମ ପ୍ରଭୃତି ରହିଛି।
Ad..
ତାଙ୍କ ନାମରେ ପାର୍ବତୀ ଗିରି ଙ୍କ ନାମରେ ଅନେକ ଅନୁଷ୍ଠାନ ରହିଛି। ସାରାଜୀବନ ଅବିବାହିତ ରହି ମାନବସେବା ରେ ନିଜ ଜୀବନ ସମର୍ପିତ କରିଛନ୍ତି। ଆଜି ସେହି ମହିୟସୀ ମହିଳା ପାର୍ବତୀ ଗିରି ଙ୍କ ଶତବାର୍ଷିକୀ ପାଳନ ହେଉଛି ହେଲେ ତାଙ୍କ ଜନ୍ମ ମାଟି ଅବହେଳିତ।
Ad..
ବରଗଡ, ବିଜେପୁର ରାସ୍ତା ର ସରଣ୍ଡାପାଲି ଚାରିଛକ ଠାରୁ ମାତ୍ର ତିନି କିଲୋମିଟର ଗଲେ ରାସ୍ତା କଡ଼ରେ ପଡେ ଏହି ଗାଁ। ସ୍ବାଧୀନତା ପୂର୍ବରୁ ସ୍ଥାପିତ ଏହି ଗାଁ ତିନୋଟି ଉଆର୍ଡ ବିଶିଷ୍ଟ ଓ ଏହି ଗାଁ ରେ ପ୍ରାୟ ଚଉଦଶହ ଲୋକ ବସବାସ କରନ୍ତି।
ଗାଁ ର ୯ ଜଣ ପାର୍ବତୀ ଗିରି, ରାମଚନ୍ଦ୍ର ପୁରି,କୁବେର ଗିରି, ମଙ୍ଗଳ ଗିରି,ଦୁତୀଆ ଗିରି, ଉଜ୍ବଳା ପୁରି, ସନ୍ତୋଷ ସ୍ବାଇଁ,ଦ୍ବାଦଶୀ ରଣା ଏବଂ ତୁଳସୀ ରାମ ଗିରି ପ୍ରମୁଖ ସ୍ବାଧୀନତା ସଂଗ୍ରାମ ରେ ଅଂଶଗ୍ରହଣ କରି ସ୍ବାଧୀନତା ସଂଗ୍ରାମୀ ହୋଇଛନ୍ତି। ଗାଁ ର ମୁଖ୍ୟ ଆୟ ଚାଷ। ଗାଁ ର ଅଧିକାଂଶ ଲୋକ କୃଷକ ଓ କୃଷି ପରିବାର। ଗାଁ କୁ ପ୍ରବେଶ ପାଇଁ ପକ୍କା ରାସ୍ତା ନାହିଁ।
ପାର୍ବତୀ ଗିର ଙ୍କ ସ୍ତୁତି ରକ୍ଷା ଉଦ୍ଦେଶ୍ୟରେ କିଛି ବି ନାହିଁ। ଇତିହାସ କୁ ସାଇତିରଖିବା କିମ୍ବା ଗାଁ ପଦମର୍ଯ୍ୟାଦା କୁ ବଜାୟ ରଖିବାକୁ ଗ୍ରାମବାସୀ ଶତଚେଷ୍ଟିତ ଥିଲେ ବି ଜିଲ୍ଲା ପ୍ରଶାସନ ଓ ଜନପ୍ରତିନିଧି ଙ୍କ ଇଚ୍ଛାଶକ୍ତି ର ଅଭାବ ଯୋଗୁଁ ଅସହାୟ ମନେ କରୁଛନ୍ତି। ଏଥର କିନ୍ତୁ ଶତବାର୍ଷିକୀ ପାଳନ ପାଇଁ ପ୍ରଶାସନ ଆଗଭର ଥିବା ଭଲି ମନେହେଉଛି ହେଲେ ଶତବାର୍ଷିକୀ ପାଳନ ଭଲି ପଦକ୍ଷେପ ନିଆଯାଇ ନାହିଁ।
ସମଲେଇପଦର ଗାଁ ରେ ପାର୍ବତୀ ଗିରି ଙ୍କ ସ୍ମାରକୀ ସହ ଐତିହ୍ୟ କୁ ଚିରଦିନ ମନେ ରଖିବା ପାଇଁ ଐତିହାସିକ ଗାଁ ଭାବରେ ଗାଁ କୂ ଅଗ୍ରାଧିକାର ଭିତ୍ତିରେ ଗୁରୁତ୍ବ ଦେବାକୁ ଦାବି ହେଉଛି। ସମଲେଇପଦର ଗ୍ରାମବାସୀ ହୁଅନ୍ତୁ ବା ପାର୍ବତୀ ଗିରି ଙ୍କ ପରିବାର ପ୍ରଶ୍ନ ଉଠାଇଛନ୍ତି ଯେ ଆଜି ଯେଉଁ ଶତବାର୍ଷିକୀ ପାଳନ ହେଉଛି ତାହା କାହାପାଇଁ।
ଯେଉଁ ଗ୍ରାମରେ ପାର୍ବତୀ ଗିରି ଜନ୍ମିତ ହୋଇ ଦେଶ ରାଜ୍ୟ ପାଇଁ ଗର୍ବିତ ତାଙ୍କ ଗାଁ ରେ ପାର୍ବତୀ ଗିରି ଙ୍କ ପ୍ରତିମୂର୍ତ୍ତି ଟିଏ ନାହିଁ। ଯେଉଁ ସମୟରେ ମହିଳା ଟିଏ ଘରୁ ବାହାରିବା କଷ୍ଟ କର ସେହି ସମୟରେ ଘରୁ ଗୋଡକାଢି ନିଜ ଜୀବନ କୁ ହାରିଥିବା ଝିଅ ଆଜି ଦେଶ ଓ ରାଜ୍ୟର ଗର୍ବ ଓ ଗୈରବ ପାଲଟିଛି ସେହି ମହିଳା ଙ୍କ ଗାଁ ଦାଣ୍ଡରେ କୈଣସି ଚିହ୍ନବର୍ଣ୍ଣ ଟିଏ ନାହିଁ। ଗାଁ କୁ ଜଣେ ଆସିଲେ ସହଜରେ ଜାଣି ପାରିବେ ନାହିଁ ଯେ ପାର୍ବତୀ ଗିରି ଏହି ଗାଁ ରେ ଜନ୍ମଗ୍ରହଣ କରିଥିଲେ।
ତାଙ୍କ ଜନ୍ମ ସ୍ଥାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ସରକାରଙ୍କ ତରଫର ହେଉ ବା ଜିଲ୍ଲା ପ୍ରଶାସନ ପକ୍ଷରୁ କୈଣସି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହେଉଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ସମଲେଇପଦର ଗାଁ କୁ ପୂର୍ବ ସରକାର ହୁଅନ୍ତୁ ବା ବର୍ତ୍ତମାନ ର ସରକାର ଯେଉଭଲି ଭାବରେ ସମ୍ମାନ ପ୍ରଦାନ କରିବା କଥା କରିନାହାନ୍ତି।
ବର୍ଷ କୁ ଥରେ ସରକାରୀ ଭାବରେ ପାର୍ବତୀ ଗିରି ଙ୍କ ଘରକୁ କର୍ମଚାରୀ ମାନେ ଆସି ମାପକରି ଫେରନ୍ତି ଓ ତାହା କାଗଜପତ୍ରରେ ସୀମିତ ହୋଇ ରହିଥାଏ। ଏଭଲି ସରକାରୀ ପ୍ରତିଶ୍ରୁତି ରେ ପାର୍ବତୀ ଗିରି ଙ୍କ ପରିବାର ମଧ୍ୟ ଓହଲି ରହିଛନ୍ତି ନିଜେ ମଧ୍ୟ ସ୍ମୃତି ରକ୍ଷା ପାଇଁ କିଛି କରିପାରୁ ନାହାନ୍ତି।
ପାର୍ବତୀ ଗିରି ଙ୍କ ସ୍ମୃତି କୁ ଐତିହ୍ୟ ଭାବରେ ସାଇତି ରଖିବା ପାଇଁ ସରକାରଙ୍କ ତରଫରୁ କୈଣସି ଠୋସ୍ ପଦକ୍ଷେପ ଗ୍ରହଣ କରୁନଥିବା ଯୋଗୁଁ ଅସନ୍ତୋଷ ଦେଖାଦେଇଛି । ଗ୍ରାମବାସୀଙ୍କ ଅଭିଯୋଗ ଯେ ଗାଁ କୁ ସଂପୂର୍ଣ୍ଣ ରୂପେ ଅବହେଳା କରାଯାଇଛି। ମନକି ବାତ ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାର୍ବତୀ ଗିରି ଙ୍କ ବିଷୟରେ କହିଥିବାରୁ ଆଜି ସରକାରୀ ସ୍ତରରେ ଶତବାର୍ଷିକୀ ପାଳନ ପାଇଁ ଗୁରୁତ୍ବ ଦିଆଯାଇଛି ବୋଲି ମଧ୍ୟ ଆଲୋଚନା ହେଉଛି।
ଆଜି ଶତବାର୍ଷିକୀ ଅବସରରେ ବିଜେପୁର ବିଧାୟକ ସନତ ଗଡତିଆ ଙ୍କ ନେତୃତ୍ବରେ ଓଡିଶା ସରକାର ବରଗଡ଼ ଜିଲ୍ଲା ର ବିଜେପୁର ଠାରେ କାର୍ଯ୍ୟକ୍ରମ କରୁଛନ୍ତି ଯେଉଁଥିରେ କି ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜ ଯୋଗ ଦେଉଛନ୍ତି।
Report : Bijay ku sahu
Edited by k.s thakur...




