ପୁରାତନ ଛାତ୍ରୀ ମାନଙ୍କ ବନ୍ଧୁ ମିଳନ...
ବରଗଡ଼,୧୮/୦୧(ବିଜୟ କୁମାର ସାହୁ): ଗତକାଲି ବରଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ର ୧୯୮୦ ମେଟ୍ରିକ୍ ବେଚ ର ପୁରାତନ ଛାତ୍ରୀ ମାନଙ୍କ ଛତିଶଗଡ଼ ଚନ୍ଦ୍ରହାସିନୀ ମନ୍ଦିର ପ୍ରାଙ୍ଗଣରେ ଏକ ବନ୍ଧୁ ମିଳନ ହୋଇ ଯାଇଅଛି ।
Ad..
ଦୂର ଦୂରାନ୍ତ ରୁ ଆସିଥିବା ବନ୍ଧୁ ମାନେ ପରଶ୍ବର ଆତ୍ମିୟତା ପ୍ରକାଶ କରି ଭାବ ବିହ୍ୱଳ ହୋଇ ଯାଇଥିଲେ।ଏହି ପରି ବନ୍ଧୁ ମିଳନ ଦ୍ୱାରା କେବେ ଦେଖା ହୋଇପାରୁନଥିବା ସାଙ୍ଗ ମାନେ ଏକତ୍ରିତ ହୋଇ ପଢା ଦିନର ସ୍ମୃତିକୁ ଉଜ୍ଜୀବିତ କରିଥିଲେ।
Ad..
ବିଳାସିନୀ ପ୍ରଧାନ ସ୍ବରଚିତ କବିତା "ଅନ୍ତରଙ୍ଗ ଆହ୍ବାନ" ପାଠ କରିଥିଲେ, ଯାହା ସମସ୍ତଙ୍କ ମନକୁ ଛୁଇଁଥିଲା । ଏଥିରେ ଚନ୍ଦ୍ର କାନ୍ତୀ ମେହେର, ବିଳାସିନୀ, ଚିନ୍ମୟୀ ,ସୁତପା,ଗୀତା,କାନ୍ତୀ,ନିରୁ,ସ୍ବାନ୍ତନା, କଲ୍ପନା ପଣ୍ଡା, କଳ୍ପନା ମିଶ୍ର,ସଂଜୁ ପଣ୍ଡା,ସଂଜୁ ଷଡ଼ଙ୍ଗୀ,ଆଦି ଯୋଗ ଦେଇଥିଲେ।
Ad..
ଏହି ସମସ୍ତ କାର୍ଯ୍ୟକ୍ରମ ଚନ୍ଦ୍ରକାନ୍ତି ମେହେର ଆୟୋଜନ କରିଥିଲେ ।ଏହା ପୂର୍ବରୁ ମାଁ ଚନ୍ଦ୍ରହାସିନୀ ଙ୍କୁ ଜଗତର ମଙ୍ଗଳ ପାଇଁ ପୂଜାର୍ଚ୍ଚନା କରିବା ସହିତ ନୌକା ବିହାର କରିଥିଲେ । ପ୍ରତିବର୍ଷ ଏହିପରି ବନ୍ଧୁ ମିଳନ ର ଆୟୋଜନ କରିବା ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା।
Edited by k.s thakur...




