କଣ୍ଟାବାଞ୍ଜି ମାଟିର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଳେ ଦର୍ଶକ...

କଣ୍ଟାବାଞ୍ଜି ମାଟିର ମହୋତ୍ସବର ଦ୍ଵିତୀୟ ସନ୍ଧ୍ୟା ; ସାଂସ୍କୃତିକ କାର୍ଯ୍ୟକ୍ରମରେ ଝୁମିଳେ ଦର୍ଶକ...


କଣ୍ଟାବାଞ୍ଜି,୧୧/୦୧ : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ରେଳ ବାଇ ଖେଳ ପଡ଼ିଆରେ ଚାଲିଥିବା ମାଟିର ମହୋତ୍ସବର ଶନିବାର ୨ୟ ସନ୍ଧ୍ୟା ଧୁମଧାମରେ ଅନୁଷ୍ଠିତ ହୋଇଥିଲା।୨ୟ ଦିବସର ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ମହିଳା ଗୋଷ୍ଠୀ ଦ୍ଵାରା ନିର୍ମିତ ପିଠା ପଣା ପ୍ରତିଯୋଗିତା,ବିଭିନ୍ନ ବିଦ୍ୟାଳୟ ର ଛାତ୍ରୀ ଛାତ୍ର ମାନଙ୍କ ଦ୍ଵାରା ଆର୍ଟ ଓ କ୍ରାଫ୍ଟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। 

Ad..


ଏହା ସହ ତୁରେକେଲା ମୁରିବାହାଲର କୃଷ୍ଣ ଛତ୍ରିଆ ଦ୍ଵାରା ନିର୍ମିତ ନଡ଼ା ଦ୍ଵାରା ନିର୍ମିତ ବିଭିନ୍ନ ଜିନିଷ ସ୍ଥାନ ପାଇଥିଲା । ଏହାକୁ ଅଞ୍ଜଳି ମାଝୀ ଓ ଦିନେଶ ମହାନନ୍ଦ ପରିଚାଳିତ କରିଥିଲେ।

Ad..


କଣ୍ଟାବାଞ୍ଜି ମାଟିର ମହୋତ୍ସବର ଦ୍ୱିତୀୟ ଦିବସରେ କଳା,ସଂସ୍କୃତି ବିକାଶରେ କଣ୍ଟାବାଞ୍ଜି ମାଟିର ମହୋତ୍ସବର ଭୂମିକା ଉପରେ ମହୋତ୍ସବର କାର୍ଯ୍ୟକାରୀ ସଭାପତି ବିରଂଚି ନାରାୟଣ ଦାଶଙ୍କ ସଭାପତିତ୍ୱରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

Ad..


କଣ୍ଟାବାଞ୍ଜି ଅଞ୍ଚଳର ଆଲୋଚକ ରାମଚନ୍ଦ୍ର ସାହୁ, ଲୋହିତାକ୍ଷ୍ୟ ଯୋଷୀ, ଡ.ନାରାୟଣ ମିଶ୍ର, ରମେଶ ଚନ୍ଦ୍ର ମହାନନ୍ଦ, ରାଜୀବ ସଗ୍ରିଆ,ରାଜେନ୍ଦ୍ର ପୁରୋହିତ, ଅଞ୍ଜଳି ମାଝୀ ଆଲୋଚନା ଚକ୍ରରେ ଭାଗନେଇ ଆମ ଅଞ୍ଚଳର ଲୁଚି ଯାଉଥିବା ଲୋକକଳା ଉପରେ ଗବେଷଣାତ୍ମକ ଆଲୋଚନା କରିଥିଲେ।ଡ.ସଞ୍ଜୟ କୁମାର ମିଶ୍ର ସଭା ପରିଚାଳନା କରିଥିଲେ। 

ସନ୍ଧ୍ୟାର ସାଂସ୍କୃତିକ ସଭାରେ ସଭାପତି ବ୍ରଜଶ୍ୟାମ ଗୁରୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ  ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ର ମୁଖ୍ୟ ନିର୍ବାହୀ ଅଧ୍ମକରି  ତପିରାମ ମାଝୀ  (ମୁଖ୍ୟ ଅତିଥି)  ,ମହୋତ୍ସବ ଅଧକ୍ଷ ତଥା ବିଧାୟକ  ଲକ୍ଷ୍ମଣ ବାଗ, ବରିଷ୍ଠ ନେତା ଶିବାଜି ମହାନ୍ତି, ସନ୍ତୋଷ ଅଗ୍ରୱାଲ, ବେଦ ବ୍ୟାସ ନାଗ, ଡ଼ ସଞ୍ଜୟ କୁମାର ମିଶ୍ର, ଡାକ୍ତର ଗୋବିନ୍ଦ ଅଗ୍ରୱାଲ, ମୁରିବାହଲ ବ୍ଲକ ଅଧ୍ୟକ୍ଷ ହରିବନ୍ଧୁ ମେହେର ପ୍ରମୁଖ ମଞ୍ଚାଷିନ ଥିଲେ।

ସାଂସ୍କୃତିକ କାର୍ଯ୍ୟ କ୍ରମଟିକୁ ଏଙ୍କର ଅର୍ଚ୍ଚିତା ପାଢ଼ୀ ଓ ରଞ୍ଜନ ପଧାନ ପରି ଚାଳିତ କରିଥିଲେ। ସଭା ପରେ ସାଂସ୍କୃତିକ କାର୍ଯ୍ୟ କ୍ରମ ସର୍ଗି ଫୁଲ, ଡ଼ାଲଖାଇ, ସମ୍ବଲପୁରୀ ,ଚୁଟ କୁ ଚୁଟା,ରସର୍ କେଳି ରେ ହଜାର ହଜାର ଦର୍ଶକ ପ୍ରବଳ ଶୀତୁଆ ରାତିରେ ମଧ୍ୟ ଉପ ଭୋଗ କରିଥିଲେ।ସେହିପରି ପଶ୍ଚିମ ଓଡିଶାର ଗୀତକାର ପଦ୍ମଶ୍ରୀ ଖଟେଇଙ୍କ ବିଭିନ୍ନ ସମ୍ବଲପୁରୀ ଗୀତରେ ଦର୍ଶକ ଓ କମିଟି ସଦସ୍ୟ ମସଗୁଲ ହୋଇଥିଲେ।



Edited by k.s thakur...

Post a Comment

Previous Post Next Post