ରାଉରକେଲା ବିମାନ କ୍ରାସ୍ ଘଟଣା: ୨ ଆହତ ପାଇଲଟ୍ ଭଲ ଅଛନ୍ତି ; ଉଷା ପାଢ଼ୀ...
ଭୁବନେଶ୍ଵର,୧୧/୦୧ : ରାଉରକେଲା ବିମାନ କ୍ରାସ୍ ଘଟଣାରେ ୨ ଆହତ ମୁମ୍ବାଇ ଏୟାର ଲିଫ୍ଟ ହୋଇଛନ୍ତି । ଏ ନେଇ ଆଜି ସୂଚନା ଦେଇଛନ୍ତି ପରିବହନ ସଚିବ ଉଷା ପାଢ଼ୀ । ସେ କହିଛନ୍ତି ୨ ଆହତ ପାଇଲଟ୍ଙ୍କୁ ସ୍ବଇଚ୍ଛାରେ ମୁମ୍ବାଇ ଏୟାର ଲିଫ୍ଟ ହୋଇଛି ।
Ad..
ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି, ବିପଦ ମୁକ୍ତ ଅଛନ୍ତି । ଏବେ ଜେପି ହସ୍ପିଟାଲ୍ରେ ୨ ଯାତ୍ରୀ ଓ ୨ ପାଇଲଟ୍ ଚିକିତ୍ସାଧୀନ ରହିଛନ୍ତି । ଜଣେ ଯାତ୍ରୀ ଗୁରୁତର ଅଛନ୍ତି, ଅନ୍ୟ ୩ ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ଅଛି । ରାଜ୍ୟ ସରକାର ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ଅଛନ୍ତି ।
Ad..
ସେ ଆଉ ମଧ୍ୟ କହିଛନ୍ତି ବିମାନ ଦୁର୍ଘଟଣା ସ୍ଥିତି ଉପରେ ମୁଖ୍ୟମନ୍ତ୍ରୀ ନଜର ରଖିଛନ୍ତି । ଆହତଙ୍କୁ ସବୁ ପ୍ରକାର ସହଯୋଗ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସବୁ ପ୍ରକାର ସୁବିଧା ସହଯୋଗ ଯୋଗାଇ ଦିଆଯାଇଛି । ଆହତଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ ପାଇଁ ୨ ଜଣିଆ ଡାକ୍ତରୀ ଟିମ୍ ମେଡିକାଲକୁ ଯାଇଛନ୍ତି ।
Ad..
ସୂଚନା ଯୋଗ୍ୟ; ଚାର୍ଟର୍ ବିମାନ (VT-KSS) ଅପରାହ୍ନ ୧୨:୨୭ ସମୟରେ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ରାଉରକେଲା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା । ଯେଉଁଥିରେ ୪ ଜଣ ଯାତ୍ରୀଙ୍କ ସମେତ ୬ ଜଣ ଥିଲେ ।
ଠିକ୍ ୧୨:୫୮ରେ ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲ ସହ ଯୋଗାଯୋଗରେ ଆସିଥିଲା । ଏହା ପରେ ଦିନ ୧:୧୪ରେ ବିମାନ ଚାଳକ ମେ ଡେ କଲ୍ କରିଥିଲେ । ଏହା ୧:୧୭ରେ ଏଟିସି ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
Edited by k.s thakur...
Tags:
Bhubaneswar
chartered plane crash
latest news
latest update
odisha daily current affairs
odisha news
rourkela
Usha padhi




