ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଇନିସ୍ପେକ୍ଟର(ଆରଆଇ)...

ଭିଜିଲାନ୍ସ ଜାଲରେ ରେଭିନ୍ୟୁ ଇନିସ୍ପେକ୍ଟର(ଆରଆଇ)...


କଟକ,୨୩/୦୧ : ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ। ଲାଞ୍ଚ ନେଇ ଧରାପଡ଼ିଲେ କଖଡ଼ି ଆର୍ ଆଇ ଜାନକୀ ରଞ୍ଜନ ମଲ୍ଲିକ । କଟକ ସଦର ତହସିଲ୍ କଖଡ଼ି ସର୍କଲ ଆର୍ ଆଇ ଜାନକୀ ରଂଜନ ମଲ୍ଲିକ।

Ad..


୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍ ।ଜମିଜମା ମାମଲାର ମ୍ୟୁଟେସନ ଓ ପଟ୍ଟା ପାଇଁ ନେଉଥିଲେ ଲାଞ୍ଚ।ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଆର୍ ଆଇଙ୍କର ୩ଟି ସ୍ଥାନରେ ରେଡ୍ କରାଯାଇଛି।ଭିଲିଲାନ୍ସ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ ହୋଇଛି।

Ad..


ଦୁର୍ନୀତି ନିବାରଣ ଆଇନ ୨୦୧୮ର ଧାରା ୭ ଅନୁଯାୟୀ କଟକ ଭିଜିଲାନ୍ସ ଥାନାରେ ଏକ ମାମଲା ରୁଜୁ କରାଯିବା ସହ ଅଧିକ ତଦନ୍ତ ଜାରି ରହିଛି।ସୂଚନା ଯୋଗ୍ୟ; ଜଣେ ଜମିମାଲିକ ତାଙ୍କ ଜମିର କିସମ ପରିବର୍ତ୍ତନ ପାଇଁ ଅନଲାଇନ ଆବେଦନ କରିଥିଲେ।ଆଉ ଏହାପରେ ଆରଆଇ ଜମି ମାଲିକଙ୍କୁ ୨୦ ତାରିଖରେ ଆସି ଭେଟିବାକୁ କହିଥିଲେ। 

Ad..


ଏହାପରେ ଆରଆଇ ଜମି ମାଲିକଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଆରଆଇ ଦାବି କରିଥିବା ଅର୍ଥରାଶି ଜମି ମାଲିକ ଦେବାକୁ ଅସମର୍ଥ ଥିବାରୁ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।ଜମି ମାଲିକଙ୍କ ଅଭିଯୋଗ ଆଧାରରେ ପୂର୍ବ ଯୋଜନା ମୁତାବକଆରଆଇଙ୍କ ଉପରେ ନଜର ରଖିଥିଲା ଭିଜିଲାନ୍ସ।  

ଗତକାଲି ଆରଆଇ ରଞ୍ଜନ ଜମି ମାଲିକଙ୍କୁ ନିଜ କାର୍ଯ୍ୟାଳୟକୁ ଡାକି ୧୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡି ବସିଥିଲା ଭିଜିଲାନ୍ସ ଟିମ୍‌। ତାଙ୍କ ନିକଟରୁ ସମସ୍ତ ଦୁର୍ନୀତିଗ୍ରସ୍ତ ଟଙ୍କା ଉଦ୍ଧାର କରାଯାଇଛି ଏବଂ ପ୍ରମାଣ ଭାବରେ ଜବତ କରାଯାଇଛି।



Edited by k.s thakur...

Post a Comment

Previous Post Next Post