ସଚେତନତା କାର୍ଯ୍ୟକ୍ରମ ଖର୍ଚ୍ଚର ହିସାବ ଦେଇପାରିଲେନି, ୭୨ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ...

ସଚେତନତା କାର୍ଯ୍ୟକ୍ରମ ଖର୍ଚ୍ଚର ହିସାବ ଦେଇପାରିଲେନି, ୭୨ଜଣ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ...


ପୁରୀ,୨୩/୦୧ : ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ। ଆକ୍ସନ ମୋଡ୍‌ରେ ପୁରୀ ଜିଲ୍ଲା ଶିକ୍ଷାଧିକାରୀ। ସଚେତନତା କାର୍ଯ୍ୟକ୍ରମ ଖର୍ଚ୍ଚର ହିସାବ ଦେଇନପାରିବାରୁ ପୁରୀ ଜିଲ୍ଲାର ୭୨ ଜଣ ପ୍ରଧାନଶିକ୍ଷକ ଓ ଶିକ୍ଷୟତ୍ରୀଙ୍କ ଏକ ମାସର ଦରମା ବନ୍ଦ କରିବାକୁ ଚିଠି ଜରିଆରେ ନିର୍ଦ୍ଦେଶ ଦିଆଯାଇଛି।

Ad..


ବର୍ଷା ସମୟରେ ବଜ୍ରପାତ ହେଲେ ସେଥିରୁ କିଭଳି ସୁରକ୍ଷିତ ରହିପାରିବା ଓ ହଠାତ୍ ଏକ ସାପ କାମଡ଼ିଲେ କିପରି ପ୍ରାଥମିକ ଚିକିତ୍ସା ହୋଇପାରିବ ସେଥିଲାଗି ଜିଲ୍ଲାର ପ୍ରତ୍ୟେକ ବିଦ୍ୟାଳୟରେ ସଚେତନତା କାର୍ଯ୍ୟକ୍ରମ ଜରିଆରେ ଛାତ୍ରଛାତ୍ରୀମାନଙ୍କୁ ଅବଗତ କରିବା ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଥିଲା।

        Ad..


ବଜ୍ରପାତ ସଚେତନ ଲାଗି ପ୍ରତ୍ୟେକ ବିଦ୍ୟାଳୟକୁ ୨ ହଜାର ଟଙ୍କା ଓ ସାପକାମୁଡ଼ା ସଚେତନତା ପାଇଁ ୨୫୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା।

Ad..


୨୦୨୫ ମସିହା ଅତିକ୍ରମ କରାଯାଇଥିଲେ ସୁଦ୍ଧା ଜିଲ୍ଲାରେ ବଜ୍ରପାତ ସଚେତନତା କାର୍ଯ୍ୟକ୍ରମରେ କରିଥିବା ଖର୍ଚ୍ଚର ହିସାବ(ୟୁସି)ଦେଇନଥିବା ୩୮ ବିଦ୍ୟାଳୟର ପ୍ରଧାନଶିକ୍ଷକ, ଶିକ୍ଷୟିତ୍ରୀଙ୍କ ଦରମା ବନ୍ଦ କରାଯାଇଛି।



Edited by k.s thakur...

Post a Comment

Previous Post Next Post