ଆପୋଲୋ ହସ୍ପିଟାଲରେ ଶିଶୁଙ୍କ ସଫଳ ହୃତ୍ପିଣ୍ଡ ଅସ୍ତ୍ରୋପଚାର ଚିକିତ୍ସା...
ଭୁବନେଶ୍ୱର,୨୩/୦୧ :ଆପୋଲୋ ହସ୍ପିଟାଲ ଭୁବନେଶ୍ବରର ଅଭିଜ୍ଞ ଡାକ୍ତରମାନ ଅତ୍ୟାଧୁନିକ ପ୍ରଯୁକ୍ତି ଜରିଆରେ ଶିଶୁମାନଙ୍କ ପାଇଁ ହୃତ୍ପିଣ୍ଡ ଅସ୍ତ୍ରୋପଚାର ଚିକିତ୍ସା ଉପଲବ୍ଧ କରାଇଛି। ଏହାଦ୍ବାରା ଛୋଟ ଶିଶୁଙ୍କ ଜୀବନ ବଞ୍ଚାଯାଇପାରୁଛି।
Ad..
ଆପୋଲୋ ହସ୍ପିଟାଲ୍ସ ଭୁବନେଶ୍ବର ଆଜି ‘ପେଡିଆଟ୍ରିକ୍ ହାର୍ଟ ସର୍ଜରିର ସମ୍ଭାବ୍ୟତା ଏବଂ ଆମର ସଫଳତା’ ଶୀର୍ଷକରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛି।ଏଥିରେ ପ୍ରମୁଖ ଚିକିତ୍ସା ବିଶେଷଜ୍ଞମାନେ ଅଭିନବ ଚିକିତ୍ସା ପଦ୍ଧତି ଏବଂ ହୃତ୍ପିଣ୍ଡ ସମସ୍ୟା ଥାଇ ଜନ୍ମିତ ପିଲାମାନଙ୍କର ସ୍ବାସ୍ଥ୍ୟ ପୁନରୁଦ୍ଧାର କରିବାରେ ହସ୍ପିଟାଲର ସଫଳତା ବିଷୟରେ କହିଥିଲେ।
Ad..
ହସ୍ପିଟାଲର ସିଓଓ ତଥା ଡିଏମ୍ଏସ୍ ଡା. ଆଲୋକ ଶ୍ରୀବାସ୍ତବ କହିଥିଲେ ଆମର ଲକ୍ଷ୍ୟ ହେଉଛି ଓଡ଼ିଶା ଏବଂ ପଡ଼ୋଶୀ ରାଜ୍ୟର ଲୋକଙ୍କ ପାଇଁ ବିଶ୍ବସ୍ତରୀୟ ଶିଶୁ ହୃଦ୍ରୋଗ ଚିକିତ୍ସା ସୁଲଭ ମୂଲ୍ୟରେ ଉପଲବ୍ଧ କରାଇବା।
Ad..
ସେହିଭଳି ବରିଷ୍ଠ କନସଲ୍ଟାଣ୍ଟ- ସିଟିଭିଏସ୍ ଡା. ରଘୁନାଥ ମହାପାତ୍ର କହିଥିଲେ ପିଲାଙ୍କ ଠାରେ ଜନ୍ମରୁ ରହିଥିବା ଅଧିକାଂଶ ହୃତ୍ପିଣ୍ଡଜନିତ ସମସ୍ୟାର ସଫଳ ଚିକିତ୍ସା ବର୍ତ୍ତମାନ କରାଯାଇ ଏଠାରେ ପାରୁଛି। ଠିକ୍ ସମୟରେ ଏବଂ ସଠିକ୍ ରୋଗ ଚିହ୍ନଟ ଉପରେ ସଫଳତା ନିର୍ଭର କରିଥାଏ ବୋଲି ଡା. ମହାପାତ୍ର କହିଥିଲେ।
ଶିଶୁ ହୃଦ୍ରୋଗ ବିଶେଷଜ୍ଞ ଡା. ସନ୍ଦୀପ ମହାନ୍ତି କହିଥିଲେ, ଜନ୍ମ ସମୟରେ ଶିଶୁଙ୍କ ଠାରେ ହୃଦରୋଗ ସମସ୍ୟା ସାଧାରଣତଃ ଦେଖାଦେଇଥାଏ। କିନ୍ତୁ ଚିକିତ୍ସା ବିଜ୍ଞାନରେ ହୋଇଥିବା ଅଗ୍ରଗତି ପାଇଁ ଏହି ରୋଗର ନିରାପଦ ଓ ସଠିକ୍ ନିଦାନ କରାଯାଇ ପାରୁଛି।
Edited by k.s thakur...
Tags:
appolo hospital
Bhubaneswar
latest news
latest update
odisha daily current affairs
odisha news
press conference




